• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୋଟ୍‌ରୁ ହଟିବ କି ଗାନ୍ଧୀଙ୍କ ଫଟୋ ? ଭାରତୀୟ ମୁଦ୍ରା ତଥା ନୋଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସହ ରବୀନ୍ଦ୍ରନାଥ ଟାଗୋର ଏବଂ ଏପିଜେ ଅବଦୁଲ କଲାମଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କ ଛବି ଛପିବା ଖବର ଭୁଲ ଅଟେ । ଗଣମାଧ୍ୟମରେ ଏହି ପ୍ରସଙ୍ଗରେ ଦୁଇ ଦିନ ଧରି ଚାଲିଥିବା ଖବରକୁ ସୋମବାର ଦିନ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଖଣ୍ଡନ କରିଛି । ବର୍ତ୍ତମାନ ପ୍ରଚଳିତ ଭାରତୀୟ ମୁଦ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ସ୍ପଷ୍ଟ କରିଛି ।

ରିଜର୍ଭ ବ୍ୟାଙ୍କ ଏକ ବିବୃତ୍ତି ଜାରି କରିଛି

ଭାରତୀୟ ମୁଦ୍ରାରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ ବୋଲି ବେଶ୍‌ କିଛି ଦିନ ହେବ ଖବର ଆସୁଥିଲା । ଖୁବ୍ ଶୀଘ୍ର ନୋବେଲ ପୁରସ୍କାରପ୍ରାପ୍ତ ସାହିତ୍ୟକାର ରବୀନ୍ଦ୍ରନାଥ ଟାଗୋର ଏବଂ ଦେଶର ଏକାଦଶ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଚିତ୍ର ନୋଟରେ ଦେଖିବାକୁ ମିଳିବ ବୋଲି ଗୁଜବ ଉଠିଥିଲା ।

ତେବେ ଏନେଇ ସଂକ୍ଷିପ୍ତ ବିବୃତ୍ତି ଜାରି କରିଛି ରିଜର୍ଭ ବ୍ୟାଙ୍କ । ମହାତ୍ମା ଗାନ୍ଧୀଙ୍କ ଫଟୋକୁ ନୋଟରୁ ହଟାଇ ଅନ୍ୟ ମହାନ ବ୍ୟକ୍ତିତ୍ୱର ଫଟୋ ଦେବାପାଇଁ ଆରବିଆଇ ବିଚାର କରୁଥିବା ଖବର ସମ୍ପୂର୍ଣ୍ଣ ମିଛ । ରିଜର୍ଭ ବ୍ୟାଙ୍କ ପାଖକୁ ସେପରି କୌଣସି ପ୍ରସ୍ତାବ ଆସିନାହିଁ ବୋଲି ପ୍ରମୁଖ ସ୍ପଷ୍ଟ କରିଛନ୍ତି ।

ଏହାପୂର୍ବରୁ ଖବରରେ କୁହାଯାଇଥିଲା କିଛି ନୂଆ ନୋଟରେ ରବୀନ୍ଦ୍ରନାଥ ଟାଗୋର ଏବଂ ଏପିଜେ ଅବଦୁଲ କଲାମଙ୍କ ଚିତ୍ର ବ୍ୟବହାର କରିବାକୁ ମିଳିତ ଭାବେ ବିଚାର କରୁଛନ୍ତି ଅର୍ଥ ମନ୍ତ୍ରଣାଳୟ ଏବଂ ରିଜର୍ଭ ବ୍ୟାଙ୍କ । ଟାଗୋର ଭାରତର ସର୍ବଶ୍ରେଷ୍ଠ ସାହିତ୍ୟିକମାନଙ୍କ ମଧ୍ୟରେ ପରିଗଣିତ ହେଉଥିବା ବେଳେ ପୂର୍ବତନ ରାଷ୍ଟ୍ରପତି କଲାମଙ୍କୁ 'ମିସାଇଲ୍ ମ୍ୟାନ୍ ଅଫ୍ ଇଣ୍ଡିଆ' କୁହାଯାଏ । ଯଦି ଏପରି ହଏ ତେବେ ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧୀଙ୍କ ବ୍ୟତୀତ ଅନ୍ୟ କୌଣସି ମହାନ ବ୍ୟକ୍ତିଙ୍କ ଫଟୋ ଭାରତୀୟ ନୋଟରେ ସ୍ଥାନ ପାଇବେ । ତେବେ ଏହି ଖବରକୁ ଖଣ୍ଡନ କରିଛି ଆରବିଆଇ ।