• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଦଳିବ ଭାରତୀୟ ନୌସେନାର ଚିହ୍ନ ବା ଲୋଗୋ । ଭାରତୀୟ ନୌସେନା ପାଇବାକୁ ଯାଉଛି ଏକ ନୂଆ ଚିହ୍ନ । ଯାହା ନୌସେନାର ପତାକାରେ ସ୍ଥାନ ପାଇବ । ନୌସେନାର ଯୁଦ୍ଧ ଜାହାଜ, ଗ୍ରାଉଣ୍ଡ ଷ୍ଟେସନ୍ ଏବଂ ନାଭାଲ ଏୟାର ବେସ୍ ଉପରେ ପତାକା ଉତ୍ତୋଳନ କରାଯିବ । ୧୯୫୦ ପରଠାରୁ ଚତୁର୍ଥ ଥର ପାଇଁ ନୌସେନା ଏଥିରେ ପରିବର୍ତ୍ତନ ଆଣିବାକୁ ଯାଉଛି ।

ସେପ୍ଟେମ୍ବର ୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଚିରେ ଦେଶର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର ବିକ୍ରାନ୍ତ ଭେଟି ଦେବା ଅବସରରେ ଏହାର ଉନ୍ମୋଚନ କରିବେ । ନୂଆ ଲୋଗୋରେ ରହିବନି ବ୍ରିଟିଶ ଔପନିବେଶର ପ୍ରତୀକ । ଏହାକୁ ହଟାଯିବ ଏବଂ ଭାରତର ସମୃଦ୍ଧ ସାମୁଦ୍ରିକ ଐତିହ୍ୟକୁ ସ୍ଥାନ ମିଳିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।