Advertisment

Operation Sindoor Against Terrorism: ‘ପାକିସ୍ତାନ ବଙ୍କରକୁ ଆପଣ ଯେଭଳି ଧ୍ବଂସ କଲେ ସେ ଭୁଲି ପାରିବନି’

ଶ୍ରୀନଗର ଏୟାରବେସ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରାଜନାଥଙ୍କ ସହ ଅଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା ।

ଅଦ୍ୟତନ ହୋଇଛି
Operation Sindoor Against Terrorism

Operation Sindoor Against Terrorism

Advertisment

ଶ୍ରୀନଗର ଏୟାରବେସ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରାଜନାଥଙ୍କ ସହ ଅଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା । ଅପରେସନ ‘ସିନ୍ଦୂର’ରେ ସାମିଲ ଯବାନମାନଙ୍କୁ ଭେଟିଛନ୍ତି। ସହିଦ ଯବାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Advertisment

ଅପରେସନ ‘ସିନ୍ଦୂର’ରେ ସାମିଲ ଯବାନମାନଙ୍କୁ ଭେଟିବା ସହ ସମ୍ବୋଧନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଯବାନମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, 'ଅପରେସନ ସିନ୍ଦୂର'ରେ ଆପଣ ଯାହା କଲେ ପୂରା ଦେଶବାସୀ ଗର୍ବିତ । ଜଣେ ନାଗରିକ ହିସାବରେ ମୁଁ ଆପଣଙ୍କୁ କୃତଜ୍ଞତା ଜଣାଉଛି । ପାକିସ୍ତାନ ବଙ୍କରକୁ ଆପଣ ଯେଭଳି ଧ୍ବଂସ କଲେ ସେ ଭୁଲି ପାରିବନି । ମୁଁ ଦେଶବାସୀଙ୍କ ସନ୍ଦେଶ ନେଇ ଆପଣଙ୍କ ପାଖକୁ ଆସିଛି । ସନ୍ଦେଶ ହେଉଛି, ଦେଶବାସୀ ଆପଣଙ୍କ ଉପରେ ଗର୍ବିତ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ହାଲତ୍ ଟାଇଟ୍; ସିନ୍ଧୁ ଚୁକ୍ତି ବାତିଲ ନିଷ୍ପତ୍ତିର ପୁନର୍ବିଚାର ଲାଗି ଅପିଲ୍ କଲା ପାକିସ୍ତାନ !

Advertisment

ଆହୁରି କହିଛନ୍ତି ଯେ, ଅପରେସନ ସିନ୍ଦୂର ଆତଙ୍କବାଦ ବିରୋଧରେ ସବୁଠୁ ବଡ଼ ଆକ୍ସନ । ଭାରତ ପୂରା ବିଶ୍ବକୁ ସନ୍ଦେଶ ଦେଇଛି, ଆତଙ୍କବାଦକୁ ବରଦାସ୍ତ କରାଯିବନି । ଭାରତ ବିରୋଧରେ ଷଡ଼ଯନ୍ତ୍ର ବନ୍ଦ କରୁ ପାକିସ୍ତାନ । ପାକିସ୍ତାନ ନିଜ ମାଟିରେ ଆତଙ୍କବାଦୀଙ୍କୁ ନ ପୋଷୁ । ପାକିସ୍ତାନ ହାତରେ ପରମାଣୁ ରହିବା ସୁରକ୍ଷିତ କି ? ଆତଙ୍କବାଦ ଓ କଥାବାର୍ତ୍ତା ଏକସଙ୍ଗେ ଚାଲିବନି ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଯଦି କଥାବାର୍ତ୍ତା ହେବ କେବଳ POKକୁ ନେଇ । ଆମେ ପାକିସ୍ତାନର ପରମାଣୁ ବ୍ଲାକମେଲିଂକୁ ସହ୍ୟ କରିବୁନି । 

ଅନ୍ୟପଟେ ପହଲଗାମରେ ଆତଙ୍କୀମାନେ ଧର୍ମ ପଚାରି ନିର୍ଦ୍ଦୋଷକୁ ମାରିଲେ । ଆଉ ଆପଣମାନେ ଏହାର କଡ଼ା ଜବାବ ଦେଲେ । କିନ୍ତୁ ଆମେ କର୍ମ ଦେଖି ସେମାନଙ୍କ ବିନାଶ କଲୁ । ପାକିସ୍ତାନ IMF ପାଖରୁ ଋଣ ଆଣୁଛି, ଆମେ ଅନ୍ୟ ଦେଶକୁ ଫଣ୍ଡ ଦେଉ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

Advertisment

ଅଧିକ ପଢନ୍ତୁ: ଚୀନ୍ ଓ ତୁର୍କୀ ଉପରେ ଭାରତର ଡିଜିଟାଲ ପ୍ରହାର

Defence Minister Rajnath Singh Jammu Kashmir Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ