• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶତ୍ରୁକୁ ମୁହଁତୋଡ଼ ଜବାବ ଦେବା ଲାଗି ଭାରତୀୟ ସେନାରେ ସାମିଲ ହେଲା ସାଇଲେଣ୍ଟ କିଲର ନାଗାସ୍ତ୍ର-୧ । ନାଗପୁରର ସୋଲାର ଇଣ୍ଡଷ୍ଟ୍ରିରେ ସ୍ବତନ୍ତ୍ର ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ଏହି ଆତ୍ମଘାତି ଡ୍ରୋନକୁ ସେନାକୁ ହସ୍ତାନ୍ତର କରାଯିବା ପରେ ଏହାର ସଫଳ ପରୀକ୍ଷଣ ହୋଇଛି। ସ୍ଥଳ ସେନାରେ ସାଇଲେଣ୍ଟ କିଲର ନାଗାସ୍ତ୍ର-୧ ସାମିଲ ହେବା ଦ୍ୱାରା ବାହ୍ୟଶତ୍ରୁ ଦମନ ସହ ଆତଙ୍କୀଙ୍କ ଅନୁପ୍ରବେଶ ଉପରେ ଅଂକୁଶ ଲାଗିବ ବୋଲି କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ।

ବିଶେଷ କରି ଭାରତ-ପାକିସ୍ତାନ ଓ ଚୀନ ସୀମାରେ ଏଭଳି ଆତ୍ମଘାତୀ ଡ୍ରୋନକୁ ନିୟୋଜିତ କରାଯିବ । ଯାହାଦ୍ବାରା ଶତ୍ରୁର ପ୍ରତ୍ୟେକ ପଦକ୍ଷେପ ଉପରେ ଭାରତ ନଜର ରଖିପାରିବ । ଏହାବାଦ ଏହି ଡ୍ରୋନ ଆକାଶରେ ରହି ଯେଉଁ ଶତ୍ରୁ ଆମ୍ବୁସ କରିଛି ତାହାକୁ ବି ନଷ୍ଟ କରାଯାଇ ପାରିବ । ଆକାଶରେ ପ୍ରାୟ ୧ ଘଣ୍ଟା ବିଚରଣ କରିବା ସହ ଜଣେ ବ୍ୟକ୍ତି ଏହାକୁ ୧୫ରୁ ୩୦ କିଲୋମିଟର ଉପରେ ନଜର ରଖିପାରିବ। ଅତ୍ୟଧିକ ତାପମାତ୍ରା ବ୍ୟତୀତ ଉଚ୍ଚ ଶୃଙ୍ଗରେ ବି ଏହି ଡ୍ରୋନକୁ ପରିଚାଳନା କରାଯାଇପାରିବ ।

ପ୍ରଥମ ପର୍ଯ୍ୟାୟରେ ସେନାକୁ ୧୨୦ଟି ଡ୍ରୋନ୍‌‌ ମିଳିଛି। ଏହି ଡ୍ରୋନ୍‌‌ ଜରିଆରେ ଶତ୍ରୁ ପକ୍ଷ ଉପରେ ଏୟାରଷ୍ଟ୍ରାଇକ୍‌‌ କରିବାକୁ ବେଶ ସହାୟକ ହେବ। ଏବେ ଏୟାର ଷ୍ଟ୍ରାଇକ୍‌‌ ପାଇଁ ଫାଇଟର ଜେଟର ଆବଶ୍ୟକତା ପଡିବ ନାହିଁ। ନାଗାସ୍ତ୍ର-୧କୁ ଧରିପାରିବନି ରାଡାର। ବଙ୍କର, କ୍ୟାମ୍ପକୁ କରିବ ଧ୍ୱଂସ। ତେବେ ସେନାକୁ ମୋଟ ୪୫୦ଟି ଡ୍ରୋନ୍‌‌ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଭାରତ-ଚୀନ ସୀମା ଘାଟିରେ ଏହାର ପରୀକ୍ଷଣ କରାଯାଇଛି। ୧ରୁ ୪କିଲୋଗ୍ରାମର ଅସ୍ତ୍ରଶସ୍ତ୍ର ନେବାରେ ସଫଳ ହୋଇଥିଲା ଏହି ଡ୍ରୋନ୍‌‌।

OTV is now on Whatsapp

Join and get latest news update delivered to you via whatsapp

Join Now