• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାରା ଦେଶରେ ଏବେ ଆଯୋଧ୍ୟା ରାମ ମନ୍ଦିର ଚର୍ଚ୍ଚା । ରାମ ମନ୍ଦିରକୁ ନେଇ ଦେଶବାସୀଙ୍କ ମନରେ ପ୍ରବଳ ଉତ୍କଣ୍ଠା । କେବେ ଖୋଲିବ ମନ୍ଦିର ? ଆଉ କେବେ ଦର୍ଶନ ଦେବେ ରାମ ଲାଲା ? 

ଅନେକ ଦ୍ୱନ୍ଦ୍ୱ ଭିତରେ ଏବେ ଏକ ସ୍ୱଷ୍ଟ ଚିତ୍ର ସାମ୍ନାକୁ ଆସିଛି । ଆଉ ତାହା ହେଲା, ଜାନୁଆରୀ ୨୬ ତାରିଖ ପରେ ଶ୍ରଦ୍ଧାଳୁ ଏବଂ ଭକ୍ତମାନଙ୍କ ପାଇଁ ଖୋଲିବ ରାମ ମନ୍ଦିର । ଜାନୁଆରୀ ୨୬ ତାରିଖ ପରେ ଆସିଲେ ଶ୍ରଦ୍ଧାଳୁମାନେ ମନ୍ଦିର ବୁଲିବା ସହ ରାମଲାଲାଙ୍କ ଦର୍ଶନ କରିପାରିବେ ବୋଲି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସଂପାଦକ ଚମ୍ପତ ରାୟ ସୂଚନା ଦେଇଛନ୍ତି ।

ସେ ଭକ୍ତମାନଙ୍କୁ ଆହୁରି ନିବେଦନ କରିଛନ୍ତି, ‘ଜାନୁଆରୀ ୨୨ରେ ଅଯୋଧ୍ୟା ଆସନ୍ତୁ ନାହିଁ ବରଂ ୨୬ ପରେ ଆସନ୍ତୁ । ଜାନୁଆରୀ ୨୨ରେ ନିଜ ଗାଁ ମନ୍ଦିରରେ ଉତ୍ସବ ପାଳନ କରନ୍ତୁ । ୨୨ ତାରିଖ ଦିନ ୧୦ଟାରୁ ୨ଟା ଯାଏଁ ଗାଁ ମନ୍ଦିରରେ ଉତ୍ସବ ପାଳନ୍ତୁ । ନିଜ ଗାଁ ମନ୍ଦିରରେ ଭଜନକୀର୍ତ୍ତନ, ପୂଜାର୍ଚ୍ଚନା କରନ୍ତୁ । ଜାନୁଆରୀ ୨୬ ପରେ ଯେବେ ଇଚ୍ଛା ହେବ ଅଯୋଧ୍ୟା ଆସନ୍ତୁ’ ।

ଖାଲି ସେତିକି ନୁହେଁ, ବୟସ୍କ ଓ ରୋଗଗ୍ରସ୍ତଙ୍କୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ବହୁତ ବାଟ ଚାଲିବାକୁ ପଡ଼ିବ, ସେସବୁ ମନରେ ରଖିଏବଂ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଆସନ୍ତୁ । 

ଏହାସହ ଆଉ ଏକ ବଡ଼ ସୂଚନା ଦେଇଛନ୍ତି ଚମ୍ପତ ରାୟ । ସେ କହିଛନ୍ତି ୨୦୨୪ ଡିସେମ୍ବରରେ ସରିବ ରାମମନ୍ଦିର କାମ । ମନ୍ଦିରର ଗ୍ରାଉଣ୍ଡ ଫ୍ଲୋର କାମ ଶେଷ ହୋଇଯାଇଛି । ପ୍ରଥମ ମହଲା କାମ ସରିଛି, ବାକି ଯାହା ଅଛି ଜୁନ୍‌ ସୁଦ୍ଧା ସରିଯିବ । ପ୍ରଥମ ପରେ ଦ୍ୱିତୀୟ ମହଲା, ତା ପରେ ମନ୍ଦିର ଚୂଡ଼ା କାମ ହେବ । ୨୦୨୪ ଡିସେମ୍ବର ସୁଦ୍ଧା ମନ୍ଦିରର ସବୁ କାମ ସରିଯିବ ।