/odishatv-khabar/media/post_attachments/uploadimage/library/16_9/16_9_0/India_1756868385.jpg)
India
ପାକିସ୍ତାନରେ ସୃଷ୍ଟି ହୋଇପାରେ ବନ୍ୟା। ଏଥିପାଇଁ ଆଗୁଆ ସତର୍କ ସୂଚନା ଜାରି କରିଛି ଭାରତ। ଭାରତ ପାକିସ୍ତାନକୁ ସତଲେଜ ନଦୀରେ ବନ୍ୟାର ଆଶଙ୍କା କରି ସତର୍କ କରାଇ ଦେଇଛି। ଉତ୍ତର ଭାରତ ରାଜ୍ୟଗୁଡ଼ିକରେ ଲଗାତାର ବର୍ଷା ଯୋଗୁଁ ପ୍ରମୁଖ ଡ୍ୟାମରୁ ଅତିରିକ୍ତ ପାଣି ଛାଡିବାକୁ ପଡିବ।
"ମାନବୀୟତା ଭିତ୍ତିରେ" ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମାଧ୍ୟମରେ ଇସଲାମାବାଦକୁ ସତର୍କ ସୂଚନା ପଠାଯାଇଥିଲା। ତାୱି ନଦୀରେ ସମ୍ଭାବ୍ୟ ବନ୍ୟା ପାଇଁ ଗତ ସପ୍ତାହରେ ଭାରତ ଦ୍ୱାରା ତିନୋଟି ସତର୍କ ସୂଚନା ଜାରି କରାଯାଇଥିଲା।
ବୁଧବାର ଦିନ ସତଲେଜରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସ୍ୟଷ୍ଟି ହେବା ଆଶଙ୍କା କରି ମଙ୍ଗଳବାର ଦିନ ସତର୍କ ସୂଚନା ଜାରି କରାଯାଇଥିଲା। ପ୍ରବଳ ବର୍ଷା ଯୋଗୁଁ ପଞ୍ଜାବରେ ସତଲେଜ, ବ୍ୟାସ ଏବଂ ରବି ନଦୀ ଏବଂ ଅନ୍ୟ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଉଛି।
ସୂଚନାଯୋଗ୍ୟ, ୨୨ ଏପ୍ରିଲରେ ଜମ୍ମୁ ଓ କାଶ୍ମୀରରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ, ଅଧିକାଂଶ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଭାରତ ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମା ଅନୁଯାୟୀ ଜଳବିଜ୍ଞାନ ତଥ୍ୟର ନିୟମିତ ଆଦାନପ୍ରଦାନକୁ ସ୍ଥଗିତ ରଖିଥିଲା।
ସ୍ଥଗିତ ରଖିବା ସତ୍ତ୍ୱେ, ଜୀବନ ଏବଂ ସମ୍ପତ୍ତିର କ୍ଷତିକୁ ରୋକିବା ପାଇଁ ମାନବିକତା ଦୃଷ୍ଟିରୁ ପାକିସ୍ତାନକୁ ନୂତନ ବନ୍ୟା ଚେତାବନୀ ଦିଆଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି। ୧୯୬୦ ମସିହାରେ ସ୍ୱାକ୍ଷରିତ ଏବଂ ବିଶ୍ୱ ବ୍ୟାଙ୍କ ଦ୍ୱାରା ମଧ୍ୟସ୍ଥତା ହୋଇଥିବା ସିନ୍ଧୁ ଜଳ ଚୁକ୍ତିନାମା ଦୀର୍ଘ ସମୟ ଧରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ନଦୀ ଜଳ ବଣ୍ଟନକୁ ନିୟନ୍ତ୍ରଣ କରିଆସିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)