/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651814283.jpg)
India Has Max Covid Deaths, Says WHO
କରୋନା ମୃତ୍ୟୁକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ଦାବି ଉପରେ ଭାରତ ପ୍ରଶ୍ନ ଉଠାଇଛି। ଭାରତରେ ସର୍ବାଧିକ କୋଭିଡ୍ ମୃତ୍ୟୁକୁ ନେଇ WHO କରିଥିବା ଦାବିକୁ ଦୃଢ଼ ଭାବେ ଖଣ୍ଡନ କରିବା ସହ ଏହା ସଠିକ୍ ନୁହେଁ ବୋଲି ଭାରତ କହିଛି। ଏହାସହ WHOର ଡାଟା ସଂଗ୍ରହ ପ୍ରକ୍ରିୟାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରଶ୍ନ ଉଠାଇବା ସହ ଏହା ସମ୍ପୂର୍ଣ୍ଣ ଭାବେ ଅବାସ୍ତବ ବୋଲି କହିଛି।
ଗୁରୁବାର ପ୍ରକାଶିତ ଏକ ରିପୋର୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା, ଭାରତରେ ୨୦୨୦ ଜାନୁଆରୀରୁ ୨୦୨୧ ଡିସେମ୍ବର ମଧ୍ୟରେ କରୋନାରେ ୪୭ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ଏହା ସରକାରୀ ଭାବେ ରେକର୍ଡ ହୋଇଥିବା ମୃତ୍ୟୁ ସଂଖ୍ୟା ଠାରୁ ୧୦ ଗୁଣା ଅଟେ। ଭାରତରେ ସରକାରୀ ଭାବେ କରୋନା ମୃତ୍ୟୁ ପ୍ରାୟ ୫ ଲକ୍ଷ ୨୦ ହଜାର ରେକର୍ଡ ରହିଛି।
ସେହିପରି ବିଶ୍ୱରେ କରୋନାରେ ପ୍ରାୟ ଦେଢ଼ କୋଟି ଲୋକ ପ୍ରାଣ ହରାଇ ଥିବାବେଳେ କେବଳ ଭାରତରେ ମୃତ୍ୟୁ ସଂଖ୍ୟା ଏକ ତୃତୀୟାଂଶ ବୋଲି WHO ରିପୋର୍ଟରେ ଏହା କହିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)