Advertisment

India Stands Firm: ଆମେରିକା ଓ ୟୁରୋପକୁ ଆଇନା ଦେଖାଇଲା ଭାରତ; ପଦାରେ ପକାଇଲା ଦୋମୁହାଁ ନୀତି

ରୁଷ ସହ ବାଣିଜ୍ୟ କାରବାର ଜାରି ରଖିଲେ ଭାରତ ଉପରେ ଆହୁରି ଶୁଳ୍କ ଲାଗିବ ବୋଲି ଟ୍ରମ୍ପ ଧମକ ଦେବା ପରେ ଭାରତ ଦୃଢ ଜବାବ ଦେଇଛି।

author-image
Chinmayee Sahoo
India

India

ରୁଷ ସହ ୟୁକ୍ରେନର ଯୁଦ୍ଧ ମଧ୍ୟରେ ଭାରତ ରୁଷୀୟ ତୈଳ କିଣୁଥିବାରୁ କ୍ରମାଗତ ଭାବେ ଭାରତକୁ ସମାଲୋଚନା କରି ଆସୁଛି ଆମେରିକା ଓ ୟୁରୋପ। ଭାରତ ବିରୁଦ୍ଧରେ ଶୁଳ୍କ ବୃଦ୍ଧି କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେବାର କିଛି ଘଣ୍ଟା ପରେ, ଭାରତ ସୋମବାର ଆମେରିକା ଓ ୟୁରୋପୀୟ ସଂଘକୁ ଦୃଢ ଜବାବ ଦେଇଛି ଭାରତ। ଭାରତ ଆମେରିକା ଓ ୟୁରୋପର ଦୋମୁହାଁ ନୀତିକୁ ପଦାରେ ପକାଇଛଛି।

Advertisment

ରୁଷିଆରୁ ତୈଳ ଆମଦାନୀ ଉପରେ ଆମେରିକା ଏବଂ ୟୁରୋପୀୟ ସଂଘର ସମାଲୋଚନାକୁ ନିନ୍ଦା କରି, ଭାରତ କହିଛି ଯେ ମସ୍କୋ ସହିତ ବାଣିଜ୍ୟକୁ କେନ୍ଦ୍ର କରି ଟାର୍ଗେଟ କରିବା ଅଯଥା ଏବଂ ଅଯୌକ୍ତିକ। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଆମେରିକା ଓ ୟୁରୋପ ନିଜେ ରୁଷ ସହ କାରବାର କରୁଛନ୍ତି। କିନ୍ତୁ ଭାରତର ସମ୍ପର୍କକୁ ବାରଣ କରୁଛନ୍ତି। ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଯେହେତୁ ପାରମ୍ପରିକ ତୈଳ ଯୋଗାଣ ୟୁରୋପକୁ ସ୍ଥାନାନ୍ତର ହେଲା, ତେଣୁ ଭାରତ ରୁଷରୁ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଥିଲା। ସେହି ସମୟରେ, ବିଶ୍ୱ ଶକ୍ତି ବଜାରକୁ ସ୍ଥିର କରିବା ପାଇଁ ଆମେରିକା ଭାରତର କ୍ରୟକୁ ଉତ୍ସାହିତ କରିଥିଲା। କିନ୍ତୁ ହଠାତ୍ ଏବେ ଏହାକୁ ବିରୋଧ କରୁଛି।

ରୁଷରୁ ତୈଳ ଆମଦାନୀ କରି ଭାରତ ଉପଭୋକ୍ତାଙ୍କ ସୁଲଭ ମୂଲ୍ୟରେ ଯୋଗାଇବା ଅତ୍ୟନ୍ତ ଜରୁରୀ। ବିଶ୍ୱ ବଜାରର ପରିସ୍ଥିତି ବର୍ତ୍ତମାନ ଯାହା ରହିଛି, ଭାରତର ଏଭଳି ଆମଦାନୀର ଆବଶ୍ୟକତା ରହିଛି। କିନ୍ତୁ ସେହି ଦେଶଗୁଡିକ ନିଜେ ରୁଷ ସହ ବେପାର କରୁଥିବା ବେଳେ ଭାରତକୁ ସମାଲୋଚନା କରୁଛନ୍ତି।

Advertisment

ମନ୍ତ୍ରଣାଳୟ କହିଛି ଯେ, ୨୦୨୪ରେ ରୁଷ ଓ ୟୁରୋପୀୟ ସଂଘ ମଧ୍ୟରେ ଦ୍ବିପାକ୍ଷିକ କାରବାର ୬୭୨୦ କୋଟି ୟୁରୋ ଥିଲା। ୨୦୨୩ରେ ଏହାର ସେବା କାରବାର ୧୭୨୦ କୋଟି ୟୁରୋ ଥିଲା। ଏହି ସମୟରେ ରୁଷ ସହିତ ଭାରତର ମୋଟ କାରବାର ତୁଳନାରେ ଢେର ଅଧିକ। ୨୦୨୪ରେ ରୁଷରୁ ୟୁରୋପର ଏଲ୍‌ଏନଜି ଆମଦାନୀ ରେକର୍ଡ ୧୬.୫ ନିୟୁତ ଟନରେ ପହଞ୍ଚିଥିଲା, ଯାହାକି ୨୦୨୨ର ୧୫.୨୧ ନିୟୁତ ଟନର ରେକର୍ଡକୁ ଭାଙ୍ଗିଥିଲା। ୟୁରୋପ-ରୁଷ ବାଣିଜ୍ୟ କେବଳ ଶକ୍ତି ମଧ୍ୟରେ ସୀମିତ ନୁହେଁ। ସାର, ଖଣିଜ ପଦାର୍ଥ, ରସାୟନ, ଲୁହା ଏବଂ ଇସ୍ପାତ, ଯନ୍ତ୍ରାଂଶ ଏବଂ ପରିବହନ ଉପକରଣ ମଧ୍ୟ କାରବାର କରୁଛି।

ଯୁକ୍ତରାଷ୍ଟ୍ର ଆମେରିକା ରୁଷରୁ ଏହାର ପରମାଣୁ ଶିଳ୍ପ ପାଇଁ ୟୁରାନିୟମ ହେକ୍ସାଫ୍ଲୋରାଇଡ, ଏହାର ଇଭି ଶିଳ୍ପ ପାଇଁ ପାଲାଡିୟମ୍, ସାର ଏବଂ ରାସାୟନିକ ପଦାର୍ଥ ଆମଦାନୀ ଜାରି ରଖିଛି। ତେଣୁ ଏଭଳି କ୍ଷେତ୍ରରେ ଭାରତକୁ ଅତଥା ଓ ଅଯୌକ୍ତିକ ଭାବେ ଟାର୍ଗେଟ କରୁଛି। ଭାରତ ଏହାର ଜାତୀୟ ସ୍ୱାର୍ଥ ଏବଂ ଅର୍ଥନୈତିକ ସୁରକ୍ଷା ଅନୁଯାୟୀ କାର୍ଯ୍ୟ କରିବ" ବୋଲି ବିବୃତ୍ତିରେ କୁହାଯାଇଛି।

ଅଧିକ ପଢ଼ନ୍ତୁ: ଭାରତ ଉପରେ ୨୫% ଶୁଳ୍କ ଲଗାଇଲେ ଟ୍ରମ୍ପ; ପ୍ରଭାବିତ ହେବ ୮୭ ବିଲିୟନ ଡଲାର ରପ୍ତାନୀ

Donald Trump United States Of America Russia India Strategic Partnership
Advertisment
Related Articles
Advertisment