/odishatv-khabar/media/post_attachments/uploadimage/library/16_9/16_9_0/IAF_1694611632.jpg)
IAF
ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ବାୟୁସେନାରେ ସାମିଲ ହେବ C-295 MW ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ । ସ୍ପେନର ଏହି ଏୟାରକ୍ରାଫଟକୁ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭି.ଆର ଚୌଧରୀ ଗ୍ରହଣ କରିଛନ୍ତି । ଏହି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟର ୫ରୁ ୧୦ଟନ୍ ଓଜନର ମାଲ ପରିବହନ କ୍ଷମତା ରହିଛି । ଏଥିସହ ଏକାଥରକେ ୭୦ ଜଣ ଯବାନ ଏଥିରେ ବସିପାରିବେ ।
୨୦୨୧ ମସିହାରେ ସ୍ପେନ୍ ଓ ଭାରତ ମଧ୍ୟରେ ଚୁକ୍ତି ଅନୁଯାୟୀ, ଏହି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଦେଶକୁ ଅଣାଯାଉଛି । ମୋଟ ୫୬ଟି ଏଭଳି ଏୟାରକ୍ରାଫ୍ଟ ପାଇଁ ଚୁକ୍ତି ହୋଇଥିଲା । ସେହି ଅନୁଯାୟୀ ୧୬ଟି ସ୍ପେନରେ ନିର୍ମାଣ ହୋଇଥିବା ବେଳେ ୪୦ଟି ଗୁଜରାଟ ଭଦୋଦରାରେ ନିର୍ମାଣ କରାଯାଉଛି । ଟାଟା ଏବଂ ଏୟାରବସ୍ ମିଳିତ ଭାବେ ଏହାକୁ ନିର୍ମାଣ କରୁଛନ୍ତି ।
India today receives the first #C295 MW transport aircraft.
Chief of the Air Staff, Air Chief Marshal VR Choudhari attends the formal handing over ceremony of the first C-295 MW transport aircraft at Seville in #Spain.
According to the Indian Air Force, the aircraft was… pic.twitter.com/3T6Npehjd4
— DD News (@DDNewslive) September 13, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)