• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଟ୍ରେନ୍‌ରେ ଯାତ୍ରା କରୁଥିବା କିମ୍ବା ଯାତ୍ରା ପାଇଁ ଯୋଜନା କରିଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ଆହୁରି ଶସ୍ତାରେ ଆପଣ ଏସି କୋଚ୍‌ରେ ଯାତ୍ରା କରିପାରିବେ। ଏସି-୩ ଟାୟର ଇକୋନୋମି କ୍ଲାସ୍‌ ଟିକେଟ୍‌ ଦାମ୍‌ ହ୍ରାସ ଲାଗି ରେଳ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ଗତକାଲିଠୁ ଏହା ଲାଗୁ ହୋଇଛି। ଏହାସହ ପୂର୍ବଭଳି ଯାତ୍ରୀଙ୍କୁ ମିଳୁଥିବା ସୁବିଧା ଜାରି ରହିବ।

ଅଧିକ ପଢ଼ନ୍ତୁ: ଟ୍ରେନ ପଛରେ କାହିଁକି ରହିଥାଏ ‘X’ ଚିହ୍ନ ? କ’ଣ ଏହାର କାରଣ ? ଜାଣନ୍ତୁ...

ରେଳ ଅଧିକାରୀଙ୍କ ସୂଚନା ଅନୁସାରେ, ଯେଉଁ ଯାତ୍ରୀ ଅନ୍‌ଲାଇନ୍‌ରେ କିମ୍ବା କାଉଣ୍ଟରରେ ଟିକେଟ୍‌ ବୁକ୍‌ କରିଛନ୍ତି ସେମାନଙ୍କୁ ପୂର୍ବରୁ ବୁକ୍ ହୋଇଥିବା ଟିକେଟ୍ ପାଇଁ ଅତିରିକ୍ତ ଟଙ୍କା ଫେରସ୍ତ ମିଳିବ। ନିର୍ଦ୍ଦେଶ ଅନୁସାରେ, ଗତବର୍ଷ ଜାରି ହୋଇଥିବା ସର୍କୁଲାର ଅନୁସାରେ ଏସି-୩ ଟାୟର ଇକୋନୋମି କ୍ଲାସ୍‌ ଟିକେଟ୍‌ ଭଡ଼ା, ଏସି-୩ ଟାୟର ଟିକେଟ୍‌ ଭଡ଼ା ସହ ସମାନ କରାଯାଇଥିଲା। ଯାହାକି ଏବେ ହ୍ରାସ ପାଇଛି।

ଯାତ୍ରୀଙ୍କୁ 'ସର୍ବୋତ୍ତମ ଓ ଶସ୍ତା ଏସି ଭ୍ରମଣ' ସେବା ଯୋଗାଇବା ଲାଗି ରେଲ୍‌ୱେ ବୋର୍ଡ ପକ୍ଷରୁ ୩ ଟାୟର ଇକୋନୋମି କୋଚ୍‌ ଆରମ୍ଭ ହୋଇଥିଲା। ଏହି କୋଚ୍‌ର ଭଡ଼ା ସାଧାରଣତଃ ଏସି-୩ ଟାୟର କୋଚ୍‌ ତୁଳନାରେ ୬-୭ ପ୍ରତିଶତ କମ୍‌। ସୂଚନା ଅନୁସାରେ, ଏସି-୩ ଟାୟର କୋଚ୍‌ରେ ୭୨ଟି ବର୍ଥ ଥିବାବେଳେ ଏସି-୩ ଟାୟର ଇକୋନୋମିରେ ୮୦ଟି ବର୍ଥ ରହିଛି। 

ସୂଚନାଥାଉ କି, ଏସି-୩ ଟାୟର ଇକୋନୋମି କ୍ଲାସ୍‌ କୋଚ୍‌ ଯେବେ ଆରମ୍ଭ ହେଲା ପ୍ରଥମ ବର୍ଷ ରେଲ୍‌ୱେ ୨୩୧ ଟଙ୍କା କମାଇଥିଲା। ତଥ୍ୟ ଅନୁସାରେ, ଗତବର୍ଷ ଏପ୍ରିଲ-ଅଗଷ୍ଟରେ ୧୫ ଲକ୍ଷ ଲୋକ ଏହି କୋଚ୍‌ରେ ଯାତ୍ରା କରିଛନ୍ତି। ଏହାଦ୍ୱାରା ୧୭୭ କୋଟି ଟଙ୍କା ରେଲ୍‌ୱେ କମାଇଥିଲା। 

OTV is now on Whatsapp

Join and get latest news update delivered to you via whatsapp

Join Now