BBA Student Suicide
ଦେଶରେ ବଢୁଛି ଆତ୍ମହତ୍ୟା ପ୍ରବଣତା । ପ୍ରେମ ହେଉ କି ପରୀକ୍ଷାରେ ବିଫଳତା...ସାମାନ୍ୟ କଥାରେ ଭାଙ୍ଗିପଡି ଆତ୍ମହତ୍ୟାକୁ ବାଛି ନେଉଛନ୍ତି ଯୁବପିଢି । ଏବେ ଉତ୍ତରପ୍ରଦେଶ ଲକ୍ଷ୍ନୌରୁ ଏମିତି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠି ଜଣେ ୧୯ ବର୍ଷୀୟ ଛାତ୍ର ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ର ବାସୁଦେବ ମଲିକ, ସେ ଏକ ପ୍ରାଇଭେଟ ୟୁନିଭରସିଟିରେ BBA ପଢୁଥିଲେ । ରବିବାର ରାତିରେ ପରିବାର ସହ ମିଶି ନିଜ ମାଆ ଜନ୍ମଦିନ ପାଳନ କରିବାର କେଇ ଘଣ୍ଟା ପରେ ସେ ଜୀବନ ହାରି ଦେଇଛନ୍ତି ।
ରବିବାର ଦିନ, ମାଆଙ୍କ ଜନ୍ମଦିନ ଥିଲା । ବାସୁଦେବ ପୁରା ପରିବାର ସହ ମିଶି ରାତିରେ ମାଆଙ୍କ ଜନ୍ମଦିନ ପାଳନ କରିଥିଲେ ଓ କେକ୍ କାଟିଥିଲେ । ତା' ପର ଦିନ ଘରୁ ଭିତରୁ ମିଳିଥିଲା ପୁଅର ଝୁଲନ୍ତା ମୃତଦେହ । ବାସୁଦେବ ଘରେ ଏକାକୀ ଥିବାବେଳେ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଦେଇଥିଲେ । ତାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମିଳିଥିଲା, ଏଥିରେ ଲେଖାଥିଲା- ''ଆଇ ଆମ୍ ସରି ପାପା''
ଅଧିକ ପଢ଼ନ୍ତୁ: ସ୍ତ୍ରୀକୁ ସଂଦେହ କରି ୪ ଛୁଆଙ୍କୁ ହତ୍ୟା, ସ୍ବାମୀର ଆତ୍ମହତ୍ୟା
ବାସୁଦେବଙ୍କ ବାମାମା' ଘରକୁ ଫେରିବା ପରେ ଏହି ଘଟଣା ଜଣାପଡିଥିଲା । ଘରର କବାଟ ଭିତରୁ ବନ୍ଦ ଥିଲା । ଯେତେ କବାଟ ବାଡେଇଲେ ବି କିଛି ଉତ୍ତର ଆସିନଥିଲା । ସନ୍ଦେହରେ ସେମାନେ କବାଟ ଭାଙ୍ଗି ଭିତରୁ ପଶିବାରୁ ଫ୍ୟାନରେ ପୁଅର ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ । ତେବେ ବାସୁଦେବ ଦୀର୍ଘ ଦିନ ହେଲା ଡିପ୍ରେସନରେ ଥିଲେ । କିନ୍ତୁ ଏଭଳି ଏକ ଚରମ ନିଷ୍ପତ୍ତି ନେଇଯିବେ ବୋଲି କେହି କେବେ ଭାବିନଥିବା କହିଛନ୍ତି ପରିବାର ଲୋକେ ।
ସେପଟେ ଛାତ୍ରଙ୍କ ମୃତ୍ୟୁ ନେଇ ବାପା ଚନ୍ଦନ ମଲିକ କହିଛନ୍ତି, ''କିଛି ଦିନ ତଳେ ବାସୁଦେବଙ୍କ ଏକ ସର୍ଜରୀ ହୋଇଥିଲା । ତା' ପରଠୁ ସେ ଡିପ୍ରେସନରେ ଥିଲେ । ଅନ୍ୟମାନଙ୍କଠୁ ଦୂରେଇ ରହୁଥିଲେ । କାହା ସହ କଥାବାର୍ତ୍ତା କରୁନଥିଲେ ।''
ପୋଲିସ ସୂଚନା ଅନୁଯାୟୀ, ମୃତକଙ୍କ ପରିବାର ଲୋକେ କୌଣସି ଅଭିଯୋଗ କରିନାହାନ୍ତି । ମୃତଦେହ ପୋଷ୍ଟମର୍ଟମ କରାଯିବ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749631251.jpeg)