Advertisment

ଶତ୍ରୁର ହର୍‌କତ୍ ଉପରେ ରହିବ 'ବାଜ୍ କୀ ନଜର୍'

ପାକିସ୍ତାନ ସୀମାବର୍ତ୍ତି ଅଞ୍ଚଳରେ ବାରମ୍ବାର ଧରାପଡ଼ୁଛି ସନ୍ଦିଗ୍ଧ ଡ୍ରୋନ୍।

author-image
Chandan Shishu
ଅଦ୍ୟତନ ହୋଇଛି
Indian Army kite Arjun

Indian army to deploy kites to capture enemy drones in border areas

ଶତ୍ରୁର ହରକତ୍ ଉପରେ ରହିବ ବାଜ୍ କୀ ନଜର୍। ଶତ୍ରୁ ଶିବିରରୁ ଡ୍ରୋନ୍ ଆସିଲେ ଝାମ୍ପିନେବ ଚିଲ। ଆକାଶରେ ଅନୁପ୍ରବେଶ ରୋକିବ ସେନା ଚିଲ ଅର୍ଜୁନ। ଚିଲ ବା ବାଜ... ଏ ଶିକାରୀ ପକ୍ଷୀର ଆଖି ଯେତିକି ଶକ୍ତିଶାଳୀ, ପଂଝା ବି ସେତିକି ମଜବୁତ। ଉଚ୍ଚ ଆକାଶରେ ଉଡ଼ି ଶିକାର ଖୋଜିବା  ଓ କ୍ଷୀପ୍ର ଗତିରେ ଉଡ଼ି ଆଖି ପିଛୁଳାକେ ଝାମ୍ପିନେବାରେ ମାହିର୍। ତାର ଏଇ ସବୁ ଗୁଣକୁ ଦେଶର ସୁରକ୍ଷା ପାଇଁ ବ୍ୟବହାର କରୁଛି ଭାରତୀୟ ସେନା। ସୀମାନ୍ତ ଅଞ୍ଚଳରେ ସନ୍ଦିଗ୍ଧ ଡ୍ରୋନକୁ ଠାବ କରି ଖସାଇବା ପାଇଁ ଚିଲକୁ ଦିଆଯାଉଛି ସ୍ବତନ୍ତ୍ର ତାଲିମ୍। 

Advertisment

ଅଧିକ ପଢ଼ନ୍ତୁ: ଶତ୍ରୁ ପକ୍ଷର ଗୁଇନ୍ଦା ଡ୍ରୋନ୍‌କୁ ମାଡ଼ି ବସିବ ଚିଲ

ସେମିତି ଏକ ପ୍ରଶିକ୍ଷିତ ଚିଲ ଅର୍ଜୁନ।  ଦେହରେ ଖଞ୍ଜାଯାଇଛି ଟ୍ରାକର୍ ଓ ଅନ୍ୟାନ୍ୟ ଆଧୁନିକ ଯନ୍ତ୍ରପାତି ଉତ୍ତରାଖଣ୍ଡ ଔଲିରେ ଭାରତ-ଆମେରିକା ମଧ୍ୟରେ ଚାଲିଥିବା ମିଳିତ ସମରାଭ୍ୟାସରେ ପ୍ରଥମ ଥର ପାଇଁ ଏହି ଚିଲର କାରନାମା ପ୍ରଦର୍ଶନ କରାଯାଇଛି। କେବଳ ଚିଲ ନୁହେଁ, ଅନୁପ୍ରବେଶ ରୋକିବାକୁ ଚିଲର ସାଥ୍ ଦେବ ତାଲିମପ୍ରାପ୍ତ କୁକୁର। କୁକୁର ଶତ୍ରୁପକ୍ଷ ଡ୍ରୋନ୍‌ର ଶବ୍ଦ ଶୁଣିବ, ଚିଲ ତାର ପତ୍ତା ଲଗାଇବ। ଉତ୍ତରପ୍ରଦେଶ ମିରଟ୍ ସ୍ଥିତ ରିମାଉଣ୍ଟ୍ ଭେଟନାରୀ କୋର୍‌ରେ ଚିଲ ଓ କୁକୁରକୁ ତାଲିମ ଦିଆଯାଉଛି। ଯୁଦ୍ଧାଭ୍ୟାସରେ ସେନା କୁକୁର ବା କେନାଇନ୍ ସୋଲଜରଙ୍କ ବିସ୍ଫୋରକ ଖୋଜିବା ଓ ଆତଙ୍କୀଙ୍କୁ କାବୁ କରିବା କୌଶଳ ମଧ୍ୟ ପ୍ରଦର୍ଶିତ ହୋଇଛି।

ପାକିସ୍ତାନ ସୀମାବର୍ତ୍ତି ଅଞ୍ଚଳରେ ବାରମ୍ବାର ଧରାପଡ଼ୁଛି ସନ୍ଦିଗ୍ଧ ଡ୍ରୋନ୍। ଖାସ୍ କରି ପଞ୍ଜାବରେ ଡ୍ରଗ୍ସ ଓ ହତିଆର ଚାଲାଣର ମାଧ୍ୟମ ସାଜିଛି ଏହି ମାନବବିହୀନ ଉଡ଼ନ୍ତା ଯନ୍ତ୍ର। ଗତରାତିରେ ୩ କେଜି ଡ୍ରଗ୍ସ ନେଇ ଆସୁଥିବା ଏକ ପାକିସ୍ତାନ ଡ୍ରୋନକୁ ଖୋଳି କରି ଖସାଇ ଦେଇଛି ବିଏସ୍ଏଫ୍ ମହିଳା ସ୍କ୍ବାଡ୍। ଅମୃତସର ଜିଲ୍ଲାର ଚହରପୁରରେ ରାତି ପ୍ରାୟ ସାଢେ ୧୦ଟା ବେଳେ ପାକିସ୍ତାନୀ ଡ୍ରୋନ୍ ଭାରତୀୟ ଅଞ୍ଚଳରେ ପ୍ରବେଶ କରୁଥିବା ଠାବ କରାଯାଇଥିଲା। 

Advertisment

ଗଲା ୨୫ ତାରିଖରେ ବି ଅମୃତସର ଅଞ୍ଚଳରେ ଏକ ଚୀନ୍ ନିର୍ମିତ ଡିଜେଇ ମାଟ୍ରିସ୍-୩୦୦ ଆର୍‌ଟିକେ ଡ୍ରୋନ୍ ଖସାଇଥିଲା ବିଏସ୍ଏଫ୍। ସେଥିରୁ ବି ଡ୍ରଗ୍ସ ମିଳିଥିଲା। ୨୦୨୧ରେ ଶହେଟି ପାକିସ୍ତାନ ଡ୍ରୋନ୍‌କୁ ଠାବ କରାଯାଇଥିବା ବେଳେ, ଏବର୍ଷ ଏଯାଏଁ ୨୫୦ରୁ ଅଧିକ ଡ୍ରୋନ୍ ଠାବ କରାଗଲାଣି। ତେଣୁ ଏହି ଡ୍ରୋନ୍ ସମସ୍ୟାକୁ ପ୍ରତିହତ କରିବା ପାଇଁ ଚିଲ ଓ କୁକୁର ଟିମ୍, ଭାରତର ଦେଶୀ ଆଣ୍ଟିଡ୍ରୋନ୍ ସିଷ୍ଟମ୍ ଭଳି କାର୍ଯ୍ୟ କରିବେ।

Indian Army
Advertisment
Advertisment