• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜବରଦସ୍ତ ଭାଇରାଲ ହେଉଛି ଭିଡିଓ । ଲୋକେ ଏହାକୁ ଦେଖି ଯେତିକି ମଜା ନେଉଛନ୍ତି ସେତିକି ଚିନ୍ତିତ ବି ହେଉଛନ୍ତି । ଆପଣ ବି ଦେଖିଲେ ସେହି ସମାନ କଥା ଅନୁଭବ କରିବେ । ପ୍ରଥମେ ତ ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ, ଆଉ କହିବେ ଏମିତି କେମିତି ହୋଇପାରେ । ଏମିତି ହେବା ଉଚିତ ନୁହେଁ । ଏହା ଅନ୍ୟମାନଙ୍କୁ ବିପଦରେ ପକାଇପାରେ ।

ତେବେ ପୁରା ଘଟଣାଟି ହେଲା, ଗୋଟିଏ ଗାଈ ମେଡିକାଲ ଭିତରେ ପଶି ଯାଇଛି । ଆଉ ମେଡିକାଲର ଡଷ୍ଟବିନ୍‌ରେ ପଡ଼ିଥିବା ଆବର୍ଜନା ଗୁଡ଼ିକୁ ଖାଉଛି । ଏହି କଥା ଆପଣଙ୍କୁ ଯେତିକି ଆଶ୍ଚର୍ଯ୍ୟ କରୁଛି ତା’ଠାରୁ ଅଧିକ ଆଶ୍ଚର୍ଯ୍ୟ କରିବ ଯେତେବେଳେ ଆପଣ ଜାଣିବେ ଗାଈଟି ICU ଭତରେ ପଶିଛି । ଆଜ୍ଞା ହଁ ଏଇଟା ସତ । ଯେଉଁଠି ସାଧାରଣ ଲୋକଙ୍କୁ ତଥା ରୋଗୀ ପରିବାର ଲୋକଙ୍କୁ ମଧ୍ୟ ପ୍ରବେଶ ନିଷେଧ ଥାଏ । ସେଠାରେ ଗାଈ ବୁଲିବା ନିହାତି ଭାବେ ଆଶ୍ଚର୍ଯ୍ୟ ଏବଂ ଚିନ୍ତାର ବିଷୟ ।

ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଏଠାରେ କ’ଣ କେହି ସିକ୍ୟୁରିଟି ଗାର୍ଡ ନଥିଲେ । ଯିଏ କି ଗାଈକୁ ଘଉଡ଼ାଇବା କଥା । ତେବେ ଉତ୍ତର ଆସିବ ହଁ । ଏଠାରେ କେହି ନଥିଲେ । ଆହୁରି ଆଶ୍ଚର୍ଯ୍ୟ କଲା ଭଳି କଥା ହେଉଛି, ହସ୍ପିଟାଲ ପକ୍ଷରୁ ଗାଈଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଭାବେ କର୍ମଚାରୀ ଅଛନ୍ତି । ହେଲେ ଏହି ସମୟରେ ସେମାନେ ମଧ୍ୟ ନଥିଲେ ।

ଅଧିକ ପଢ଼ନ୍ତୁ: ଜାସୁସ ମଶା ପଛରେ ଲେଖାଯାଇଛି ସଂଖ୍ୟା, ଦୁଇ ଦୁଇଟି ପୋଷ୍ଟ ହେଉଛି ଭାଇରାଲ

ଏହି ଭିଡିଓ ଭାଇରାଲ ହେବା ପରେ ଦାୟିତ୍ୱରେ ଥିବା ତିନି ଜଣ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି । ସେଥିମଧ୍ୟରେ ଜଣେ ସିକ୍ୟୁରିଟି ଗାର୍ଡ ଓ ଦୁଇ ଜଣ ଅନ୍ୟ ଷ୍ଟାଫ୍‌ ରହିଛନ୍ତି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସିଭିଲ ସର୍ଜନ ଡାକ୍ତର ରାଜେନ୍ଦ୍ର କାଟାରିଆ କହିଛନ୍ତି ଯେ, ଏହି ଘଟଣା ନଜରକୁ ଆସିବା ପରେ ତୁରନ୍ତ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଗାଈଟି ପୁରୁଣା କୋଭିଡ୍‌ ଆଇସିୟୁ ୱାର୍ଡରେ ବୁଲୁଥିଲା ବୋଲି ଡାକ୍ତର କହିଛନ୍ତି । ଏହି ଘଟଣା ମଧ୍ୟପ୍ରଦେଶର ରାଜଗଡ଼ ସରକାରୀ ହସ୍ପିଟାଲରେ ଦେଖିବାକୁ ମିଳିଛି ।