• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଣିକି ଟ୍ରେନ୍‌ରେ ବି ମହିଳାଙ୍କ ପାଇଁ ସଂରକ୍ଷିତ ରହିବ ସିଟ୍‌ । ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଘୋଷଣା କରିଛନ୍ତି । ଦୂରଗାମୀ ଟ୍ରେନ୍‌ରେ ମହିଳାଙ୍କ ଯାତ୍ରାକୁ ସୁରକ୍ଷିତ ଓ ଆରାମ ଦାୟକ କରିବାକୁ ରେଳ ବିଭାଗର ବଡ଼ ନିଷ୍ପତ୍ତି । ଏବେ ଟ୍ରେନ୍‌ରେ ମହିଳାଙ୍କୁ ସିଟ୍‌ ମିଳିବା ସହଜ ହେବ । ବସ୍‌ ଭଳି ଟ୍ରେନ୍‌ରେ ରହିବ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସିଟ୍‌ । ଏହି ସିଟ୍‌ରେ ସାଧାରଣତଃ ପୁରୁଷମାନଙ୍କୁ ବସିବାକୁ ମନା ଥାଏ ।

ତେବେ ଦୂରଗାମୀ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍‌ରେ ମଧ୍ୟ ମହିଳାଙ୍କ ପାଇଁ ରହିବ ସିଟ୍ । ପ୍ରତି ବଗିରେ ସିଟ୍ ବା ବର୍ଥ ରିଜର୍ଭ ରହିବା ନେଇ ରେଳ ମନ୍ତ୍ରୀ ଘୋଷଣା କରିଛନ୍ତି । ସବୁ ମେଲ୍, ଏକ୍ସପ୍ରେସ, ଦୂରନ୍ତ, ରାଜଧାନୀ ଆଦି ଏକ୍ସପ୍ରେସରେ ରହିବ ସିଟ୍ ।

ମହିଳାଙ୍କ ପାଇଁ ସ୍ଲିପର କ୍ଲାସ, ଥାର୍ଡ ଏସିରେ ୬ଟି ବର୍ଥ ସଂରକ୍ଷିତ ରହିବା ନଇ ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ । ଖାଲି ସେତିକି ନୁହେଁ ବରିଷ୍ଠ ନାଗରିକ ଓ ୪୫ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କ ପାଇଁ ବି ରହିବ ସଂରକ୍ଷିତ ସିଟ୍ । ପ୍ରତି ସ୍ଲିପର କ୍ଲାସରେ ବରିଷ୍ଠ ନାଗରିକଙ୍କ ପାଇଁ ୬/୭ଟି ସିଟ୍ ରିଜର୍ଭ ରହିବ ।

ସେହିପରି ଗରିବ ରଥ, ଦୂରନ୍ତୋ ଏବଂ ସଂପୂର୍ଣ୍ଣ ଏସି ଥିବା ଏକ୍ସପ୍ରେସ୍ ଟ୍ରେନ୍‌ରେ ମଧ୍ୟ ୬ଟି ଲେଖାଏଁ ବର୍ଥ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ଏଥିରେ ମହିଳାଙ୍କ ବୟସର କଟକଣା ରହିବ ନାହିଁ କି ମହିଳା ଜଣକ ଏକା କିମ୍ବା ଅନ୍ୟମାନଙ୍କ ସାଙ୍ଗରେ ଯାତ୍ରା କରୁଛନ୍ତି, ତାହା ଦେଖା ଯିବ ନାହିଁ । ସେହିପରି ପ୍ରତ୍ୟେକ ସ୍ଲିପର୍ ବଗିରେ ୬-୭ଟି ଲୋୟର ବର୍ଥ ବରିଷ୍ଠ ନାଗରିକ, ଗର୍ଭବତୀ ଓ ୪୫ ବର୍ଷରୁ ଅଧିକ ବୟସର ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ସେହିପରି ଥ୍ରୀ ଟିୟର ଏସିରେ ୪-୫ଟି, ସେକେଣ୍ଡ ଟିୟର୍ ଏସିରେ ୩-୪ଟି ଲୋୟର ବର୍ଥ ଏହି ବର୍ଗର ବ୍ୟକ୍ତିଙ୍କ ପାଇଁ ସଂରକ୍ଷିତ ରଖାଯିବ । ଏହା ସହିତ ମହିଳାଙ୍କ ସୁରକ୍ଷା ପାଇଁ ଆର୍‌ପିଏଫ୍, ଜିଆର୍‌ପି ଓ ଜିଲ୍ଲା ପୋଲିସକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯିବ ।