Advertisment

ଭାରତୀୟ ନୌସେନାର ଶକ୍ତି ଦେଖିଲା ସାରା ଦେଶ

ନୌସେନାର ଯବାନ ଗଭୀର ସମୁଦ୍ରରେ ଉଦ୍ଧାର ଓ ସର୍ଚ୍ଚ ଅପରେସନ୍ କରିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Indian Navy

Indian Navy

ନୌସେନା ଦିବସ ଅବସରରେ ବିଶାଖାପାଟଣାରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଏହି ଅବସରରେ ଶକ୍ତି ପ୍ରଦର୍ଶନ କଲା ଭାରତୀୟ ନୌସେନା। ଆଇଏନଏସ୍ ବିକ୍ରମାଦିତ୍ୟ ଓ ଆଇଏନଏସ୍ ବିକ୍ରାନ୍ତରୁ ଉଡାଣ ଭରିଲେ ମିଗ୍ 29K। ଚେତକ ଓ ସ୍ୱଦେଶୀ ଆଡଭାନସଡ୍ ଲାଇଟ୍ ହେଲିକପ୍ଟର ମଧ୍ୟ ସମୁଦ୍ର ପତ୍ତନ ଠାରୁ ବହୁତ କମ୍ ଉଚ୍ଚତାରେ ଉଡାଣ ଭରିଥିଲେ।

Advertisment

ଏଥିସହ ନୌସେନାର ଯବାନ ଗଭୀର ସମୁଦ୍ରରେ ଉଦ୍ଧାର ଓ ସର୍ଚ୍ଚ ଅପରେସନ୍ କରିଥିଲେ। ସୁପ୍ରିମ କମାଣ୍ଡର ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇଛନ୍ତି। ୧୯୭୧ ପାକିସ୍ତାନ ବିପକ୍ଷ ଯୁଦ୍ଧରେ ଭାରତର ବିଜୟ ସ୍ମାରକୀ ଭାବେ ପ୍ରତିବର୍ଷ ଡିସେମ୍ବର ୪ରେ ନୌସେନା ଦିବସ ପାଳିତ ହେଉଛି।  

Indian Navy
Advertisment
Advertisment