Advertisment

Indian Navy: ନୌସେନାରେ ସାମିଲ ହେବ ୩ ଯୁଦ୍ଧ ଜାହାଜ

ଆଜି ଭାରତୀୟ ନୌସେନା ପାଇଁ ଐତିହାସିକ ଦିନ। ବହୁଗୁଣ ବଢ଼ିବ ନୌବୀରଙ୍କ ବଳ। ସାମିଲ ହେବ ତିନି ତିନିଟି ଯୁଦ୍ଧ ଜାହାଜ। ମୁମ୍ବାଇ ନାଭାଲ ଡକୟାର୍ଡରେ ଆଜି INS ସୁରତ, INS ନୀଲଗିରି ଓ INS ବାଘଶିରକୁ ଦେଶକୁ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଦ୍ୟତନ ହୋଇଛି
Indian Navy

Indian Navy

Advertisment

ଆଜି ଭାରତୀୟ ନୌସେନା ପାଇଁ ଐତିହାସିକ ଦିନ। ବହୁଗୁଣ ବଢ଼ିବ ନୌବୀରଙ୍କ ବଳ। ସାମିଲ ହେବ ତିନି ତିନିଟି ଯୁଦ୍ଧ ଜାହାଜ। ମୁମ୍ବାଇ ନାଭାଲ ଡକୟାର୍ଡରେ ଆଜି INS ସୁରତ, INS ନୀଲଗିରି ଓ INS ବାଘଶିରକୁ ଦେଶକୁ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡେଷ୍ଟ୍ରୟର୍ ସୁରତ, ଷ୍ଟେଲ୍ଥ ଫ୍ରିଗେଟ୍ ନୀଲଗିରି ଏବଂ ସବମରିନ୍ ବା ବୁଡ଼ାଜାହାଜ ବାଘଶିର ନୌସେନାରେ ସାମିଲ ହେବ। ପ୍ରଥମେ ଭାରତୀୟ ନୌସେନା ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ରିଟୁଇଟ କରିଥିଲେ। ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତି ବୃଦ୍ଧି ସହ ଆତ୍ମନିର୍ଭର ଭାରତକୁ ଏହା ବଳ ଯୋଗାଇବ ବୋଲି ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ମୋଦି। ଅନ୍ୟ ପକ୍ଷରେ ୩ଟି ଯୁଦ୍ଧଜାହାଜକୁ ନେଇ ସ୍ବତନ୍ତ୍ର ଭିଡିଓ ପୋଷ୍ଟ କରିଛି ଭାରତୀୟ ନୌସେନା ।

Advertisment

ଆଇଏନଏସ ସୁରତ ହେଉଛି ପ୍ରୋଜେକ୍ଟ ୧୫-ବି ର ଏକ ଅଂଶ । ଅତ୍ୟାଧୁନିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ଏହି ଜାହାଜରେ ଶତ୍ରୁ ପକ୍ଷକୁ ମାତ ଦେବାକୁ ଦକ୍ଷତା ରହିଛି । ଗାଇଡେଡ୍-ମିସାଇଲ୍ ବିଧ୍ୱଂସକ ଭାବେ ଏହାକୁ ବିକଶିତ କରାଯାଇଛି । ସେହିପରି INS ନୀଲଗିରି ପ୍ରୋଜେକ୍ଟ-17Aର ପ୍ରମୁଖ ଜାହାଜ । ନୌସେନାର ଯୁଦ୍ଧଜାହାଜ ଡିଜାଇନ୍ ବ୍ୟୁରୋ ଦ୍ୱାରା ଡିଜାଇନ୍ କରାଯାଇଥିବା, ନୀଳଗିରି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ । INS ବାଘଶିରପ୍ରୋଜେକ୍ଟ 75 ଅନ୍ତର୍ଗତ ସ୍କର୍ପିନ୍-କ୍ଲାସର ଷଷ୍ଠ ବୁଡ଼ାଜାହାଜ । ଏହା ଏକ ଡିଜେଲ-ଇଲେକ୍ଟ୍ରିକ୍ ବୁଡ଼ାଜାହାଜ ଯାହା ବିଶ୍ୱର ସବୁଠାରୁ ନୀରବ ଶ୍ରେଣୀର ବୁଡାଜାହାଜ ଅଟେ ।

ଏହି ୩ ଯୁଦ୍ଧ ଜାହାଜ ସମ୍ପୂର୍ଣ୍ଣ ଭାବରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ। ଏହା ଭାରତୀୟ ନୌସେନାକୁ ବିଶ୍ବର ଅନ୍ୟତମ ଶକ୍ତିଶାଳୀ ନୌସେନା ଭାବେ ଗଢି ତୋଳିବ। ସେହିପରି INS ନୀଲଗିରି ପ୍ରୋଜେକ୍ଟ-17Aର ପ୍ରମୁଖ ଜାହାଜ । ନୌସେନାର ଯୁଦ୍ଧଜାହାଜ ଡିଜାଇନ୍ ବ୍ୟୁରୋ ଦ୍ୱାରା ଡିଜାଇନ୍ କରାଯାଇଥିବା ବେଳେ ଶିବାଲିକ କ୍ଲାସ ଫ୍ରିଗେଟ୍ସରେ ଏହା ସମୃଦ୍ଧ। ଶତ୍ରୁ ପକ୍ଷଙ୍କ ରାଡାରରେ ନ ଆସିବାର ପ୍ରଯୁକ୍ତି କୌଶଳରେ ଏହାକୁ ସମୃଦ୍ଧ କରାଯାଇଛି।

Advertisment

ଆଇଏନଏସ ସୁରତ ହେଉଛି ପ୍ରୋଜେକ୍ଟ ୧୫-ବି ର ଏକ ଅଂଶ। ୭୫ ପ୍ରତିଶତ ଘରୋଇ ଜ୍ଞାନ କୌଶଳରେ ନିର୍ମିତ ଏହି ଯୁଦ୍ଧ ଜାହାଜଟି ଅତ୍ୟାଧୁନିକ ଗାଇଡେଡ ମିଶାଇଲ ବିଧ୍ବଂସକ ସାମିଲ ରହିଛି। ଆଇଏନଏସ ସୁରତ ଓ ନୀଲଗିରିରେ ଏକାଧିକ ହେଲିକପ୍ଟର ଅବତରଣ କରିବାର ସୁବିଧା ରହିଛି। ଚେତକ ଓ ଏମଏଚ ୬୦ ଆର ଭଳି ଲାଇଟୱେଟ ହେଲିକପ୍ଟର ଏଥିରେ ଅବତରଣ କରି ପାରିବେ।

Narendra Modi Navy Indian Navy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ