/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753176160.jpg)
Apache Helicopter
ବଢ଼ିବ ଭାରତୀୟ ସେନାର ଶକ୍ତି । ପ୍ରଥମ ପର୍ଯ୍ୟାୟରେ ଭାରତରେ ପହଞ୍ଚିଲା ୩ଟି ଆପାଚି ଆଟାକ୍ ହେଲିକପ୍ଟର । ଆମେରିକାରୁ ସ୍ବତନ୍ତ୍ର ବିମାନରେ ଆସିଛି ଏହି ଲଢ଼ୁଆ ହେଲିକପ୍ଟର । ଯୋଧପୁର ସୀମାରେ ଏହାକୁ ମୁତୟନ କରାଯିବ । ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଆପାଚି ହେଲିକପ୍ଟରକୁ ଆକାଶ ମାର୍ଗରେ ଟ୍ୟାଙ୍କ ବୋଲି କୁହାଯାଏ । ଏବେ ଭାରତୀୟ ସେନାରେ ଆପାଚି ହେଲିକପ୍ଟରର ୨ଟି ସ୍କ୍ବାର୍ଡନ ରହିଛି ।
୨୦୨୦ରେ ଆମେରିକାଠାରୁ ଭାରତ ୨୨ଟି ଆପାଚି ହେଲିକପ୍ଟର କିଣିଥିଲା । ତେବେ ଆଉ ୬ଟି ଆପାଚି ହେଲିକପ୍ଟଟର କିଣିବାକୁ ଆମେରିକା ସହ ଡିଲ କରିଥିଲା ଭାରତ । ସେହି ୬ ହେଲିକପ୍ଟର ମଧ୍ୟରୁ ଆଜି ୩ଟି ଆପାଚି ଆଟାକ୍ ହେଲିକପ୍ଟର ପହଞ୍ଚିଛି । ଯେକୌଣସି ପାଣିପାଗରେ ଆପାଚି ହେଲିକପ୍ଟର ଶତ୍ରୁ ଉପରେ ଆକ୍ରମଣ କରିପାରିବ। ଏଥିରେ ନାଇଟ୍ ଭିଜନ ନାଭିଗେସନ ସିଷ୍ଟମ ରହିଛି । ଏଥିରେ ଅତ୍ୟାଧୁନିକ କମ୍ୟୁନିକେସନ, ନାଭିଗେସନ, ସେନସର ଓ ଅସ୍ତ୍ରଶସ୍ତ୍ର ଲାଗି ପାରିବ ।
ସେପଟେ ପୂର୍ବରୁ ରୁଷିଆରେ ଆଇଏନ୍ଏସ୍ ତମାଲର ଜଳାବତରଣ ହୋଇସାରିଛି । ଭାରତ ଓ ରୁଷିଆ ନୌସେନାର ଉଚ୍ଚସ୍ତରୀୟ ଅଧିକାରୀମାନେ ମଧ୍ୟ ଆଇଏନଏସ୍ ତମାଲର ଜଳାବତରଣ ଉତ୍ସବରେ ଯୋଗ ଦେଇଥିଲେ। ଏହି ଯୁଦ୍ଧ ଜାହାଜର ସଂଚାଳନ ଏବଂ ଅତ୍ୟାଧୁନିକ ପ୍ରଣାଳୀ ବିଷୟରେ ୨ ଶହରୁ ଅଧିକ ଭାରତୀୟ ନୌସୈନିକଙ୍କୁ ରୁଷରେ ପ୍ରଶିକ୍ଷଣ ଦିଆସରିଛି । ତମାଲର ସମୁଦ୍ର ଟ୍ରାଏଲରେ ମଧ୍ୟ ସମସ୍ତେ ଅଂଶଗ୍ରହଣ କରିସାରିଛନ୍ତି। ଏହି ଭାରତୀୟ ଦଳ ଆସନ୍ତା ବର୍ଷ ମେ ମାସ ଶେଷ ବେଳକୁ ତମାଲକୁ ରୁଷରୁ ଆଣି ଭାରତରେ ପହଞ୍ଚିବେ। ଏହା ପରେ ଭାରତୀୟ ନୌସେନା ଆହୁରି ସୁଦୃଢ ହେବ।
ଆଇଏନଏସ୍ ତୁଶିଲର ସ୍ଥାନ ନେଇଛି ଆଇଏନଏସ୍ ତମାଲ । ଏହା ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡରେ ମୁତୟନ ହେବ । ଆଇଏନଏସ୍ ତୁଶିଲ ଠାରୁ ଏହା ଅଧିକ ଉନ୍ନତ ଏବଂ ଅତ୍ୟାଧୁନିକ ବୋଲି କୁହାଯାଉଛି । ତୁଶିଲ କ୍ଲାସର ଦ୍ବିତୀୟ ଯାହାଜ ଅଟେ ଆଇଏନଏସ ତମାଲ । ଏହା ତଲୱାର ଏବଂ ତେଗ୍ କ୍ଲାସେସର ଉନ୍ନତ ଭର୍ସନ ଅଟେ । ୨୦୦୩ରୁ ୨୦୧୩ ମଧ୍ୟରେ ତଲୱାର ଏବଂ ତେଗ୍ କ୍ଲାସର ୬ଟି ଜାହାଜ ଭାରତୀୟ ନୌସେନାରେ ପୂର୍ବରୁ ସାମିଲ ହୋଇସାରିଛି । ତୁଶିଲ କ୍ଲାସର ପ୍ରଥମ ଜାହାଜ ଆଇଏନଏସ୍ ତୁଶିଲ ମଧ୍ୟ ପୂର୍ବରୁ ଗତ ୨୦୨୪ ଡିସେମ୍ବର ୯ରେ ଭାରତୀୟ ନୌସେନାରେ ସାମିଲ ହୋଇସାରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)