• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବ୍ରିଟିଶ ନାଗରିକଙ୍କ ପାଇଁ ପୁଣି ଇ-ଭିସା ବ୍ୟବସ୍ଥା ଆରମ୍ଭ କରିବେ କେନ୍ଦ୍ର ସରକାର । କରୋନା ମହାମାରୀ ପରେ ୨୦୨୦ ମାର୍ଚ୍ଚ ପରଠୁ ଇ-ଭିସା ନୀତି କାର୍ଯ୍ୟକାରୀ ହେଉନଥିଲା । ତେବେ ଆଗକୁ କ୍ରିଷ୍ଟମାସ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ଏହି ବର୍ଷ ଆରମ୍ଭରୁ କେବଳ ୟୁକେ ଓ କାନାଡ଼ା ଭଳି କେତେକ ହାତ ଗଣତି ଦେଶକୁ ଛାଡ଼ିଦେଲେ, ଅନ୍ୟ ଦେଶର ନାଗରିକଙ୍କ ପାଇଁ ଇ-ଭିସା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା ।

ଅଧିକ ପଢ଼ନ୍ତୁ: କାହିଁକି ଭାରତୀୟ ନାଗରିକତାରୁ ମୁହଁ ଫେରାଉଛନ୍ତି ଦେଶବାସୀ ?

ତେବେ ବର୍ତ୍ତମାନ ବ୍ରିଟିଶ ନାଗରିକଙ୍କ ପାଇଁ ଇ-ଭିସା କାର୍ଯ୍ୟକାରୀ ହେବା ଅତି ଖୁସିର ବିଷୟ ବୋଲି କହିଛନ୍ତି ଲଣ୍ଡନ ସ୍ଥିତ ଭାରତୀୟ ହାଇକମିଶନର । ଏହି ଭିସା ୱେବସାଇଟ୍ ଖୁବଶୀଘ୍ର ଖୋଲିବାକୁ ଯାଉଥିବା ବେଳେ ବ୍ରିଟେନ୍ ନାଗରିକମାନେ ଏଣିକି ଆବେଦନ କରିପାରିବେ । ସେପଟେ ଶୀତ ଋତୁ ପୂର୍ବରୁ ବ୍ରିଟିଶ ନାଗରିକଙ୍କ ପାଇଁ ଇ-ଭିସା ନୀତି କାର୍ଯ୍ୟକାରୀ ହେବା ପରେ ଏହାକୁ ସ୍ୱାଗତ କରିଛନ୍ତି ଦେଶର ବିଭିନ୍ନ ଟ୍ରାଭେଲ ଓ ଟୁରିଜିମ୍ ସଂସ୍ଥା ।