• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଆସନ୍ତାକାଲିଠୁ ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ । ଲାଗୁ ହେବ ନୂଆ ଆୟକର ନିୟମ । ଗତ ବଜେଟ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ଅନୁସାରେ, ଆସନ୍ତାକାଲିଠୁ ପୂର୍ବଭଳି ନୂଆ ଓ ପୁରୁଣା ଟ୍ୟାକ୍ସ ରେଜିମ୍ କାଏମ ରହିଲେ ବି, ଟ୍ୟାକ୍ସ ଫାଇଲିଂ ବେଳେ ନୂଆ ଟ୍ୟାକ୍ସ ରେଜିମ୍ ଡିଫଲ୍ଟ ଅପସନ୍ ରହିବ । ନୂଆ ରେଜିମରେ ମିଳିବ ଅନେକ ନୂଆ ସୁବିଧା ।

ନୂଆ ରେଜିମରେ ୭ ଲକ୍ଷ ଟଙ୍କା ବାର୍ଷିକ ଆୟ ପର୍ଯ୍ୟନ୍ତ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ । ତା ସହିତ ୫୦ ହଜାରର ଷ୍ଟାଣ୍ଡାର୍ଡ ଡିଡକସନକୁ ମିଶାଇଲେ ସାଢ଼େ ୭ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ଦେବାକୁ ପଡ଼ିବନି । ଏହାଠାରୁ ଅଧିକ ବାର୍ଷିକ ଆୟ ହେଲେ- ୩ ଲକ୍ଷ ପର୍ଯ୍ୟନ୍ତ କୌଣସି ଟ୍ୟାକ୍ସ ନାହିଁ । ୩ ଲକ୍ଷରୁ ୬ ଲକ୍ଷ ପର୍ଯ୍ୟନ୍ତ ୫ ପ୍ରତିଶତ, ୬ ଲକ୍ଷରୁ ୯ ଲକ୍ଷ ପର୍ଯ୍ୟନ୍ତ ୧୦ ପ୍ରତିଶତ, ୯ ଲକ୍ଷରୁ ୧୨ ଲକ୍ଷ ପର୍ଯ୍ୟନ୍ତ ୧୫ ପ୍ରତିଶତ, ୧୨ ଲକ୍ଷରୁ ୧୫ ଲକ୍ଷ ପର୍ଯ୍ୟନ୍ତ ୨୦ ପ୍ରତିଶତ ଓ ୧୫ ଲକ୍ଷରୁ ଅଧିକ ହେଲେ ୩୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିବ। 

ନୂଆ ଟ୍ୟାକ୍ସ ରେଜିମରେ ୭ ଲକ୍ଷ ଟଙ୍କାକୁ ରିବେଟ୍ ସୀମା ବୃଦ୍ଧି ପାଇଁ ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଜଣେ ଚାହିଁଲେ ପୁରୁଣା ରେଜିମକୁ ଫେରି ପାରିବ। ପୁରୁଣା ରେଜିମ୍ ର ଟ୍ୟାକ୍ସ ସ୍ଲାବ ହେଲା- ଶୂନରୁ ୨ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ କୌଣସି ଆୟକର ଦେବାକୁ ପଡ଼ିବ ନାହିଁ । ୨ ଲକ୍ଷ ୫୦ ହଜାରରୁ ୫ ଲକ୍ଷ ପର୍ଯ୍ୟନ୍ତ ୫ ପ୍ରତିଶତ, ୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ୨୦ ପ୍ରତିଶତ ଏବଂ ୧୦ ଲକ୍ଷରୁ ଅଧିକ ହେଲେ ୩୦ ପ୍ରତିଶତ ଆୟକର ଲାଗିବ। ଏଥିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ରିବେଟ୍ ସୁବିଧା ରହିଛି । 

ପୁରୁଣା ଟ୍ୟାକ୍ସ ରେଜିମରେ ପୂର୍ବ ପରି ବିଭିନ୍ନ ପ୍ରକାର ଡିଡକ୍ସନ ସୁବିଧା ଅପରିବର୍ତ୍ତିତ ରହିଛି। ନୂଆ ଟ୍ୟାକ୍ସ ବ୍ୟବସ୍ଥାରେ ପୁରୁଣା ରେଜିମ୍ ପରି ରିହାତି ନାହିଁ। କେବଳ ଷ୍ଟାଣ୍ଡାର୍ଡ ଡିଡକସନ୍ ୫୦ ହଜାର ଓ ଏନପିଏସ୍ ରେ ବିନିଯୋଗ କରିଥିଲ ରିହାତି ବ୍ୟବସ୍ଥା ଅଛି ।