• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତ-ପାକ ସୀମାରେ ଦମ ଦେଖାଇଲେ ବିଏସଏଫ୍ ମହିଳା । ଭବାନୀ ଗ୍ରୁପର କନଷ୍ଟେବଲ ଭାଗ୍ୟଶ୍ରୀ ଓ କନଷ୍ଟେବଲ ପ୍ରୀତି । ପାକିସ୍ତାନ ପଟୁ ଆସୁଥିବା ଏକ ଡ୍ରୋନକୁ ଗୁଳିକରି ଖସାଇ ଦେଇଛନ୍ତି BSF ଭବାନୀ ଗ୍ରୁପର ଏହି ଦୁଇ ମହିଳା କନଷ୍ଟେବଲ । ପାକିସ୍ତାନ ପଟୁ ଭାରତର ପଞ୍ଜାବର ଅମ୍ରିତସର ଜିଲ୍ଲା ଚାହାରପୁର ଆଡକୁ ଏକ ଡ୍ରୋନ ଆସୁଥିବା ଦେଖି ଏହି ଦୁଇ ମହିଳା କମାଣ୍ଡର ତାକୁ ଟ୍ରାକ କରିଥିଲେ । ଆଉ ଗୁଳି କରି ଖସାଇ ଦେଇଥିଲେ ।

ପରେ ଖୋଜାଖୋଜି ପରେ ଭାଙ୍ଗି ଯାଇଥିବା ଡ୍ରୋନର ଅଂଶ ବିଶେଷ ମିଳିଥିଲା । ଯାଞ୍ଚ ବେଳେ ଜଣାପଡିଥିଲା ଯେ ଏକ ଭଙ୍ଗା ହେକ୍ସାକପଟର ଯେଉଁଥିରେ ୬ଟି ରୋଟର ଲାଗିଥିଲା । ଡ୍ରୋନର ଓଜନ ପ୍ରାୟ ୧୮ କେଜି ଥିଲା । ଏଥିରେ ଏକ ପଲିଥିନ ବ୍ୟାଗରେ ଗୁଡାଇ ହୋଇ ପ୍ରାୟ ୩ କେଜିର ହେରୋଇନ ଥିବା ବିଏସଏଫ ପକ୍ଷରୁ କୁହାଯାଇଛି । ପରେ ସେହି ଅଞ୍ଚଳଟିକୁ ଘେରାବନ୍ଦୀ କରାଯାଇ ପ୍ରାଥମିକ ସର୍ଚ୍ଚ ଅପରେସନ  କରାଯଥିଲା । ଏଥିରେ ଭାଙ୍ଗି ରୁଜି ଯାଇଥିବା ଏକ ହେକ୍ସାକପ୍ଟର ଉଦ୍ଧାର ହୋଇଛି । ଦୁଇ ମହିଳା କନଷ୍ଟେବଳଙ୍କୁ ଏଥିପାଇଁ ବିଏସଏଫ ପକ୍ଷରୁ ପୁରସ୍କୃତ କରାଯାଇଛି ।

ଅଧିକ ପଢ଼ନ୍ତୁ: ଶତ୍ରୁ ପକ୍ଷର ଗୁଇନ୍ଦା ଡ୍ରୋନ୍‌କୁ ମାଡ଼ି ବସିବ ଚିଲ

ଅନ୍ୟପଟେ ଏଣିକି ଚିଲ ଖସାଇବ ଶତ୍ରୁ ପକ୍ଷର ଡ୍ରୋନ୍ । ଉତ୍ତରାଖଣ୍ଡର ଅଉଲିରେ ଇଣ୍ଡୋ-ୟୁଏସ୍ ସମରାଭ୍ୟାସ ବେଳେ ଭାରତରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଛି । ଚିଲ ଶତ୍ରୁପକ୍ଷର ଡ୍ରୋନ୍‌କୁ ଟାର୍ଗେଟ କରି ଖସାଇବ । ପ୍ରଶିକ୍ଷିତ ଚିଲ ଜରିଆରେ ଭାରତୀୟ ସେନାର ଏହା ନୂଆ ଯୋଜନା । ଭାରତୀୟ ସୀମାକୁ କୌଣସି ଡ୍ରୋନ୍ ପଶିଲେ ଆକ୍ରମଣ କରିବ ଚିଲ । ପ୍ରଥମ ଥର ପାଇଁ ଏଭଳି ଉପାୟ ଆପଣାଇବ ଭାରତୀୟ ସେନା । ଉତ୍ତରାଖଣ୍ଡ ଅଉଲିରେ ଚାଲିଥିବା ଯୁଦ୍ଧ ଅଭ୍ୟାସରେ ଏହାର ପ୍ରଦର୍ଶନ କରାଯାଇଛି ।