/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706236782.jpg)
Republic Day
୭୫ତମ ଗଣତନ୍ତ୍ର ଦିବସ । ଗଣତନ୍ତ୍ର ଦିବସ ପାଇଁ ସାରା ଦେଶରେ ଉତ୍ସାହ। କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ସବୁଠି ତ୍ରି-ରଙ୍ଗରେ ରଙ୍ଗାୟତ। ସବୁଠି ଜାତୀୟତା ଭାବ, ସବୁଠି ଗଣତନ୍ତ୍ରର ସର୍ବଶ୍ରେଷ୍ଠ ପର୍ବକୁ ପାଳନ କରିବାକୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ। ଦିଲ୍ଲୀ ଇଣ୍ଡିଆ ଗେଟ୍ କୁ ତ୍ରିରଙ୍ଗା ଭାବେ ସଜା ଯାଇଛି। ଶ୍ରୀନଗର ଲାଲଚୌକ ବି ଏଥର ପୂର୍ବ ବର୍ଷ ଭଳି ଜାତୀୟତାବାଦରେ ଉଛୁଲିଛି। ମୁମ୍ବାଇର CST, ଷ୍ଟକ୍ ଏକ୍ସଚେଞ୍ଜ, ହାଇଦ୍ରାବାଦର ବିଧାନସଭା ଏଭଳି ଚମକିଛି।
ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ଭାରତୀୟ ସେନା ଶୌର୍ଯ୍ୟ, ସାମର୍ଥ ଏବଂ ବୀରତ୍ୱ ପ୍ରଦର୍ଶନ କରିବେ। ଏହି ଅବସରରେ ପରେଡର ଅଭିବାଦନ ଗ୍ରହଣ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗଣତନ୍ତ୍ର ଦିବସ ପ୍ୟାରେଡ ସକାଳ ୧୦.୩୦ରୁ ଆରମ୍ଭ ହୋଇ ପ୍ରାୟ ୯୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ପ୍ୟାରେଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏଥର ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ସାଧାରଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ। ୮ହଜାରରୁ ଅଧିକ ଫୋର୍ସ ମୁତୟନ କରାଯାଇଛି।
ସେହିପରି ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ପାଳିତ ହେବ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ । ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ପରେଡରେ ଅଭିବାଦନ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଏଥର ପରେଡର ନେତୃତ୍ୱ ନେବେ IPS ଅଫିସର ଏ.ବି. ଶିଳ୍ପା। ପରେଡ଼ରେ ମୋଟ ୬୪ କଣ୍ଟିଜେଣ୍ଟ ଭାଗ ନେବ। ITBP, CRPF ,BSF, FIRE, ODRAF, ଓଡିଶା ହୋମ୍ ଗାର୍ଡ, RPF, SAINIK SCHOOL ପୋଲିସ ବ୍ୟାଣ୍ଡ ସମତେ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ପରେଡ଼ରେ ସାମିଲ ହେବେ।
ତାସହ ୪ଟି ସାଂସ୍କୃତିକ ଦଳ, ସ୍କେଟିଂ, ଡେୟାର ଡେଭିଲ୍ସ ବି ପରେଡ଼ରେ ସାମିଲ ହେବେ। ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ପୋଲିସ ପରେଡରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ସମ୍ପୂର୍ଣ୍ଣ ଗାନ୍ଧି ମାର୍ଗ। ସୁରକ୍ଷା ଦାୟିତ୍ୱରେ ବିଭିନ୍ନ ରାଙ୍କର ୧୬୦ ଅଫିସର, ୩୦୦ କନେଷ୍ଟବଳ, ୯୦ସେକ୍ସନ ଫୋର୍ସ ଏବଂ ୧୫୦ ହୋମ ଗାର୍ଡ ଅଛନ୍ତି।
ସେହିଭଳି QRT, ATS , ବମ୍ ଡିସ୍ପୋଜାଲ ସହ କାନାଇନ ସ୍କ୍ବାର୍ଡ ମଧ୍ୟ ମୁତୟନ ହୋଇଛନ୍ତି। ସେହିଭଳି ରାଜ୍ୟର ନଲ୍ସଲ ପ୍ରଭାବିତ ଜିଲ୍ଲାଗୁଡିକରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)