Advertisment

ନେତାଜୀ ରହୁଥିବା ଦ୍ୱୀପରେ ସ୍ମାରକ ନିର୍ମାଣ ଲାଗି ଶିଳାନ୍ୟାସ

ଦେଶ ଲାଗି ସର୍ବୋଚ୍ଚ ବଳିଦାନ ଦେଇଥିବା ପରମବୀର ଚକ୍ର ବିଜେତାଙ୍କ ଲାଗି ଏହା ସଠିକ ଶ୍ରଦ୍ଧାଞ୍ଜଳି ବୋଲି ପ୍ରଧାନମନ୍ତ୍ରୀ ନିଜ ମତ ରଖିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Netaji Subhas Chandra Bose Jayanti 2023

Netaji Birth Anniversary

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମଜୟନ୍ତୀ ଅବସରରେ ଆଜି ଦେଶରେ ପାଳିତ ହେଉଛି ପରାକ୍ରମ ଦବସ। ଏହି ପବିତ୍ର ଦିନରେ ଆଣ୍ଡାମାନ ଓ ନିକୋବାର ଦ୍ୱୀପପୁଞ୍ଜରେ ଥିବା ୨୧ଟି ଦ୍ୱୀପକୁ ଦେଶର ୨୧ ଜଣ ପରମବୀର ଚକ୍ର ବିଜେତାଙ୍କ ନାମରେ ନାମକରଣ କରାଯାଇଛି। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦ୍ୱାପପୁଞ୍ଜ ଗୁଡ଼ିକର ନାମକରଣ କରିଛନ୍ତି।

Advertisment

ଦେଶ ଲାଗି ସର୍ବୋଚ୍ଚ ବଳିଦାନ ଦେଇଥିବା ପରମବୀର ଚକ୍ର ବିଜେତାଙ୍କ ଲାଗି ଏହା ସଠିକ ଶ୍ରଦ୍ଧାଞ୍ଜଳି ବୋଲି ପ୍ରଧାନମନ୍ତ୍ରୀ ନିଜ ମତ ରଖିଛନ୍ତି।  ଏହାବ୍ୟତୀତ ଆଣ୍ଡାମାନ ଓ ନିକୋବରର ଯେଉଁ ଦ୍ୱୀପପୁଞ୍ଜରେ ନେତାଜୀ ଅବସ୍ଥାନ କରୁଥିଲେ। ସେଠାରେ ନେତାଜୀଙ୍କ ସ୍ମୃତିରେ ଏକ ପ୍ରେରଣାସ୍ଥଳୀ ଓ ଏକ ସ୍ମାରକ ନିର୍ମାଣ ଲାଗି ଶିଳାନ୍ୟାସ କରାଯାଇଛି। ଏଠାରେ ନେତାଜୀଙ୍କ ଜୀବନୀ ଓ ଦେଶ ମାତୃକାର ସେବା ଦିଗରେ ସେ ନେଇଥିବା ପ୍ରତ୍ୟେକ ବିଷୟ ବସ୍ତୁକୁ ସ୍ଥାନ ଦିଆଯିବ ବୋଲି  କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  

ଅଧିକ ପଢ଼ନ୍ତୁ: ଜାଣନ୍ତୁ, କାହିଁକି ନେତାଜୀ ଇଣ୍ଡିଆନ ସିଭିଲ ସର୍ଭିସ ପରୀକ୍ଷା ଛାଡ଼ିଥିଲେ ?

Advertisment

ଏପଟେ ନେତାଜୀଙ୍କ ଜୟନ୍ତୀ ଅବସରରେ ବାଲିରେ ତାଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ସୁଦର୍ଶନ ୭ ଫୁଟ୍‌ର ନେତାଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଏଥିରେ ବାଲି ସହ ସେ ଷ୍ଟିଲ୍ ପାତ୍ରର ବ୍ୟବହାର କରିଛନ୍ତି। ଏହି ବାଲୁକା କଳା ନିର୍ମାଣରେ ସୁଦର୍ଶନଙ୍କୁ ତାଙ୍କର ଛାତ୍ରଛାତ୍ରୀମାନେ ମଧ୍ୟ ସହଯୋଗ କରିଛନ୍ତି। 

Netaji Subhas Chandra Bose Netaji Jayanti Netaji Birth Anniversary
Advertisment
Advertisment