Advertisment

India Responds to Terror Attacks: ଏୟାରଷ୍ଟ୍ରାଇକ ପରେ ବିପଦରେ ଏହି ସବୁ ବିମାନବନ୍ଦର; ଉଡ଼ାଣ ବନ୍ଦ

ଗତକାଲି ମଧ୍ୟରାତ୍ରିରେ ପାକିସ୍ତାନ ଛାତିରେ ଭାରତ କରିଥିଲା ବଡ଼ ଏୟାରଷ୍ଟ୍ରାଇକ୍ । ପାକ୍ ଅଧିକୃତ କାଶ୍ମୀରରେ କରିଥିଲା ପ୍ରଚଣ୍ଡ ହମଲା। ଲଢୁଆ ଯୁଦ୍ଧ ବିମାନ ଓ ମିସାଇଲ ଯୋଗେ ଆତଙ୍କୀ ଶିବିରରେ ବଡ଼ ଆଟାକ୍‌ କରିଥିଲେ ଭାରତୀୟ ସେନା।

ଅଦ୍ୟତନ ହୋଇଛି
Airstrike

Airstrike

Advertisment

ପହଲଗାମ୍ ହମଲାର ବଦଲା ନେଇଛି ଭାରତ। ପାକିସ୍ତାନ ଏବଂ ପିଓକରେ ରାତି ଅଧିଆ ହୋଇଛି ଏୟାରଷ୍ଟ୍ରାଇକ୍। ଏହି ଷ୍ଟ୍ରାଇକ ପରେ ଭାରତ ପକ୍ଷରୁ ସମ୍ବେଦନଶୀଳ ବିମାନବନ୍ଦରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଉଡ଼ାଣ ବନ୍ଦ ରଖାଯାଇଛି ।

Advertisment

ବଦଳୁଥିବା ପରିସ୍ଥିତି କାରଣରୁ ଜାମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସରକୁ ଉଡ଼ାଣ ବନ୍ଦ କରାଯାଇଛି। ସେହିପରି ଭୁଜ, ଜାମନଗର, ଚଣ୍ଡିଗଡ଼, ରାଜକୋଟକୁ ଉଡ଼ାଣ ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଉଡ଼ାଣ ବନ୍ଦ କରାଯାଇଛି।  ଅମୃତସର ଆସିବାକୁ ଥିବା ୨ ଅନ୍ତର୍ଜାତୀୟ ବିମାନ ଦିଲ୍ଲୀ ଆସିବ ବୋଲି ସୂଚନା ରହିଛି।

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ବଡ଼ ଏୟାରଷ୍ଟ୍ରାଇକ୍‌, ମିସାଇଲ୍ ମାଡ଼ରେ ଛାରଖାର୍‌ ଆତଙ୍କୀ ଆଡ୍ଡା

Advertisment

ଉଲ୍ଲେଖଯୋଗ୍ୟ, ଗତକାଲି ମଧ୍ୟରାତ୍ରିରେ ପାକିସ୍ତାନ ଛାତିରେ ଭାରତ କରିଥିଲା ବଡ଼ ଏୟାରଷ୍ଟ୍ରାଇକ୍ । ପାକ୍ ଅଧିକୃତ କାଶ୍ମୀରରେ କରିଥିଲା ପ୍ରଚଣ୍ଡ ହମଲା। ଲଢୁଆ ଯୁଦ୍ଧ ବିମାନ ଓ ମିସାଇଲ ଯୋଗେ ଆତଙ୍କୀ ଶିବିରରେ ବଡ଼ ଆଟାକ୍‌ କରିଥିଲେ ଭାରତୀୟ ସେନା। ମୋଟ୍ ୯ଟି ସ୍ଥାନକୁ କରାଯାଇଥିଲା ଟାର୍ଗେଟ୍ । ସେନାର ଏହି ଅପରେସନ ନାମ ରଖାଯାଇଥିଲା 'ସିନ୍ଦୂର' । ପହଲଗାମ୍‌ରେ ଧର୍ମ ପଚାରି ପୁରୁଷ ପର୍ଯ୍ୟଟକଙ୍କୁ ସେମାନଙ୍କ ପତ୍ନୀ ଓ ପରିବାର ଆଗରେ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ 'ଅପରେସନ୍ ସିନ୍ଦୂର' ମାଧ୍ୟମରେ କଡ଼ା ଗଣ୍ଡା ଜବାବ ଦେଇଥିଲା ଭାରତୀୟ ସେନା ।

ଯେଉଁ ମୁହୂର୍ତ୍ତକୁ ପ୍ରତିଟି ଭାରତୀୟଙ୍କ ଅପେକ୍ଷା ଥିଲା, ସେହି ପହଲଗାମ୍‌ ନରସଂହାରର ପ୍ରତିଶୋଧ ନେଇଛି ଭାରତ । ପହଲଗାମ ବଦଲା ବିରୋଧରେ ଆରମ୍ଭ ହୋଇଛି ଏହି ଅପରେସନ୍ ସିନ୍ଦୁର । ରାତି ଅଧିଆ ମିସାଇଲ୍ ମାଡ଼ କରି ପାକିସ୍ତାନ ଏବଂ ପିଓକରେ ଆଟାକ୍ କରିଛି ସେନା। ହମଲାରେ ସାମିଲ ହୋଇଥିଲେ ୮ ସୁଖୋଇ, ୪ ରାଫେଲ୍। ଏଥିସହ ବ୍ରହ୍ମୋସ ମିସାଇଲ୍ ମାଡ଼ ହୋଇଛି । ମିସାଇଲ୍ ମାଡରେ ଛାରଖାର ହୋଇଛି ଆତଙ୍କବାଦୀଙ୍କ ୯ ଶିବିର । ଏନେଇ ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ସୋସିଆଲ୍ ମିଡିଆ ପୋଷ୍ଟରେ ସେନା ପକ୍ଷରୁ ଲେଖାଯାଇଛି ନ୍ୟାୟ ହେଲା, ଜୟ ହିନ୍ଦ ।

Advertisment

ଅଧିକ ପଢ଼ନ୍ତୁ:: 'ଅପରେସନ ସିନ୍ଦୂର' ସଫଳ: ପାକିସ୍ତାନରେ ପଶି ହମ୍‌ଲା ପରେ ବିଶ୍ୱକୁ ଜଣାଇଲା ଭାରତ

Pakistan Airstrike India Pakistan War Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ