• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରିଟାୟର୍ଡମେଣ୍ଟ ସାଧାରଣତଃ ପ୍ରୌଢ଼ତାର ପ୍ରଥମ ଅଧ୍ୟାୟରେ ନିଆ ଯାଇଥାଏ । ମାତ୍ର ଖେଳାଳିମାନେ ଆଉ ଟିକେ ଶୀଘ୍ର ଅବସର ନେଇ ଥାଆନ୍ତି । କିନ୍ତୁ ଯଦି ଆପଣଙ୍କୁ କୁହାଯିବ ମାତ୍ର ୨୯ ବର୍ଷ ବୟସରେ ଅବସର ନେବାକୁ .. ତେବେ ଆପଣ ରାଜି ହେବେ କି ? ବିଲକୁଲ ନୁହେଁ ନା ..

ଆଇଆଇଟି ମୁମ୍ୱାଇର ଜଣେ ଛାତ୍ର ୨୯ ବର୍ଷ ବୟସରେ ଅବସର ନେବାକୁ ଯାଉଛନ୍ତି । ମାତ୍ର ୨୯ ବର୍ଷରେ ସେ ଏତେ ଅର୍ଥ ରୋଜଗାର କରି ସାରିଛନ୍ତି ଯେ, ସେ ଅବସର ନେବାକୁ ପ୍ରାୟ ମନସ୍ଥ କରି ସାରିଛନ୍ତି । ଅନେକଙ୍କୁ ଏହା ମିଛ ଲାଗିପାରେ । କେତେଜଣ ପରିହାସ କରି କଥାକୁ ଉଡ଼େଇ ଦେଇପାରନ୍ତି । ମାତ୍ର ଏହା ସତ ।

ଆଇଆଇଟି ମୁମ୍ବାଇର ଇଞ୍ଜିନିୟର ସ୍ନାତକ ଡାନିଏଲ ଜର୍ଜ .. ମାତ୍ର ୨୪ ବର୍ଷରେ ହିଁ ସେ ଚାକିରୀରୁ ଅବସର ନେବା କଥା ଚିନ୍ତା କରି ସାରିଥିଲେ । ସେହି ସମୟରେ, ସେ ନିଜର ସମର୍ ଇଣ୍ଟର୍ନସିପ୍ ଶେଷ କରିଥିଲେ । ପରେ ପରେ ୨୦୧୮ ରେ ଗୁଗୁଲରେ ଚାକିରୀ ପାଇଥିଲେ । ବର୍ଷକୁ ୨,୬୫,୦୦୦ ଡଲାର ବା ପ୍ରାୟ ୨.୨ କୋଟି ଟଙ୍କା ଦରମାରେ ସେ ଗୁଗୁଲରେ କାମ ଆରମ୍ଭ କରିଥିଲେ ।

୨୦୧୫ ରେ ସେ ବମ୍ବେ ଆଇଆଇଟିରୁ ଇଞ୍ଜନିୟରିଂ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ୨୦୧୮ ରେ ଗୁଗୁଲରେ ଚାକିରୀ କଲେ । ବର୍ତ୍ତମାନ ସୁଦ୍ଧା ସେ ଏତେ ଟଙ୍କା ରଖି ସାରିଛନ୍ତି ଯେ, ଅବସର ନେବା କଥା ଚିନ୍ତା କରୁଛନ୍ତି । ଦୁଇ ବର୍ଷ ସଞ୍ଚୟ କରିବା ପରେ ଭାରତରେ ଆରାମରେ ରହି ପାରିବେ ବୋଲି ଜର୍ଜ କହିଛନ୍ତି ।

ସେ କହିଛନ୍ତି, ଗୁଗୁଲ୍ ପାଇଁ କାମ କରିବା ସ୍ୱପ୍ନ ଥିଲା । ସେଠାରେ ଅସୀମିତ ଖାଦ୍ୟ, ପାନୀୟ, ଭିଡିଓ ଗେମ୍ ରୁମ୍, ଫୁଟବଲ୍ ଫିଲ୍ଡ, ଜିମ୍, ଟେନିସ୍ କୋର୍ଟ, ଅଫିସରେ ମାଗଣା ମସାଜ୍ ସବୁକିଛି ଉପଲବ୍ଧ ଥିଲା । ଗୁଗୁଲରେ ଗୋଟିଏ ବର୍ଷ ରହିବା ପରେ ଜର୍ଜ ଅର୍ଥ ଓ ଟିକସ ବିଷୟରେ ଅଧିକ ଶିକ୍ଷା ନେଇଥିଲେ । ସେଥିରୁ ସେ ଜାଣିଥିଲେ ଯେ, ନିଜ ଦରମାର ପ୍ରାୟ ୫୦ ପ୍ରତିଶତ ସେ ଟିକସ ଆକାରରେ ଦେଉଛନ୍ତି । ପରେ ଜର୍ଜ ନିଜର ଟିକସ କମ କରିବା ପାଇଁ ଅବସର ଖାତାରେ ଜମା କରିବା ଆରମ୍ଭ କଲେ ।

ଏସବୁ ମଧ୍ୟରେ ନିଜର ଖର୍ଚ୍ଚକୁ କମ କରିବା ପାଇଁ ସେ ଯଥା ସମ୍ଭବ ଚେଷ୍ଟା କରିଥିଲେ । କାର୍ଯ୍ୟସ୍ଥଳୀକୁ ସେ ଚାଲି ଚାଲି କିମ୍ୱା ସାଇକେଲ ଚଲେଇ ଯାଉଥିଲେ । ଏତେ ଟଙ୍କା ରୋଜଗାର କରିବା ସତ୍ତ୍ୱେ ସେ କାର କିଣି ନଥିଲେ । ନିଜର ବ୍ୟକ୍ତିଗତ ଖର୍ଚ୍ଚକୁ ସେ ଯଥା ସମ୍ଭବ କମ କରିବାକୁ ଚେଷ୍ଟା କରୁଥିଲେ ।

ଏସବୁ ମଧ୍ୟରେ ସେ ନିଜର ଜମାରାଶିର ବୃଦ୍ଧି କରି ଚାଲିଲେ । ବର୍ତ୍ତମାନ ସେ ଏତେ ଟଙ୍କା ରଖି ସାରିଛନ୍ତି ଯେ, ଆରାମରେ କୌଣସି ଛୋଟ ସହରରେ ଘର ଖଣ୍ତେ କରି ସ୍ୱାଧିନ ଭାବେ ବଞ୍ଚି ପାରିବେ ବୋଲି କହିଛନ୍ତି । ଏସବୁ ମଧ୍ୟରେ ଜର୍ଜ କେବଳ ଟ୍ୟାକ୍ସରେ ହିଁ ୭୫,୦୦୦ ଡଲାର ବା ପ୍ରାୟ ୬୨ ଲକ୍ଷ ଟଙ୍କା ଦେଇଥିଲେ ବୋଲି ଜଣା ପଡ଼ିଛି ।