/odishatv-khabar/media/post_attachments/uploadimage/library/16_9/16_9_0/IAF_1696418951.jpg)
IAF
ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ବାୟୁସେନା । ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଟୁ ସିଟର ଯୁଦ୍ଧ ବିମାନ 'ତେଜସ' ଆଜି ବାୟୁସେନାକୁ ହସ୍ତାନ୍ତର କରାଯାଇଛି । ହିନ୍ଦୁସ୍ତାନ ଏରୋନେଟ୍ସ ଲିମିଟେଡ୍ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ହସ୍ତାନ୍ତର ହୋଇଛି ୮ଟି ବିମାନ । ବେଙ୍ଗାଲୁରୁରେ ଏହି ଟ୍ରେନର ଏୟାରକ୍ରାଫ୍ଟ ବାୟୁସେନାକୁ ହସ୍ତାନ୍ତର କରାଯାଇଛି ।
Advertisment
#ବାୟୁ_ସେନାକୁ_ତେଜସ_ଶକ୍ତି
ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁ ସେନା । ବାୟୁ ସେନାକୁ ମିଳିଲା ତେଜସ ଶକ୍ତି । #India#Airforce#OTVpic.twitter.com/Lhi5NlVYEZ— ଓଟିଭି (@otvkhabar) October 4, 2023
HAL ଠାରୁ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ VR ଚୌଧୁରୀ ଏହାକୁ ଗ୍ରହଣ କରିଛନ୍ତି । ଏହି ଯୁଦ୍ଧ ବିମାନରେ ସ୍ୱଦେଶୀ ଇଲେକ୍ଟ୍ରୋନିକାଲି ସ୍କାନ୍ଡ ରାଡର ଖଂଜା ଯାଇଛି । ବିମାନରେ ମିସାଇଲ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଲଗାଯିବା ଭଳି ବ୍ୟବସ୍ଥା ହୋଇଛି। ଆକାଶ ମାର୍ଗରେ ମଧ୍ୟ ବିମାନରେ ଇନ୍ଧନ ଭର୍ତ୍ତି କରାଯାଇପାରିବ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)