Advertisment

କୋମାରେ ଅଛନ୍ତି ଭାବି ମୃତ ଦେହକୁ ସାଇତି ରଖିଲେ ୧୮ ମାସ

ସ୍ୱାମୀ ତାଙ୍କର କୋମାରେ ଅଛନ୍ତି। ନିଶ୍ଚୟ ବଞ୍ଚିବେ। ସେଥିପାଇଁ ପତ୍ନୀ ସ୍ୱାମୀଙ୍କ ମୃତ ଶରୀରକୁ ସାଇତି ରଖିଛନ୍ତି ଏବଂ ଗଙ୍ଗାଜଳ ଛିଞ୍ଚୁଛନ୍ତି। ଦିନେ ନୁହେଁ କି ୨ ଦିନ ନୁହେଁ, ଦୀର୍ଘ ୧୮ ମାସ କାଳ ଏମିତି ସାଇତି ରଖିଛନ୍ତି ସ୍ୱାମୀଙ୍କ ଶବକୁ। ଏମିତି ଆଶ୍ଚର୍ଯ୍ୟ କରିଦେବା ପରି ଖବର ଆସିଛି କାନପୁରରୁ।

author-image
Minati Mishra
ଅଦ୍ୟତନ ହୋଇଛି
dead body found after 18 months

dead body found after 18 months

ସ୍ୱାମୀ ତାଙ୍କର କୋମାରେ ଅଛନ୍ତି। ନିଶ୍ଚୟ ବଞ୍ଚିବେ। ସେଥିପାଇଁ ପତ୍ନୀ ସ୍ୱାମୀଙ୍କ ମୃତ ଶରୀରକୁ ସାଇତି ରଖିଛନ୍ତି ଏବଂ ଗଙ୍ଗାଜଳ ଛିଞ୍ଚୁଛନ୍ତି। ଦିନେ ନୁହେଁ କି ୨ ଦିନ ନୁହେଁ, ଦୀର୍ଘ ୧୮ ମାସ କାଳ ଏମିତି ସାଇତି ରଖିଛନ୍ତି ସ୍ୱାମୀଙ୍କ ଶବକୁ। ଏମିତି ଆଶ୍ଚର୍ଯ୍ୟ କରିଦେବା ପରି ଖବର ଆସିଛି କାନପୁରରୁ।

Advertisment

ଗୁଜରାଟର ଇନ୍‌କମ ଟାକ୍ସ ବିଭାଗରେ କାମ କରୁଥିବା କର୍ମଚାରୀ ଭିମଲେଶ ଶଙ୍କର  ଦୀର୍ଘ ୧୮ ମାସ ହେଲା ନିଖୋଜ ଥିଲେ । ହେଲେ ନିକଟରେ  କମ୍ବଳରେ ଗୁଡାଇ ରଖାଯାଇଥିବା ତାଙ୍କ ମୃତ ଦେହକୁ ନିଜ ଘରୁ ଉଦ୍ଧାର କରାଯାଇଛି। ୪୮ ବର୍ଷ ବୟସ୍କ ଭିମଲେଶଙ୍କର ଗତବର୍ଷ ଏପ୍ରିଲ୍‌ରେ କରୋନାର ୨ୟ ଲହର ସମୟରେ ଦୃଦ୍‌ଘାତରେ ମୃତ୍ୟୁ ଘଟିଥିଲା। ସେହି ଦିନଠାରୁ ତାଙ୍କର ମୃତଦେହକୁ କମ୍ବଳ ଘୋଡ଼ାଇ ଖଟ ଉପରେ ରଖିଛନ୍ତି ପରିବାର ଲୋକେ । କାରଣ ପରିବାର ଲୋକେ ବିଶ୍ୱାସ କରିବାକୁ ରାଜି ନାହାନ୍ତି ଯେ ସେ ମୃତ ବୋଲି। ସେ କୋମାରେ ଅଛନ୍ତି ଏବଂ ଚିକିତ୍ସା ପରେ ପୁଣି ଉଠିବେ- ଏହା ଭାବି ସେମାନେ ତାଙ୍କର ସେବା କରି ଚାଲିଛନ୍ତି।

ଭୀମଲେଶଙ୍କ ଶରୀରରୁ ମାଂସ ଖସି ଗଲାଣି। ମମିରେ ହାଡ ଥିବା ପରି କେବଳ ହାଡ ହିଁ ପଡି ରହିଛି।  ଏକ ମେଡିକାଲ ଟିମ୍‌ ତାଙ୍କ ଘରକୁ ଯାଇ କାନପୁର ପୋଲିସ ସହାୟତାରେ ଉକ୍ତ ଶବକୁ ଶୁକ୍ରବାର ଉଦ୍ଧାର କରିଛି।

Advertisment

କାନପୁର ପୋଲିସର କହିବା ଅନୁଯାୟୀ, ଭୀମଲେଶ କାନପୁରର ବାସିନ୍ଦା,ହେଲେ ପତ୍ନୀ ମିତାଲିଙ୍କ ସହ ରୁହନ୍ତି ରୱତପୁରରେ । ସେ ସେଠିକାର କୋ-ଅପରେଟିଭ ବ୍ୟାଙ୍କରେ କାମ କରନ୍ତି। ଡାକ୍ତର ରିପୋର୍ଟ ଅନୁଯାୟୀ ୨୦୨୧ ଏପ୍ରିଲ ୨୨ ତାରିଖରେ ଭୀମଲେଶଙ୍କର ମୃତ୍ୟୁ ଏକ ଘରୋଇ ଡାକ୍ତରଖାନାରେ ଘଟିଥିଲା। ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲେ ହେଁ ପରିବାର ଲୋକେ ଏହାକୁ ଗ୍ରହଣ କରି ନ ଥିଲେ। ଶବକୁ ଆଉ ଏକ ହସ୍‌ପିଟାଲକୁ ନେଇଥିଲେ। ସେଠାରେ ମଧ୍ୟ ଡାକ୍ତର ତାଙ୍କୁ ମୃତ ବୋଲି କହିଥିଲେ। ସେତେବେଳର କୋଭିଡ ନିୟମ ଉଲ୍ଲଘଂନ କରି ପରିବାର ଲୋକେ ମୃତ ଦେହକୁ ଘରକୁ ଆଣିଥିଲେ ଏବଂ କମ୍ବଳରେ ଗୁଡାଇ ରଖିଥିଲେ। ପ୍ରତିଦିନ ତାଙ୍କ ଶରୀରରେ ଏକ ଆୟୁର୍ବେଦିକ ବାମ୍‌ ମାଲିସ କରୁଥିଲେ ଏବଂ ଗଙ୍ଗାଜଳ ଛିଞ୍ଚୁଥିଲେ।

କେହି ଭୀମଲେଶଙ୍କ ସମ୍ପର୍କରେ ପଚାରୁଥିଲେ  ନିଃସଙ୍କୋଚରେ କହୁଥିଲେ ସେ କୋମାରେ ଅଛନ୍ତି ଏବଂ ଚିକିତ୍ସା ଚାଲିଛି ପରିବାର ଲୋକେ ନିଃସଙ୍କୋଚରେ କହୁଥିଲେ । ଏପରିକି ପଡୋଶୀଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ସେ ନିୟମିତ ବ୍ୟବଧାନରେ ଅକ୍ସିଜେନ ସିଲିଣ୍ଡର ମଧ୍ୟ ଘରକୁ ନେଇ ଆସୁଥିଲେ।

ଏପଟେ ପରିବାର ଲୋକେ ଭୀମଲେଶଙ୍କ ଛୁଟି ବଢାଇବା ପାଇଁ ନିୟମିତ ବ୍ୟବଧାନରେ ମେଡିକାଲ ଲିଭ ଆବେଦନ କରୁଥିଲେ। ହେଲେ ବିଭାଗୀୟ କର୍ମଚାରୀଙ୍କର ସନ୍ଦେହ ହେବାରୁ ସେମାନେ କାନପୁର ପୋଲିସକୁ ଘଟଣାର ତଦନ୍ତ ପାଇଁ କହିଥିଲେ। ପରେ ସତ୍ୟ ପଦାକୁ ଆସିଥିଲ। ଶବ ଉଦ୍ଧାର ବେଳେ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଥିଲା। ମାଂସ ପଚି ଶୁଖି ଯାଇଥିଲା । ଏପରିକି ଗନ୍ଧ ବି ଆସୁ ନ ଥିଲା। କେବଳ ଏକ ସ୍କେଲିଟନ ଥିଲା । ତଥାପି ପରିବାର ଲୋକେ ଶବକୁ ହସ୍ତାନ୍ତର କରି ନ ଥିଲେ ଏବଂ ସେ ବଞ୍ଚିଛନ୍ତି ବୋଲି ଦାବି କରୁଥିଲେ। ଏପରିକି ତାଙ୍କ ପତ୍ନୀଙ୍କୁ ମଧ୍ୟ ବୁଝାଇବା ସହଜ ନ ଥିଲା। ସ୍ୱାମୀଙ୍କର ଜରୁରୀ ଚିକିତ୍ସାର ଆବଶ୍ୟକତା ଅଛି ବୋଲି କହି ଶବକୁ ଉଦ୍ଧାର କରାଯାଇଥିଲା।

Recovery Of Human Skeleton Income Tax Department
Advertisment
Advertisment