/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708136805.jpg)
Defence Deal
ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ଶକ୍ତିଶାଳୀ ହେବ ଭାରତ। ୮୪ ହଜାର ୫୬୦ କୋଟି ଟଙ୍କାର ବିମାନ, ଟର୍ପିଡୋ ଓ ଅନ୍ୟ ଯୁଦ୍ଧାସ୍ତ୍ର କିଣିବାକୁ ମଞ୍ଜୁରୀ ଦେଇଛି ଡିଫେନ୍ସ ଆକ୍ୟୁଜିସନ୍ କାଉନସିଲ୍ ବା DAC । ଭାରତୀୟ ସଶସ୍ତ୍ର ବଳ ଏବଂ କୋଷ୍ଟଗାର୍ଡ ଶକ୍ତି ବୃଦ୍ଧି କରିବା ଏହାର ଉଦ୍ଦେଶ୍ୟ ରହିଛି। ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ରାଜନାଥ ସିଂ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଏହି କାଉନସିଲ। ୮୪ ହଜାର ୫୬୦ କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ କ୍ରୟକୁ ଅନୁମୋଦନ ମିଳିଛି। ଏଥିରେ ନୂଆ ଆଣ୍ଟି ଟ୍ୟାଙ୍କ ମାଇନ୍ସ, ହେଭି-ୱେଟ୍ ଟର୍ପିଡୋ, ସମୁଦ୍ର ଉପରେ ପାଟ୍ରୋଲିଂ ପାଇଁ ବିମାନ, ମଲ୍ଟି ମିଶନ୍ ମେରିଟାଇମ୍ ଏୟାରକ୍ରାଫ୍ଟ ଏୟାର ଡିଫେନ୍ସ ରାଡ଼ାର୍, ଏୟାର ଡିଫେନ୍ସ ଟାକଟିକାଲ କଣ୍ଟ୍ରୋଲ୍ ରାଡାର ଆଦି କିଣାଯିବ।
ଫ୍ଲାଇଟ୍ ରିଫ୍ୟୁଲର ଏୟାରକ୍ରାଫ୍ଟ ବା ମଝି ଆକାଶରେ ଲଢ଼ୁଆ ବିମାନରେ ଇନ୍ଧନ ଭର୍ତ୍ତି ପାଇଁ ପରିବହନ ବିମାନ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ରହିଛି । କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ, ଏସବୁ ଉପକରଣ ଭାରତୀୟ ନିର୍ମାତାଙ୍କ ଠାରୁ କ୍ରୟ କରିବାକୁ ଗୁରୁତ୍ବ ଦିଆଯାଇଛି। ଖୁବଶୀଘ୍ର ଏହାକୁ କେନ୍ଦ୍ର କ୍ୟାବିନେଟର ମଧ୍ୟ ମଞ୍ଜୁରୀ ମିଳିପାରେ ବୋଲି କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)