/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690451383.jpg)
ghatkopar tower
୧୩ ମହଲା ଟାୱାର୍ ଉପରେ ଚଢ଼ିଗଲା ଅଜଗର । ସୁରକ୍ଷିତ ଭାବେ ଉଦ୍ଧା କଲେ ଉଦ୍ଧାରକାରୀ ଟିମ୍ । ଏକ ୪ ଫୁଟ ଲମ୍ବର ଅଜଗର ୧୩ ମହଲା ଟାୱାର ଉପରେ ଚଢ଼ିଯାଇଥିବା ଦେଖିବାକୁ ମିଳିଛି । ଏହାକୁ ସ୍ଥାନୀୟ ଲୋକ ଦେଖିବା ପରେ ସୁରକ୍ଷିତ ଭାବେ ସାପଟିକୁ ଉଦ୍ଧାର କରାଯାଇଛି ।
ସୂଚନା ଅନୁସାରେ ଏପରି ଏକ ଘଟଣା ମୁମ୍ବାଇରୁ ନଜରକୁ ଆସିଛି । ମୁମ୍ବାଇର ଘାଟକୋପରେ ରହିଥିବା ଏକ ୧୩ ମହଲା ଟାୱାରର ଉପରକୁ ଅଜଗରଟି ଚଢ଼ିଯାଇଥିଲା । କିପରି ଏତେ ଉପରକୁ ଅଜଗରଟି ଚଢ଼ିଲା ସେନେଇ ଜଣାପଡ଼ିନାହିଁ । ଏହି ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ମୁମ୍ବାଇର ଏକ ଆଇଟି ଫାର୍ମରେ କାମ କରୁଥିବା ସୋରଜ ସାହା ଏନେଇ ଜାତୀୟ ଜଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଘାଟକୋପର ଏଲବିଏସ୍ ରୋଡରେ ଥିବା ଏକ ପାରାଡାଇଜ୍ ବିଲ୍ଡିଂରେ ଅଜଗରଟି ନଜର ଆସିଥିଲା । ଏହା ଦେଖିବା ପରେ ଆମେ ତୁରନ୍ତ ରାଜ୍ୟ ଜଙ୍ଗଲ ବିଭାଗକୁ ସୂଚନା ଦେଇଥିଲୁ ।
ପରେ ମୁମ୍ବାଇ ରେଞ୍ଜର ବନ ଅଧିକାରୀ ରାକେଶ ଭୋଇରଙ୍କ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନେ ସାପଟିକୁ ସରକ୍ଷିତ ଭାବେ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଛାଡ଼ି ଦେଇଥିଲେ ।
ଏହି ଘଟଣାକୁ ବନ୍ୟଜନ୍ତୁ ବିଶେଷଜ୍ଞମାନେ ପ୍ରତିକ୍ରିୟା ରଖିଛନ୍ତି । ସେମାନେ କହିଛନ୍ତି ଯେ, ପ୍ରବଳ ବର୍ଷା ସମୟରେ ଅଜଗର ଓ ଅନ୍ୟ ସାପଗୁଡ଼ିକଙ୍କ ବାସସ୍ଥଳୀ ଜଳବନ୍ଦି ହୋଇଯାଏ । ତେଣୁ ସେମାନେ ଉଚ୍ଚା ଜାଗା ଖୋଜିଥାନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)