Advertisment

ଆସନ୍ତା ୧୪ରେ ଲଞ୍ଚ ହେବ ଇସ୍ରୋର ‘ଚନ୍ଦ୍ରୟାନ-୩'

ଏବେ ଚନ୍ଦ୍ରୟାନ-୩ରେ ସେଇ ଅଧୁରା ସ୍ୱପ୍ନକୁ ସାକାର କରିବା ଅର୍ଥାତ୍ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ କରି ତା ଭିତରୁ ରୋଭର ଗଡ଼ାଇବା ପାଇଁ ପୂର୍ଣ୍ଣ ଆଶାବାଦୀ ଅଛି ଇସ୍ରୋ।

author-image
Chandan Shishu
ଅଦ୍ୟତନ ହୋଇଛି
Chandrayaan 3

Chandrayaan 3

ଜୁଲାଇ ୧୪ରେ ଚନ୍ଦ୍ରପୃଷ୍ଠକୁ ଯିବ ଚନ୍ଦ୍ରଯାନ ୩। ୧୪ ତାରିଖରେ ଆନ୍ଧ୍ରପ୍ରଦେଶସ୍ଥିତ ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ ‘ଚନ୍ଦ୍ରୟାନ-୩’ର ଉତକ୍ଷେପଣ କରାଯିବ ବୋଲି ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଛି। GSLV ମାର୍କ-ଥ୍ରୀ ରକେଟ୍ ସାହାଯ୍ୟରେ ଚନ୍ଦ୍ରୟାନ-୩ ଜହ୍ନକୁ ଯିବ। ଏନେଇ ସ୍ପଷ୍ଟ କରିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ।

Advertisment

ଚନ୍ଦ୍ରରେ ଅବତରଣ କରିବା ପରେ ଏହା ଚନ୍ଦ୍ରପୃଷ୍ଠର ଉପର ସ୍ତର ମୃତ୍ତିକାର ଭୌତିକ ଗୁଣ ଉପରେ ଅନୁଧ୍ୟାନ କରିବ। ଏହା ଭାରତର ତୃତୀୟ ମୁନ୍ ମିଶନ୍। ଚନ୍ଦ୍ରୟାନ-୨ର ଅର୍ବିଟର ମାଧ୍ୟମରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ଓ ରୋଭର୍ ସହିତ ସଂପର୍କରେ ରହିବ। କେବଳ ଅର୍ବିଟରକୁ ଚନ୍ଦ୍ର କକ୍ଷପଥରେ ଅବସ୍ଥାପିତ କରି ଆଂଶିକ ସଫଳତା ଦେଇଥିଲା ଚନ୍ଦ୍ରୟାନ-୨।

Advertisment

ଏବେ ଚନ୍ଦ୍ରୟାନ-୩ରେ ସେଇ ଅଧୁରା ସ୍ୱପ୍ନକୁ ସାକାର କରିବା ଅର୍ଥାତ୍ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ କରି ତା ଭିତରୁ ରୋଭର ଗଡ଼ାଇବା ପାଇଁ ପୂର୍ଣ୍ଣ ଆଶାବାଦୀ ଅଛି ଇସ୍ରୋ। ଏଥିପାଇଁ ଲ୍ୟାଣ୍ଡରର ଗୋଡ଼ ଗୁଡ଼ିକ ଅଧିକ ମଜବୁତ କରାଯାଇଛି ଏବଂ ଉନ୍ନତ ସେନ୍ସର ଓ ଆଧୁନିକ ଯନ୍ତ୍ରାଂଶ ଲଗାଯାଇଛି । ଏହି ମିଶନ ପାଇଁ ଖର୍ଚ୍ଚ ହେବ ୬୧୫ କୋଟି ଟଙ୍କା।

Chandrayaan-3
Advertisment
Advertisment