Advertisment

ଭାରତୀୟ ବୈଜ୍ଞାନିକଙ୍କ ଅନୁସନ୍ଧାନ: ହାର୍ଟବିଟ୍‌ରୁ ଜାଣିହେବ ଡାଇବେଟିସ୍‌ !

୧୨୬୨ ଜଣ ବ୍ୟକ୍ତିଙ୍କ ଠାରେ ଏହି ପରୀକ୍ଷା କରାଯାଇ ଡାଟା ସଂଗ୍ରହ କରାଯାଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
Indian Scientists Develop AI Algorithm

Indian Scientists Develop AI Algorithm

ହାର୍ଟବିଟ୍‌ରୁ ଜାଣିହେବ ଡାଇବେଟିସ୍‌। ଚିକିତ୍ସା ବିଜ୍ଞାନ ‍କ୍ଷେତ୍ରରେ ଭାରତୀୟ ବୈଜ୍ଞାନିକଙ୍କୁ ମିଳିପାରେ ଏଭଳି ସଫଳତା। କାହିଁକିନା ଦେଶର ବୈଜ୍ଞାନିକମାନେ ଡାଇବେଟିସ୍‌ ନିରୂପଣ ତଥା ଚିହ୍ନଟ ପାଇଁ ଏଭଳି ପଦ୍ଧତି ଉପରେ ରିପୋର୍ଟ ପ୍ରକାଶ କରିଛନ୍ତି। ହାର୍ଟବିଟ୍‌ ଡାଟାକୁ ଆକ୍ସେସ୍‌ କରି ଡାଇବେଟିସ୍‌କୁ ସହଜରେ ଚିହ୍ନିପାରିବ ଇସିଜି। ରୋଗାବସ୍ଥାରେ ନୁହେଁ, ରୋଗକୁ ଆଗୁଆ ଚିହ୍ନିପାରିବ !  ଇସିଜିକୁ ବ୍ୟବହାର କରି ଡାଇବେଟିସ୍‌ ଓ ପ୍ରିଡାଇବେଟିସ୍ ସହଜରେ ଜାଣିହେବ। ଏହାଦ୍ୱାରା ଖୁବ୍‌ ଶୀଘ୍ର ଡାଇବେଟିସ୍‌କୁ ଜାଣିହେବ ବୋଲି ବୈଜ୍ଞାନିକମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି। 

Advertisment

ସମଗ୍ର ବିଶ୍ୱରେ ଡାଇବେଟିସ୍ ତଥା ମଧୁମେହ ରୋଗ ବଢିବାରେ ଲାଗିଛି। ୨୦୧୯ରେ ବିଶ୍ୱରେ ୪୬୩ ମିଲିୟନ ଯୁବକ ଯୁବତୀ ଡାଇବେଟିସ ରୋଗରେ ଆକ୍ରାନ୍ତ। ତେବେ ଏହି ରୋଗକୁ ଆଗୁଆ ଚିହ୍ନଟ କରାଯାଇପାରିଲେ ଡାଇବେଟିସ୍ ଦ୍ୱାରା ହେଉଥିବା ଗୁରୁତର ରୋଗକୁ ନିୟନ୍ତ୍ରଣ କରାଯାଇପାରିବ।

ଭାରତୀୟ ବୈଜ୍ଞାନିକମାନେ ଏକ  artificial intelligence (AI) algorithm ପ୍ରସ୍ତୁତ କରିଛନ୍ତି। ଯାହା ଜଣେ ବ୍ୟକ୍ତିଙ୍କ ହୃତ ସ୍ପନ୍ଦନରୁ ECG (ଇଲେକ୍ଟ୍ରୋକାର୍ଡିଓଗ୍ରାମ)ରେ ରେକର୍ଡ କରାଯାଇ ଡାଇବେଟିସ୍ ଏବଂ ପ୍ରି-ଡାଇବେଟିସ୍ ବିଷୟରେ ସଠିକ୍ ପୂର୍ବାନୁମାନ କରିପାରିବ।
Advertisment

ଲତା ମେଡିକାଲ ରିସର୍ଚ୍ଚ ଫାଇଣ୍ଡେସନ୍ ଏହା ଉପରେ ଗବେଷଣା କରିଥିଲା।  ୧୨୬୨ ଜଣ ବ୍ୟକ୍ତିଙ୍କ ଠାରେ ଏହି ପରୀକ୍ଷା କରାଯାଇ ଡାଟା ସଂଗ୍ରହ କରାଯାଇଥିଲା। ତେବେ ଡାଇବେଟ୍‌ସ ନାମକ ଇସିଜି ଆଲଗରିଦିମ୍ ମାଧ୍ୟମରେ ୧୦,୪୬୧ ସିଙ୍ଗଲ ହାର୍ଟବିଟ୍‌କୁ ରେକର୍ଡ କରାଯାଇଥିଲା।  

ତେବେ ପ୍ରତ୍ୟେକଙ୍କ ହାର୍ଟ ବିଟ୍‌ର ଆକାର ଓ ଆକୃତି ଅନୁସାରେ DiaBeats algorithm ଶୀଘ୍ର ଡାଇବେଟିସ୍‌ ଓ ପ୍ରିଡାଇବେଟିସ୍ ଚିହ୍ନଟ କରିପାରୁଛି। ବ୍ୟକ୍ତିଙ୍କ ବୟସ ଅନୁସାରେ ଏହି ଆଲଗୋରିଦିମ୍ ୯୭ ପ୍ରତିଶତ ସଠିକ ଚିହ୍ନଟ କରିପାରୁଛି। ଏହାଦ୍ୱାରା ରୋଗୀମାନେ ନିଜେ ପରୀକ୍ଷା କରି ଡାଇବେଟିସ୍‌ ଚିହ୍ନିବା ଯେଭଳି କଷ୍ଟକର ହେଉଥିଲା, ତାହା ଏଥିରେ ରହିବ ନାହିଁ। 

AI Algorithm Trace Diabetes Pre-diabetes
Advertisment
Advertisment