Advertisment

ଆପଣଙ୍କ ପାଖରେ ପେନ୍‌ରେ ଲେଖାଥିବା ନୋଟ୍‌ ଅଛି କି ? ଜାଣନ୍ତୁ, ଏହା ଚଳିବ ନା ନାହିଁ...

ନୋଟ୍‌ ଉପରେ ଯଦି ପେନ୍‌ରେ ଲେଖା ଯାଇଛି ଏହା ଅବୈଧ ନେଇ ହେଉଥିବା ଦାବିକୁ ମିଥ୍ୟା କୁହାଯାଇଛି।

ଅଦ୍ୟତନ ହୋଇଛି
If Scribbling On Bank Notes Is Valid Or Not?

If Scribbling On Bank Notes Is Valid Or Not?

Advertisment

ଆଜିକାଲି ସୋସିଆଲ୍‌ ମିଡିଆ ରେ ଏକ ମେସେଜ୍‌ ଭାଇରାଲ୍‌ ହେଉଛି। ଯେଉଁଥିରେ କୁହାଯାଇଛି, ଯଦି ଆପଣ ବ୍ୟାଙ୍କ୍‌ ନୋଟ୍‌ ଉପରେ କିଛି ଲେଖିଛନ୍ତି କିମ୍ବା ପେନ୍‌ରେ ଗାରେଇଛନ୍ତି ତା’ହେଲେ ଏହା ଅବୈଧ(Invalid) ହୋଇଯିବ। କୌଣସି ବ୍ୟାଙ୍କ୍‌ ଏହାକୁ ଗ୍ରହଣ କରିବ ନାହିଁ। ଅର୍ଥାତ୍, ଏସବୁ ନୋଟ୍‌ର ଆଉ ଲିଗାଲ୍‌ ଟେଣ୍ଡର ରହିବ ନାହିଁ। ପ୍ରକୃତରେ ଏହା ପଛର ସତ କ’ଣ ? ପ୍ରକୃତରେ ଏହା କ’ଣ ଆଉ ଚଳିବ ନାହିଁ ? ଏନେଇ ପ୍ରକୃତ ସତ ସାମ୍ନାକୁ ଆସିଛି।

Advertisment

ଗୁଜବ ଖବର ରୋକିବା ପାଇଁ  PIB (Press information Bureau) ଫ୍ୟାକ୍ଟ ଚେକ୍‌ର ଅଫିସିଆଲ୍‌ ଟ୍ୱିଟର୍‌ ଆକାଉଣ୍ଟ ପକ୍ଷରୁ ଏକ ଟ୍ୱିଟ୍‌ କରାଯାଇଛି। ନୋଟ୍‌ ଉପରେ ଯଦି ପେନ୍‌ରେ ଲେଖା ଯାଇଛି ଏହା ଅବୈଧ ନେଇ ହେଉଥିବା ଦାବିକୁ ମିଥ୍ୟା କୁହାଯାଇଛି। ଟ୍ୱିଟ୍‌ରେ କୁହାଯାଇଛି ଯେ, ନୋଟ୍‌ ଉପରେ କିଛି ଲେଖିଲେ ଏହା ଅବୈଧ ହେବ ନାହିଁ। ଏହା ସମ୍ପୂର୍ଣ୍ଣ ଭାବେ ବୈଧ(Valid)। ପୂର୍ବଭଳି ଏହି ନୋଟ୍‌କୁ ମଧ୍ୟ ଆପଣ ବ୍ୟବହାର କରିପାରିବେ। ହେଲେ ଏହାର ଅର୍ଥ ଏହା ନୁହେଁ ଯେ, ଆପଣ ନୋଟ୍‌ ଉପରେ କିଛିବି ଲେଖିବେ। 

ଅଧିକ ପଢ଼ନ୍ତୁ: ଭାରତୀୟ ନୋଟରେ ରହିବ ରବୀନ୍ଦ୍ରନାଥ ଟାଗୋର ଓ ଅବଦୁଲ କଲାମଙ୍କ ଫଟୋ ? ଜବାବ୍‌ ରଖିଲା RBI

Advertisment

ଏଭଳି ନୋଟ୍‌ କ’ଣ କରିବେ ?

ଲୋକମାନେ ଏଭଳି ଭାବେ ନୋଟ୍‌ ଉପରେ କୌଣସି ଲେଖା ଲେଖନ୍ତୁ ନାହିଁ। କାରଣ ଏହାଦ୍ୱାରା ନୋଟ୍‌ର ଲାଇଫ୍‌ କମ୍‌ ହୋଇଯାଇଥାଏ। ଏହାସହ ନୋଟ୍‌ରେ କୌଣସି ଷ୍ଟାପ୍‌ଲର୍‌ ବ୍ୟବହାର କରନ୍ତୁ ନାହିଁ। ଏପରିକି ଏହାକୁ ଓଲଟା ସିଧା କରି ମୋଡ଼ନ୍ତୁ ନାହିଁ କି ଖେଳନା ଭାବେ ଏହାର ବ୍ୟବହାର କରନ୍ତୁ ନାହିଁ। RBI ଗାଇଡ୍‌ଲାଇନ୍‌ ଅନୁସାରେ, ଯଦି ଆପଣଙ୍କ ପାଖରେ କିଛି ଚିରା-ଫଟା ନୋଟ୍‌ ଅଛି ତା’ହେଲେ ବ୍ୟାଙ୍କରେ ଏହାକୁ ଆପଣ ଚଳେଇ ପାରିବେ।

Advertisment

RBI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ