• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରଥମେ ହୀରାମୁଦି ଚୋରି କଲେ । ପରେ ଟଏଲେଟ୍‌ରେ ଲୁଚାଇଲେ । ହେଲେ ଧରାପଡ଼ିଯିବା ଭୟରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ହୀରା ମୁଦିକୁ ଟଏଲେଟ୍‌ର ଫ୍ଲସ୍‌ ମାରିଦେଲେ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । କାରଣ ଏପରି ଏକ ଘଟଣା ନିକଟରେ ଘଟିଛି । ଗୋଟିଏ ଚିକିତ୍ସାଳୟରେ କାମ କରୁଥିବା ଜଣେ ମହିଳା କର୍ମଚାରୀ ଏପରି ଘଟଣା ଘଟାଇଛନ୍ତି । ଯାହା ଏବେ ଚର୍ଚ୍ଚାର ପରିଧିକୁ ଆସିଛି ।

ହାଇଦ୍ରାବାଦ ସହରର ଏକ ଚର୍ମ ଏବଂ ଶିଶୁ ଚିକିତ୍ସାଳୟରୁ ଏହି ଘଟଣା ସାମ୍ନାକୁ ଆସିଛି । ସୂଚନା ମୁତାବକ ସେହି ହସ୍ପିଟାଲର ଜଣେ ମହିଳା କର୍ମଚାରୀ ଜଣେ ଗ୍ରାହକଙ୍କ ଠାରୁ ୩୦.୬୯ ଲକ୍ଷ ଟଙ୍କାର ଏକ ହୀରା ରିଙ୍ଗ ଚୋରି କରି ଧରାଯିବା ଭୟରେ ଟଏଲେଟ୍ କମୋଡ୍ ତଳେ ଲୁଚାଇ ଦେଇଥିଲେ । ଏନେଇ ଅଭିଯୋଗ ହେବାପରେ ପୋଲିସ ପ୍ଲମ୍ବର ସାହାଯ୍ୟରେ କମୋଡକୁ ସଂଯୋଗ କରୁଥିବା ପାଇପଲାଇନରୁ ରିଙ୍ଗ ଉଦ୍ଧାର କରିଥିଲା । ଚୋରି ଅଭିଯୋଗରେ ମହିଳା କର୍ମଚାରୀଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ । ହେଲେ ଗିରଫ ହେବା ପୂର୍ବରୁ ଏମିତି ମୋଡ ନେଇଥିଲା ଘଟଣା ।...

ପୋଲିସର ସୂଚନା ଅନୁସାରେ, ଗତ ସପ୍ତାହରେ ଜଣେ ମହିଳା ପୋଶ ଅଞ୍ଚଳ ଜୁବୁଲି ହିଲ୍ସର ଏକ କ୍ଲିନିକକୁ ଯାଇଥିଲେ । ହେଲେ ଚେକଅପ୍ ସମୟରେ ମହିଳା ଜଣକ ତାଙ୍କ ହୀରା ମୁଦିକୁ ଟେବୁଲ ଉପରେ ରଖିଥିଲେ । ତାଙ୍କର ଚେକ୍‌ଅପ୍‌ ସରିବା ପରେ ସେ ମୁଦିଟିକୁ ନେବାକୁ ଭୁଲିଯାଇଥିଲେ । ଏବଂ ନିଜ ଘରକୁ ଚାଲିଯାଇଥିଲେ । ଘରେ ପହଞ୍ଚିବା ପରେ ସେ କ୍ଲିନିକ୍‌ରେ ମୁଦି ଛାଡ଼ି ଚାଲିଯାଇଥିବା କଥା ତାଙ୍କର ମନେ ପଡ଼ିଥିଲା ଏବଂ ସେ ସଙ୍ଗେ ସଙ୍ଗେ କ୍ଲିନିକ୍‌କୁ ଆସି ମୁଦିଟିକୁ ଖୋଜିଥିଲେ । ମୁଦିଟିକୁ ନପାଇବାରୁ ପୋଲିସରେ ଅଭିଯୋଗ କରିଥିଲେ ମହିଳା ।

ପୋଲିସ ପାଖରେ ଅଭିଯୋଗ ହେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା କରିଥିଲା ହେଲେ କିଛି ସୁଫଳ ମିଳିନଥିଲା । ପରେ ପୋଲିସ କ୍ଲିନିକ୍‌ର କର୍ମଚାରୀଙ୍କୁ ଧମକ ଦେବାପରେ ଜଣେ ମହିଳା କର୍ମଚାରୀ ହୀରା ମୁଦି ଚୋରି କରିଥିବା ସ୍ୱୀକାର କରିଥିଲେ । ଏବଂ ପରେ ହୀରା ମୁଦିଟିକୁ ଚିହ୍ନଟ କରାଯାଇଥିଲା । ହେଲେ ପରେ ଭୟରେ ସେହି ମହିଳା ଜଣକ ଟଏଲେଟ୍‌ର କମୋଡରେ ମୁଦିଟିକୁ ପକାଇ ଫ୍ଲସ୍‌ କରିଦେଇଥିଲେ । ପରେ ପରେ ଏନେଇ ପୋଲିସ ଜାଣିବା ପରେ ପ୍ଲମ୍ବରକୁ ଡକାଯାଇଥିଲା । ହୀରା ମୁଦିଟି ଉଦ୍ଧାର ହୋଇଥିଲା ।