• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅମାନିଆ ଗାଡ଼ି ଚାଳକଙ୍କ ଉନ୍ମତ କାଣ୍ଡ । ଚାଲାଣ କାଟିବାରୁ ଟ୍ରାଫିକ୍‌ ପୋଲିସ୍‌ଙ୍କ ଜୀବନ ସହ ଖେଳ ଖେଳିଲେ । ଫାଇନ୍‌ ତ ଦେଲେନି ଦେଲେନି ବରଂ ଗାଡ଼ି ବନେଟ୍‌ରେ ବସାଇ ଟ୍ରାଫିକ୍‌ ପୋଲିସ୍‌କୁ ଟାଣିନେଲେ । ଦୀର୍ଘ ୪ କିମି ଧରି ଟ୍ରାଫିକ୍‌ ପୋଲିସ୍‌ଙ୍କୁ ଧରି ଏପରି ବୁଲୁଥିଲେ ସୁଦ୍ଧା ଗାଡ଼ି ରଖୁନଥିଲେ । ଶେଷରେ ପୋଲିସ୍‌ ଗାଡ଼ିର ପିଛା କରିବା ସହ ଟ୍ରାଫିକ୍‌ କର୍ମଚାରୀଙ୍କ ଜୀବନ ବଞ୍ଚାଇଛନ୍ତି ଏବଂ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରାଯାଇଛି ।

ମଧ୍ୟପ୍ରଦେଶ ଇନ୍ଦୋର ସହରରେରେ ଏପରି ଘଟଣା ଘଟିଛି । ଟ୍ରାଫିକ ଚାଲାଣ କାଟିବାକୁ କହିବାରୁ ଟ୍ରାଫିକ କର୍ମଚାରୀଙ୍କୁ ପ୍ରାୟ ୪ କିଲୋମିଟରରୁ ଅଧିକ ବନେଟରେ ବସାଇ ଟାଣିନେଲେ ଡ୍ରାଇଭର। ଇନ୍ଦୋର ସହରର ସତ୍ୟସାହି ଛକରେ ଟ୍ରାଫିକ ଚେକିଂ ଚାଲିଥିଲା ଏହି ସମୟରେ କେଶବ ଉପାଧ୍ୟାୟ ନାମକ ଯୁବକ ସେଫ୍ଟି ବେଲ୍ଟ ନଲଗାଇବା ସହ ଫୋନରେ କଥା ହୋଇ ଆସୁଥିଲେ । ଟ୍ରାଫିକ ପୋଲିସ୍ ଶିବ ସିଂ ଚୌହା ତାଙ୍କୁ ଅଟକାଇବାରୁ, ସେ ଗାଡିରୁ ଓହ୍ଲିଥିଲେ । ହେଲେ ପରେ ଚାଲାଣ କାଟିବା ପାଇଁ କହିବାରୁ ସେ ଚାଲାଣ କାଟିବେନି କହି ଗାଡିରେ ବସି ଗାଡ଼ି ଷ୍ଟାର୍ଟ କରିଥିଲେ ।

ଅଧିକ ପଢ଼ନ୍ତୁ: ଅମାନିଆ ସାବଧାନ୍ ! ନିୟମ ଭାଙ୍ଗିଲେ ଭୋଗିବ

କର୍ମଚାରୀ ଜଣକ ଆଗକୁ ଆସି ଗାଡ଼ି ଅଟକାଇବାରୁ ସେ ଗାଡି ଆଗକୁ ବଢ଼ାଇ ନେଇଥିଲେ । ଆଉ ସେହି ସମୟରେ ବନେଟରେ ଲଟକି ଥାନ୍ତି ଟ୍ରାଫିକ୍‌ ପୋଲିସ୍‌ ଜଣକ । କିଛି ଦୂର ପିଛା କରିବା ପରେ ଡ୍ରାଇଭରକୁ ଧରିଛି ପୋଲିସ୍‌ । ଏହାସହ ତାଙ୍କ ନିକଟରୁ ପୋଲିସ ଗୋଟିଏ ପିସ୍ତଲ ଜବତ କରିଥିବା କହିଛି ।