• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଫାଇଟର୍ ଜେଟ୍ ତେଜସ୍ ବିକ୍ରି ପାଇଁ ମାଲେସିଆକୁ ଭାରତର ଅଫର୍ । ୧୮ଟି ତେଜସ୍‌ ବିମାନ ବିକ୍ରି କରିବା ପାଇଁ ଭାରତ ମ୍ୟାଲେସିଆକୁ ପ୍ରସ୍ତାବ ଦେଇଛି । ଏନେଇ କୌଣସି ଡିଲ୍ ଫାଇନାଲ୍ ହୋଇନାହିଁ । ଉଭୟ ଦେଶ ଭିତରେ ଏନେଇ କଥାବାର୍ତ୍ତା ଚାଲିଛି । ତେଜସ୍ ଭାରତର ସ୍ୱଦେଶୀ ଯୁଦ୍ଧ ବିମାନ । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (ହାଲ୍) ଦ୍ୱାରା ଏହାର ନିର୍ମାଣ କରାଯାଇଛି ।

ତେଜସ୍ ଏବେ ମାଲେସିଆର ପ୍ରଥମ ପସନ୍ଦ ହୋଇଥିବା ବେଳେ ଆମେରିକା ସମେତ ଅନ୍ୟ କେତେକ ଦେଶ ମଧ୍ୟ ଏଥିପ୍ରତି ନିଜର ରୁଚି ଦେଖାଇ ସାରିଛନ୍ତି । ମାଲେସିଆ ବାୟୁସେନା ନିକଟରେ ଥିବା ଋଷ ନିର୍ମିତ ସୁଖୋଇ-30 ଫାଇଟର ଜେଟ୍‌ଗୁଡିକ ପୁରୁଣା ହୋଇଯିବାରୁ ଏହା ସ୍ଥାନରେ ମାଲେସିଆ ନୂଆ ଯୁଦ୍ଧ ବିମାନ କିଣିବାକୁ ଚାହୁଁଛି । ଚୀନ୍, ଦକ୍ଷିଣ କୋରିଆ ଓ ଋଷିଆର ଫାଇଟର୍ ଜେଟ୍ ରେସ୍‌ରେ ଥିବା ବେଳେ, ଦକ୍ଷତା ଓ ଜ୍ଞାନକୌଶଳ ଦୃଷ୍ଟିରୁ ତେଜସ ସମସ୍ତଙ୍କଠାରୁ ଆଗରେ ରହିଛି । ହାଲ୍ ଠାରୁ ୮୩ଟି ତେଜସ୍‌ ଜେଟ୍ କିଣିବା ଲାଗି ନିକଟରେ ଭାରତୀୟ ବାୟୁସେନା ଅର୍ଡର ଦେଇଛି ।