Advertisment

ଅଯୋଧ୍ୟାର ପୂଜା ପାଇବେ ବାଳକ ‘ରାମଲାଲା’

୫ ବର୍ଷ ବୟସରେ ଭଗବାନ ଶ୍ରୀରାମ ଯେମିତି ଦିଶୁଥିଲେ ସେଭଳି ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି ଶିଳ୍ପୀ ।

author-image
Rajalaxmi Sahoo
Inauguration of Balak Ram Idol in Ayodhya know what Champat Rai says

Inauguration of Balak Ram Idol in Ayodhya know what Champat Rai says

ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ପୂଜା ପାଇବେ ବାଳକ ‘ରାମଲାଲା’ । ଓଟିଭିକୁ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସଂପାଦକ ଚମ୍ପତ ରାୟ ଏହି ସୂଚନା ଦେଇଛନ୍ତି । ୫ ବର୍ଷ ବୟସରେ ଭଗବାନ ଶ୍ରୀରାମ ଯେମିତି ଦିଶୁଥିଲେ ସେଭଳି ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି ଶିଳ୍ପୀ । ମୂର୍ତ୍ତି ନିର୍ମାଣ କାମ ୯୦ ପ୍ରତିଶତ ଶେଷ ହେଲାଣି ।

Advertisment

ଚମ୍ପତ ରାୟ ସୂଚନା ଦେଇଛନ୍ତି, ୩ ଜଣ ମୂର୍ତ୍ତିକାର ଅଲଗା ଅଲଗା ରାମଲାଲାଙ୍କ ପ୍ରତିମା ତିଆରି କରୁଛନ୍ତି । ତିନି ମୂର୍ତ୍ତିକାର ୫ ବର୍ଷ ବୟସର ବାଳକ ରାମଙ୍କ ପ୍ରତିମା ଗଢୁଛନ୍ତି । ୫ ବର୍ଷ ବାଳକର ମୁଖ ମଣ୍ଡଳ, ବଡି ଲାଙ୍ଗୁଏଜ ଅବିକଳ ଉତାରିବା ଜରୁରୀ । ୩ଟି ପଥରରୁ ୨ଟି କର୍ଣ୍ଣାଟକ, ଗୋଟିଏ ମକ୍ରାନାରୁ ଆସିଛି ।

ଅନ୍ୟପକ୍ଷେ, ୨୦୨୪ ଡିସେମ୍ବରରେ ସରିବ ରାମ ମନ୍ଦିର କାମ । ଚମ୍ପତ ରାୟ ଏହି ସୂଚନା ଦେଇଛନ୍ତି । ମନ୍ଦିରର ଗ୍ରାଉଣ୍ଡ୍‌ ଫ୍ଲୋର୍‌ କାମ ଶେଷ ହୋଇଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଏହାସହ ଜାନୁଆରୀ ୨୨ରେ ଅଯୋଧ୍ୟା ନଆସିବାକୁ ସେ ପରାମର୍ଶ ଦେଇଛନ୍ତି । ଭକ୍ତମାନଙ୍କୁ ନିବେଦନ ୨୨ ନୁହେଁ, ୨୬ ପରେ ଅଯୋଧ୍ୟା ଆସନ୍ତୁ । ଜାନୁଆରୀ ୨୨ରେ ନିଜ ଗାଁ ମନ୍ଦିରରେ ଉତ୍ସବ ପାଳନ କରନ୍ତୁ ବୋଲି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସଂପାଦକ କହିଛନ୍ତି । 

Advertisment

ଅଯୋଧ୍ୟାରେ ଶ୍ରୀରାମ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଦିନ ଭକ୍ତଙ୍କୁ ସଂକୀର୍ତ୍ତନ କରିବାକୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ନିବେଦନ କରିଛି । ଆସନ୍ତା ଜାନୁଆରୀ ୨୨ ତାରିଖରେ ନୂତନ ବିଗ୍ରହର ପ୍ରାଣ ପ୍ରତିଷ୍ଠା କରାଯିବ । ଏହିଦିନ ଅଯୋଧ୍ୟାରେ ଅଦ୍ଭୂତପୂର୍ବ ଆନନ୍ଦର ପରିବେଶ ହେବ । ଏଥିପାଇଁ ସେହି ଦିନ ୧୧ଟାରୁ ୧ଟା ମଧ୍ୟରେ ନିଜ ସାହି ବା ପଡା,ଗାଁ, କଲୋନୀରେ ଥିବା କୌଣସି ମନ୍ଦିର ଗୁଡ଼ିକରେ ଆଖ ପାଖର ରାମ ଭକ୍ତଙ୍କୁ ଏକାଠି କରି ଭଜନ କୀର୍ତ୍ତନ ପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଅନୁରୋଧ କରିଛି ।

Ayodhya Ram Temple
Advertisment
Advertisment