Advertisment

Illegal Pakistani Citizens in India: ଅବୈଧ ଭିସାରେ ଭାରତରେ ବର୍ଷ ବର୍ଷ, ରାଜ୍ୟରେ ୧୨ ପାକିସ୍ତାନୀ ନାଗରିକ

କାହାର ଭିସା ଅବଧି ସରିଗଲାଣି ତ ଆଉ କିଏ ଭାରତୀୟ ନାଗରିକତ୍ବ ପାଇଁ ଆବେଦନ କରି ବିଫଳ ହୋଇଛନ୍ତି। ସଂପର୍କର ଅଠାକାଠି ଭିତରେ ସେମାନଙ୍କ ପିଲାଛୁଆ ବି ବନିଗଲେଣି ଭାରତୀୟ ନାଗରିକ। ଏବେ ଭାରତ ଛାଡ଼ିବା ପାଇଁ ସଂପୃକ୍ତ ପାକ୍ ନାଗରିକଙ୍କୁ ନୋଟିସ୍ ପରେ କରିବେ ତ କ’ଣ କରିବେ, ଯିବେ ତ କୁଆଡ଼େ ଯିବେ, ଅକଲ ଗୁଡୁମ୍ ଅବସ୍ଥା।

undefined

visa

Advertisment

କାହା ସ୍ବାମୀ ଭାରତୀୟ ତ ଆଉ କାହା ପତ୍ନୀ ପାକିସ୍ତାନୀ। କିଏ ପୁଣି ମୁସଲିମ୍ ତ ଆଉ କିଏ ପୁଣି ହିନ୍ଦୁ। ବୈବାହିକ ସଂପର୍କ ଭିତରେ ଓଡ଼ିଶା ମାଟିରେ ରହିଆସୁଛନ୍ତି ବର୍ଷ ବର୍ଷ ଧରି। ଭିସାରେ ଆସି ରହିଛନ୍ତି ପ୍ରାୟ ୧୨ ପାକ୍ ନାଗରିକ। କିନ୍ତୁ କାହାର ଭିସା ଅବଧି ସରିଗଲାଣି ତ ଆଉ କିଏ ଭାରତୀୟ ନାଗରିକତ୍ବ ପାଇଁ ଆବେଦନ କରି ବିଫଳ ହୋଇଛନ୍ତି। ସଂପର୍କର ଅଠାକାଠି ଭିତରେ ସେମାନଙ୍କ ପିଲାଛୁଆ ବି ବନିଗଲେଣି ଭାରତୀୟ ନାଗରିକ। ଏବେ ଭାରତ ଛାଡ଼ିବା ପାଇଁ ସଂପୃକ୍ତ ପାକ୍ ନାଗରିକଙ୍କୁ ନୋଟିସ୍ ପରେ କରିବେ ତ କ’ଣ କରିବେ, ଯିବେ ତ କୁଆଡ଼େ ଯିବେ, ଅକଲ ଗୁଡୁମ୍ ଅବସ୍ଥା।

Advertisment

ଅଧିକ ପଢ଼ନ୍ତୁ: ଗ୍ରାଉଣ୍ଡରେ କେତେ ପହଞ୍ଚୁଛି ସରକାରଙ୍କ ଯୋଜନା? ସ୍ଥିତି ପରଖିବାକୁ ଗାଁକୁ ଯିବେ ବାବୁ

ସୀମାରେ ମୁହାଁମୁହିଁ ଭାରତ-ପାକିସ୍ତାନ। ନୂଆଦିଲ୍ଲୀର କୂଟନୈତିକ ଅସ୍ତ୍ର ପରଠୁ ହଲଚଲ୍ ଇସଲାମାବାଦ। ଦେଶ ଛାଡ଼ି ଚାଲିଯିବା ପାଇଁ ଡେଡଲାଇନ୍ ଫିକ୍ସ ପରେ ଅକଲ୍ ଗୁଡୁମ୍ ଭାରତରେ ରହୁଥିବା ପାକିସ୍ତାନୀ ନାଗରିକଙ୍କର। ଏ ଯେମିତି ବଲାଙ୍ଗିର ଠିକାଦାର ପଡ଼ାରେ ରହୁଥିବା ଶାରଦା କୁକ୍ରେଜା ଓରଫ୍ ଶାରଦା ବାଇ। ରୀତିନୀତି, ପୋଷାକ ପରିପାଟିରୁ ପୂରା ଭାରତୀୟ। ଶାରଦାଙ୍କ ପୁଅଟିଏ, ଝିଅଟିଏ। ଉଭୟେ ବିବାହ କରିସାରିଲାଣି। ସୁଖର ସଂସାର ଭିତରେ ସମୟ କାଟୁଥିବା ଶାରଦାଙ୍କୁ ଏବେ ଘାରିଛି ଚିନ୍ତା। ତାଙ୍କ ପାକିସ୍ତାନୀ ପାସପୋର୍ଟରୁ ଜଣାପଡୁଛି, ୧୯୭୦ରେ ପାକିସ୍ତାନର ସିନ୍ଧ ପ୍ରଦେଶରେ ଶାରଦାଙ୍କ ଜନ୍ମ। ୧୮ ବର୍ଷ ବୟସରେ ଶାରଦାଙ୍କ ବାପା, ସପରିବାର ୬୦ ଦିନିଆ ଭିସାରେ ଭାରତ ଆସି କୋରାପୁଟରେ ରହିଯାଇଥିଲେ। ସେଇଠି ବ୍ୟବସାୟ କରି ୬ ସନ୍ତାନଙ୍କୁ ବିବାହ କରାଇଲେ। ଶାରଦା ବାହା ହୋଇଥିଲେ ବଲାଙ୍ଗିରର ବ୍ୟବସାୟୀ ପରିବାରର ମହେଶ କୁକ୍ରେଜାଙ୍କୁ। ଯୁବ ବୟସରେ ଭାରତ ଆସିଥିବା ଶାରଦା, ଏବେ ଜେଜେମା ହୋଇଗଲେଣି। ଇତିମଧ୍ୟରେ ବହୁତ ଚେଷ୍ଟା କରିଛନ୍ତି, ଭାରତୀୟ ନାଗରିକତ୍ବ ପାଇଁ। ତଥାପି ମିଳିପାରିନି। କିନ୍ତୁ ଭୋଟ୍ ପରିଚୟପତ୍ର ଜରିଆରେ ଭୋଟ୍ ଦେଉଛନ୍ତି ଶାରଦା। ଏବେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆସନ୍ତାକାଲି ସୁଦ୍ଧା ଦେଶ ଛାଡ଼ିବା ପାଇଁ ପୋଲିସ ଆସି ନୋଟିସ୍ ଦେବା ପରେ ତାଙ୍କ ଚିନ୍ତା ବଢ଼ିଛି ।

Advertisment

କେବଳ ଶାରଦା କୁକ୍ରେଜା କାହିଁକି, ଭୁବନେଶ୍ବରର ବଡ଼ଗଡ଼ ଅଞ୍ଚଳର ନଗମା ୟୁସୁଫଙ୍କୁ ନେଇ ବି ଚର୍ଚ୍ଚା। ଏ ହେଉଛନ୍ତି ତାଙ୍କ ବ୍ୟବସାୟୀ ସ୍ବାମୀ ମହମ୍ମଦ ନିଜାମ୍ ଉଦ୍ଦିନ। ପାକ୍ ନାଗରିକ ନଗମା ୟୁସୁଫଙ୍କୁ ୨୦୦୮ରେ ପ୍ରେମ ବିବାହ କରିଥିଲେ। ଉଭୟଙ୍କ ଦାମ୍ପତ୍ୟ ଜୀବନକୁ ୧୭ ବର୍ଷ ପୂରିଲାଣି। ନଗମାଙ୍କ ଭିସା ଅବଧି ୨୦୨୪ରୁ ସରିଯାଇଛି। କେନ୍ଦ୍ରର ନିର୍ଦ୍ଦେଶ ପରେ ଗତକାଲି ନଗମାଙ୍କୁ ଡାକି ସମସ୍ତ ତଥ୍ୟ ଯାଞ୍ଚ କରିଛି ମହିଳା ଥାନା ପୋଲିସ। ତାହାରି ଭିତରେ ଆସନ୍ତାକାଲି ସୁଦ୍ଧା ନଗମାଙ୍କୁ ଭାରତ ଛାଡ଼ିବା ପାଇଁ ନିର୍ଦ୍ଦେଶ ରହିଛି। ସ୍ବାମୀ ନିଜାମୁଦ୍ଦିନ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ଆମେ ସରକାରଙ୍କ ସହ ଅଛୁ। ସେ ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ।

୬୦ ବର୍ଷିୟା ରେଜିଆ ସୁଲତାନା ତ ୧୬ ବର୍ଷ ବୟସରେ ବିବାହ କରି ବାଲେଶ୍ବର ସୋରରେ ରହିଆସୁଛନ୍ତି। ଇତି ମଧ୍ୟରେ ଦୁଇ ପୁଅ ଓ ୩ ଝିଅକୁ ବିବାହ ବି କରାଇସାରିଲେଣି। ରାଜ୍ୟରେ ଏଭଳି ଭାବେ ୧୨ ପାକିସ୍ତାନୀ ନାଗରିକ ରହିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। କଟକରେ ବି ପାକିସ୍ତାନ ନାଗରିକଙ୍କୁ ଚିହ୍ନଟ କରାଯାଇଥିବା ଡିସିପି କହିଛନ୍ତି। ସେପଟେ ଓଡ଼ିଶାରେ ଥିବା ସମସ୍ତ ପାକ୍ ନାଗରିକଙ୍କୁ ଚିହ୍ନଟ ସହ ପ୍ରତ୍ୟର୍ପଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଯାହା ବି ସୁରକ୍ଷା ବ୍ୟବସ୍ଥା ଆପଣାଇବା କଥା ଆପଣା ଯାଇଛି ବୋଲି ଆଇନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ନ୍ଦିର ଲୁଟୁଥିଲେ ଶ୍ୱଶୁର-ଜ୍ୱାଇଁ; ସୁନା ବ୍ୟବସାୟୀଙ୍କୁ ବିକ୍ରି କରୁଥିଲେ ଲୁଟ୍‌ ଅଳଙ୍କାର

Pakistan Pahalgam Terrorist Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ