/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721130539.jpg)
IAS Officer
ସାମ୍ନାକୁ ଆସୁଛି ଜଣକ ପରେ ଜଣେ IAS ଅଫିସର୍ଙ୍କ ନକଲି ଚେହେରା। ଜାଲି ସାର୍ଟିଫିକେଟ ଦେଇ ପାଇଛନ୍ତି IAS ଚାକିରି। ନିଜକୁ ଦିବ୍ୟାଙ୍ଗ ସାଜି କରିଛନ୍ତି ଏହି ବଡ଼ ପଦବୀର ଅପବ୍ୟବହାର। ଜାଲିଆତି, କ୍ଷମତାର ଅପବ୍ୟବହାର ଆଦିକୁ ନେଇ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଦକର ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଆଉ ଜଣେ IAS ଅଫିସରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିଛି।
ଅଧିକ ପଢ଼ନ୍ତୁ: ଆଇଏଏସ୍ ପୂଜା ଖେଡକରଙ୍କୁ ଝଟକା, ପୁଣି ଥରେ ନେବେ ଟ୍ରେନିଂ
ଥିଲେ IAS ଅଫିସର ଆଉ ଏବେ ଜଣେ ଅଭିନେତା। ନକଲି ସାର୍ଟିଫିକେଟ ଦେଇ ପାଇଛନ୍ତି IAS ଚାକିରି। ୨୦୧୧ ବ୍ୟାଚ୍ IAS ଅଫିସର୍ ଅଭିଷେକ ସିଂଙ୍କୁ ନେଇ ଏବେ ଚର୍ଚ୍ଚା ଥମୁନି। ଗତବର୍ଷ ତାଙ୍କୁ ଚାକିରିରୁ ନିଳମ୍ବିତ କରାଯାଇଛି। ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଓ ଫଟୋକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି।
ସୂଚନା ମୁତାବକ ଗୁଜରାଟ ବିଧାନସଭା ନିର୍ବାଚନ ବେଳେ ତାଙ୍କୁ ଚାକିରିରୁ ନିଳମ୍ବିତ କରାଯାଇଥିଲା। ଏବେ ସେ ଆଲବମ ଓ ଫିଲ୍ମ ନିର୍ମାଣ କରୁଛନ୍ତି। ଡିଜାବିଲିଟି ସାର୍ଟିଫିକେଟ୍ରେ ଚାକିରି ପାଇଥିବା ଅଭିଷେକ ଏବେ ଜିମ୍ରେ ଟ୍ରେନିଂ କରୁଥିବା ଏବଂ ଡେଇଁ ଡେଇଁ ନାଚୁଥିବାର ଦେଖିବାକୁ ମିଳିଛି। ଯିଏ ଡିଜାବିଲିଟି ସାର୍ଟିଫିକେଟ୍ରେ ଚାକିରି ପାଇଥିଲେ ଏବେ ସେ କେମିତି ଏତେ ଫିଟ୍ ବୋଲି ପ୍ରଶ୍ନ ଉଠୁଛି। ତେବେ ଏନେଇ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନା କରାଯାଉଛି।
ସେପଟେ ଜାଲିଆତି, କ୍ଷମତାର ଅପବ୍ୟବହାର ଆଦିକୁ ନେଇ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଦକର ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। କେନ୍ଦ୍ର ଲୋକସେବା ଆୟୋଗ (UPSC) ପରୀକ୍ଷା ପାଇଁ ଦାଖଲ କରିଥିବା ଜାତିଗତ ପ୍ରମାଣପତ୍ରରେ ମଧ୍ୟ ଜାଲିଆତି କରି ନିଜକୁ ‘ଗରିବବର୍ଗ’ ବୋଲି ଦର୍ଶାଇଥିବା ଜଣାଯିବା ପରେ ପୂଜାଙ୍କ ନାମରେ ସଂରକ୍ଷଣ ନିମନ୍ତେ ଦାଖଲ ହୋଇଥିବା ଓବିସି ଓ ଭିନ୍ନକ୍ଷମ ପ୍ରମାଣପତ୍ର ଜାଲିଆତି ଅଭିଯୋଗର ତଦନ୍ତ ଜାରି ରହିଛି। ପୂର୍ବରୁ MBBS ନିମନ୍ତେ ମଧ୍ୟ ପୂଜା ନିଜକୁ ଗରିବ ଦର୍ଶାଇ ପ୍ରମାଣପତ୍ର ଦାଖଲ କରିଥିଲେ ବୋଲି ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)