Advertisment

Hydrogen-powered Train: ନୂଆ ଟେକ୍ନୋଲୋଜି ଆପଣାଇଲା ରେଳବାଇ, ହାଇଡ୍ରୋଜେନରେ ଗଡ଼ିବ ଟ୍ରେନ

ହାଇଡ୍ରୋଜେନ୍ ଟ୍ରେନ ହାଇଡ୍ରୋଜେନ ଫ୍ୟୁଏଲ ସେଲ ଟେକ୍ନୋଲୋଜି ଉପରେ କାମ କରେ । ଯାହା ଶୂନ୍ୟ କାର୍ବନ ନିର୍ଗମନ ସହିତ ପରିବେଶ ଅନୁକୂଳ ବିକଳ୍ପ ପ୍ରଦାନ କରେ। ଏହା ଡିଜେଲ ଓ ବିଦ୍ୟୁତ ଚାଳିତ ଟ୍ରେନଗୁଡିକର ଏକ ସ୍ଥାୟୀ ବିକଳ୍ପ ଭାବେ ବିବେଚିତ ହେଉଛି।

author-image
Tapan Kumar Swain
hydrogen

hydrogen

ଭାରତରେ ହାଇଡ୍ରୋଜେନରେ ଚାଲିବ ଟ୍ରେନ୍ । କମିବ କାର୍ବନ ନିର୍ଗମନ । ହାଇଡ୍ରୋଜେନ୍ ଟ୍ରେନ ଟେକ୍ନୋଲୋଜିର ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି । ଏହା ଭାରତୀୟ ରେଳବାଇରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଘଟଣା ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଭିଡିଓ ସହିତ ଘୋଷଣା କରିଛନ୍ତି ଯେ, ଚେନ୍ନାଇର ଇଣ୍ଟିଗ୍ରାଲ କୋଚ ଫ୍ୟାକ୍ଟରୀ (ICF) ରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ କୋଚ (ଡ୍ରାଇଭିଂ ପାୱାର କାର) ର ପରୀକ୍ଷଣ ସଫଳ ହୋଇଛି।

Advertisment

ଚେନ୍ନାଇର ICF ରେ ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ କୋଚର ପରୀକ୍ଷଣ ଆଜି କରାଯାଇଥିଲା ।

ଏହା ଭାରତୀୟ ରେଳବାଇର "ହାଇଡ୍ରୋଜେନ୍ ଫର ହେରିଟେଜ" ପ୍ରୋଗ୍ରାମର ଏକ ଅଂଶ । ଏହା ଅଧୀନରେ ଭାରତ ୧୨୦୦ ହର୍ସପାୱାର (HP) ହାଇଡ୍ରୋଜେନ୍ ଟ୍ରେନ ବିକଶିତ କରୁଛି।

Advertisment

ଏହି ସଫଳତା ଭାରତକୁ ହାଇଡ୍ରୋଜେନ୍ ଚାଳିତ ଟ୍ରେନ ଟେକ୍ନୋଲୋଜିରେ ବିଶ୍ୱରେ ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ସ୍ଥାନ ଦେବ ବୋଲି ରେଳମନ୍ତ୍ରୀ କହିଛନ୍ତି।

ହାଇଡ୍ରୋଜେନ୍ ଟ୍ରେନ ହାଇଡ୍ରୋଜେନ ଫ୍ୟୁଏଲ ସେଲ ଟେକ୍ନୋଲୋଜି ଉପରେ କାମ କରେ । ଯାହା ଶୂନ୍ୟ କାର୍ବନ ନିର୍ଗମନ ସହିତ ପରିବେଶ ଅନୁକୂଳ ବିକଳ୍ପ ପ୍ରଦାନ କରେ। ଏହା ଡିଜେଲ ଓ ବିଦ୍ୟୁତ ଚାଳିତ ଟ୍ରେନଗୁଡିକର ଏକ ସ୍ଥାୟୀ ବିକଳ୍ପ ଭାବେ ବିବେଚିତ ହେଉଛି।

ଏହି ଟ୍ରେନ ୧୨୦୦ ହର୍ସପାୱାର ଶକ୍ତି ଉତ୍ପାଦନ କରିବାରେ ସକ୍ଷମ । ଏହାକୁ ହେରିଟେଜ ଓ ପାହାଡିଆ ରୁଟରେ ଚଳାଚଳ ପାଇଁ ଉପଯୁକ୍ତ ।

୨୦୨୩ରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ ସୂଚନା ଦେଇଥିଲେ ଯେ, ଭାରତୀୟ ରେଳବାଇ "ହାଇଡ୍ରୋଜେନ ଫର ହେରିଟେଜ" ଯୋଜନା ଅଧୀନରେ ୩୫ଟି ହାଇଡ୍ରୋଜେନ ଟ୍ରେନ ଚଳାଇବାର ଯୋଜନା କରୁଛି ।

ପ୍ରତି ଟ୍ରେନର ଆନୁମାନିକ ଖର୍ଚ୍ଚ ପ୍ରାୟ ୮୦ କୋଟି ଟଙ୍କା ଏବଂ ପ୍ରତି ରୁଟରେ ଗ୍ରାଉଣ୍ଡ ଭିତ୍ତିଭୂମି ପାଇଁ ୭୦ କୋଟି ଟଙ୍କା ବ୍ୟୟ ହେବ ବୋଲି ଆକଳନ କରାଯାଇଛି ।

ଏହି ଟ୍ରେନଗୁଡିକ ମୁଖ୍ୟତଃ ହେରିଟେଜ ଏବଂ ପାହାଡିଆ ରୁଟରେ ଚଳାଯିବାର ଯୋଜନା ରହିଛି । ହରିୟାଣାର ଜିଣ୍ଡ-ସୋନିପତ ରୁଟରେ ଚାଲିବ ବୋଲି ସ୍ପଷ୍ଟ ହୋଇଛି ।

ଦେଶର ପ୍ରଥମ ହାଇଡ୍ରୋଜେନ ଟ୍ରେନ ଚେନ୍ନାଇର ପେରାମ୍ବୁରସ୍ଥିତ ଇଣ୍ଟିଗ୍ରାଲ କୋଚ ଫ୍ୟାକ୍ଟରୀରେ ନିର୍ମିତ ହୋଇଛି।

ମୋଟରେମୋମୋଟରେ ୩୫ଟି ହାଇଡ୍ରୋଜେନ ଟ୍ରେନ ନିର୍ମାଣର ଯୋଜନା ରହିଛି ।

ଏହି ଟେକ୍ନୋଲୋଜି ଭାରତୀୟ ରେଳବାଇକୁ ଅଧିକ ମଜବୁତ ଓ ପରିବେଶ ଅନୁକୂଳ କରିବାରେ ସହାୟକ ହେବ। ଭାରତର ଏହି ପ୍ରୟାସ ବିଶ୍ୱବ୍ୟାପୀ ହାଇଡ୍ରୋଜେନ ଟେକ୍ନୋଲୋଜି କ୍ଷେତ୍ରରେ ଏକ ନୂଆ ମାନଦଣ୍ଡ ସ୍ଥାପନ କରିବ ବୋଲି ଆଶା କରାଯାଉଛି। 

ଅଧିକ ପଢ଼ନ୍ତୁ: ଡ୍ରୋନରେ ମିସାଇଲ୍ ପରୀକ୍ଷା କଲା ଭାରତ, ପ୍ରତିରକ୍ଷା କ୍ଷେତ୍ରରେ ଗଲା ପାଦେ ଆଗକୁ

Indian Railways Train Hydrogen Powered Train
Advertisment
Advertisment