Advertisment

ଦୀପାବଳିରେ LACରୁ ଆସିଲା ଭଲ ଖବର, ପରସ୍ପରକୁ ମିଠା ବାଣ୍ଟିଲେ ଭାରତ-ଚୀନ୍‌ ସେନା

ଭାରତ-ଚୀନ୍ ସୀମା ଚୁସୁଲ-ମୋଲ୍ ଡୋ ବର୍ଡର ନିକଟ ମିଟିଂ ପଏଣ୍ଟରେ ଦୁଇ ସେନା ମଧ୍ୟରେ ମିଠା ଆଦାନ ପ୍ରଦାନ କରାଯାଇଛି । ଖାଲି ମୋଲ୍ ଡୋ ବର୍ଡରରେ ନୁହେଁ ବରଂ ଭାରତ-ଚୀନ୍ ସୀମାନ୍ତ ବିଭିନ୍ନ ବର୍ଡର ପଏଣ୍ଟରେ ଏହି ଖୁସିର ଅବସର ଦେଖିବାକୁ ମିଳିଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Indian, Chinese troops at LAC exchange Diwali sweets

Indian, Chinese troops at LAC exchange Diwali sweets

ଭାରତ ଏବଂ ଚୀନ୍‌ ମଧ୍ୟରେ ଥିବା ସମ୍ପର୍କ ଏବେ ଧୀରେ ଧୀରେ ସୁଧୁରିବାରେ ଲାଗିଛି । ଯାହାର ଉଦାହରଣ ଦୀପାବଳି ଅବସରରେ ଆଜି ଲାଇନ୍‌ ଅଫ୍‌ ଆକ୍ଚୁଆଲ୍‌ କଣ୍ଟ୍ରୋଲ୍‌(LAC)ରେ ଦେଖିବାକୁ ମିଳିଥିଲା । ଯେଉଁଠାରେ ଆଲୋକର ପର୍ବ ଦୀପାବଳି ଅବସରରେ ଭାରତୀୟ ଏବଂ ଚୀନ୍‌ ସୈନିକମାନେ ପରସ୍ପରକୁ ମିଠା ଉପହାର ଦେଇଥିଲେ ।

Advertisment

ଏମିତି ସମୟରେ ଏହି ଚିତ୍ର ସାମ୍ନାକୁ ଆସିଛି ଯେତେବେଳେ ଉଭୟ ଦେଶ ପୂର୍ବ ଲଦାଖର ଦୁଇଟି ସମ୍ବେଦନଶୀଳ ପଏଣ୍ଟ ଡେମଚୋକ୍ ଓ ଦୀପସାଙ୍ଗରୁ ସମତଳ ଭୂମିରେ ଉଭୟ ପକ୍ଷର ସଫଳତାର ସହ ସୈନ୍ୟ ଅପସାରଣ ସଂପୂର୍ଣ୍ଣ ହୋଇସାରିଛି । ଯେତେବେଳେ ଦିୱାଲୀ ଅବସରରେ ଏହିପରି ଚିତ୍ର ସାମ୍ନାକୁ ଆସିଲା, କୂଟନୈତିକ ଦୃଷ୍ଟିକୋଣରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବରେ ବିବେଚନା କରାଯାଏ ।

ଭାରତ-ଚୀନ୍ ସୀମା ଚୁସୁଲ-ମୋଲ୍ ଡୋ ବର୍ଡର ନିକଟ ମିଟିଂ ପଏଣ୍ଟରେ ଦୁଇ ସେନା ମଧ୍ୟରେ ମିଠା ଆଦାନ ପ୍ରଦାନ କରାଯାଇଛି । ଖାଲି ମୋଲ୍ ଡୋ ବର୍ଡରରେ ନୁହେଁ ବରଂ ଭାରତ-ଚୀନ୍ ସୀମାନ୍ତ ବିଭିନ୍ନ ବର୍ଡର ପଏଣ୍ଟରେ ଏହି ଖୁସିର ଅବସର ଦେଖିବାକୁ ମିଳିଛି । ହଟସ୍ପ୍ରିଙ୍ଗ ହେଉ କି କାରାକୋରମ ପାସ୍ ସବୁଠି ଦୁଇ ଦେଶର ସେନା ମିଠା ଆଦାନ ପ୍ରଦାନ କରିଛନ୍ତି । ସେହିଭଳି ଦୌଲତବେଗ୍ ଏବଂ ଲଦାଖର କୋଙ୍ଗକ୍ଲା ପଏଣ୍ଟରେ ଭାରତ-ଚୀନ୍ ସେନା ପରସ୍ପରକୁ ମିଠା ଆଦାନ ପ୍ରଦାନ କରିଛନ୍ତି ।

Advertisment

ଋଷର କାଜାନ ସହରରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ପ୍ରାୟ ୫୦ ମିନିଟ୍ ଧରି ଦ୍ୱିପାକ୍ଷିକ ବୈଠକ ହୋଇଥିଲା । ପାଞ୍ଚ ବର୍ଷ ପରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଏହି ‍ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ସି ଜିନପିଙ୍ଗଙ୍କୁ ସ୍ପଷ୍ଟ ଭାବରେ କହିଥିଲେ କି ଉଭୟ ଦେଶର ସମ୍ପର୍କର ଉନ୍ନତି ପାଇଁ ସୀମାରେ ଶାନ୍ତି ଆବଶ୍ୟକ ।

ଦୁଇ ନେତା ବୁଧବାର ଦିନ ପୂର୍ବ ଲଦାଖରେ ଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ଗସ୍ତ ଏବଂ ପାଟ୍ରୋଲିଂ ଉପରେ ଭାରତ-ଚୀନ୍ ଚୁକ୍ତିନାମାକୁ ସମର୍ଥନ କରିଛନ୍ତି । ଏହାସହିତ ୨୦୨୦ରେ ଏକ ମାରାତ୍ମକ ସାମରିକ ସଂଘର୍ଷର ସମ୍ମୁଖୀନ ହୋଇଥିବା ବିଭିନ୍ନ ଦ୍ୱିପାକ୍ଷିକ କଥାବାର୍ତ୍ତା ପ୍ରଣାଳୀକୁ ପୁନର୍ଜୀବିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଡେମଚୋକ୍ ଓ ଦୀପସାଙ୍ଗରୁ ଅସ୍ଥାୟୀ ଟେଣ୍ଟ୍‌ ହଟାଇବା ପରେ ଉଭୟ ଦେଶର ସୈନ୍ୟମାନେ ଏପ୍ରିଲ୍ ୨୦୨୦ ସ୍ଥିତିକୁ ଫେରି ଆସିଛନ୍ତି । ସୀମାରୁ ସେନା ଅପସାରଣ ପରେ ପ୍ରଥମ ଥର ପାଇଁ ସେନା ଆଜି ପ୍ରାରମ୍ଭିକ ପାଟ୍ରୋଲିଂ ଆରମ୍ଭ କରିବ ।

Indian Army Diwali
Advertisment
Advertisment