ଅଭାବନୀୟ ଘଟଣା...ଯିଏ ଶୁଣୁଛି ସିଏ ଆଶ୍ଚର୍ଯ୍ୟ ହେଉଛି...ମାରିଦେଲା ମାନସିକ ଚାପ...ବିଲଡିଂରୁ ଡେଇଁ ଜୀବନ ହାରିଲେ IFS ଅଧିକାରୀ । ଜଣେ IFS ଅଧିକାରୀ ଏମିତି ଜୀବନ ହାରିବା ନେଇ ଏବ ସବୁଠି ଚର୍ଚ୍ଚାର ବିଷୟ ପାଲିଟିଛି। ଏଭଳି ଅଭାବନୀୟ ଘଟଣା ଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଘଟିଛି ।
ତେବେ ସଂପୃକ୍ତ ଆଇଏଫ୍ଏସ୍ ଅଫିସରଙ୍କ ନାଁ ଜିତେନ୍ଦ୍ର ରାୱତ । ତାଙ୍କ ବୟସ ୪୦ ବର୍ଷ ବୋଲି ଜଣାପଡିଛି । ଗତକାଲି ସକାଳ ୬ଟା ସମୟରେ ସେ ରହୁଥିବା ଘର ଛାତରୁ ଡେଇଁ ପଡ଼ିଛନ୍ତି ବୋଲି ସୂଚନା ମିଳିଛି । ଚାଣକ୍ୟପୁରୀରେ ବୈଦେଶିକ ମନ୍ତ୍ରଣାଳୟ ଅଧିକାରୀଙ୍କ ପାଇଁ ଉର୍ଦ୍ଦିଷ୍ଟ କଲୋନିରେ ରହୁଥିଲେ ଜିତେନ୍ଦ୍ର ରାୱତ ।
Also Read
ଅଧିକ ପଢ଼ନ୍ତୁ: କୁକୁର ଖେଳିବା ପାଇଁ ଲକ୍ଷେ ଟଙ୍କାର ବଲ ଆଣିଥିଲା ନିରଞ୍ଜନ ପଟ୍ଟନାୟକଙ୍କ ଘର ଲୁଟିଥିବା ଚୋର
ସୂଚନା ଅନୁସାରେ, ଆଜି ସକାଳ ୬ଟା ସମୟରେ ଆଇଏଫଏସ ଜିତେନ୍ଦ୍ର ରାୱତ ଚାଣକ୍ୟପୁରୀର MEAର ରେସିଡେଣ୍ଟିଆଲ ସୋସାଇଟିର ବିଲଡିଂରୁ ଡେଇଁଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ତାଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛି । ତେବେ ଗତ କିଛି ଦିନ ହେଲା ସେ ଡିପ୍ରେସନ୍ରେ ଥିଲେ । ଏଥିପାଇଁ ଚିକିତ୍ସିତ ହେଉଥିଲେ । ଜିତେନ୍ଦ୍ର ତାଙ୍କ ମାଆଙ୍କ ସହ ରହୁଥିଲେ । ସେ ଜୀବନ ହାରିବା ବେଳେ ଘରେ ତାଙ୍କ ମାଆ ଥିଲେ । ତାଙ୍କ ସ୍ତ୍ରୀ ଓ ଦୁଇ ପିଲା ଡେରାଡୁନରେ ରହୁଥିଲେ । ତେବେ କାହିଁକି ଜୀବନ ହାରିଲେ ତା’ର ନିର୍ଦ୍ଦିଷ୍ଟ କାରଣ ଏଯାଏଁ ଜଣାପଡିନି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ ତଦନ୍ତ କରିବା ପରେ ଅସଲ ସତ୍ୟ ପଦାକୁ ଆସିବ ।
ତେବେ ଅଧିକାରୀଙ୍କ ମୃତ୍ୟୁ ଘଟଣା ସ୍ଥଳରେ ହୋଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଏଥିରୁ କୌଣସି ଷଡଯନ୍ତ୍ର ବୋଲି ଜଣାପଡୁନାହିଁ । ଏହାକୁ ନେଇ ବିଦେଶ ମନ୍ତ୍ରଣାଳୟ ଏକ ବୟାନରେ କହିଛି କି, ବିଦେଶ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ନିଧନ ଆଜି ସକାଳ ୬ଟା ସମୟରେ ହୋଇଛି । ମନ୍ତ୍ରଣାଳୟ ପରିବାର ଲୋକଙ୍କୁ ଯଥାସମ୍ଭବ ସହାୟତା କରୁଛି ଏବଂ ଦିଲ୍ଲୀ ପୋଲିସର ସଂପର୍କରେ ରହିଛି । ଏଭଳି ଦୁଃଖ ସମୟରେ ମନ୍ତ୍ରଣାଳୟ ତାଙ୍କ ପରିବାର ସହିତ ରହିଛି ।