Advertisment

ଫାଇଭ୍‌ ଷ୍ଟାର ହୋଟେଲ୍‌ରେ ରେଭ୍‌ ପାର୍ଟି: ଅଭିନେତାଙ୍କ ଝିଅ, ବିଗ୍‌ ବସ୍‌ ବିଜେତାଙ୍କ ସମେତ ୧୪୨ ଅଟକ

ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌ରେ ଚାଲିଥିଲା ରେଭ୍‌ ପାର୍ଟି। ହଠାତ୍‌ ପହଞ୍ଚିଗଲା ପୋଲିସ୍‌। ଧରାପଡ଼ିଲେ ଭିଆଇପିଙ୍କ ପିଲାଙ୍କ ସମେତ ଅନେକ ଅଭିନେତା ଓ ରାଜନେତା। ଗତକାଲି ହାଇଦ୍ରାବାଦ ପୋଲିସ୍‌ ବଞ୍ଜାରା ହିଲ୍ସ ସ୍ଥିତ ଏକ ପଞ୍ଚ ତାରକା ହୋଟେଲ୍‌ରେ ରେଡ୍‌ କରି ୧୪୨ ଜଣଙ୍କୁ ହେପାଜତକୁ ନେଇଥିଲା।

author-image
Rajalaxmi Sahoo
Hyderabad Rave Party

Hyderabad Rave Party

ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌ରେ ଚାଲିଥିଲା ରେଭ୍‌ ପାର୍ଟି। ହଠାତ୍‌ ପହଞ୍ଚିଗଲା ପୋଲିସ୍‌। ଧରାପଡ଼ିଲେ ଭିଆଇପିଙ୍କ ପିଲାଙ୍କ ସମେତ ଅନେକ ଅଭିନେତା ଓ ରାଜନେତା। ଗତକାଲି ହାଇଦ୍ରାବାଦ ପୋଲିସ୍‌ ବଞ୍ଜାରା ହିଲ୍ସ ସ୍ଥିତ ଏକ ପଞ୍ଚ ତାରକା ହୋଟେଲ୍‌ରେ ରେଡ୍‌ କରି ୧୪୨ ଜଣଙ୍କୁ ହେପାଜତକୁ ନେଇଥିଲା। ହୋଟେଲ୍‌ର ପବ୍‌ରେ ରେଭ୍‌ ପାର୍ଟି ଚାଲିଥିବା ନେଇ ପୋଲିସ୍‌କୁ ସୂଚନା ମିଳିବା ପରେ ଅଚାନକ ପୋଲିସ୍‌ ହୋଟେଲରେ ପହଞ୍ଚିଥିଲା।  ରେଭ୍‌ ପାର୍ଟିରେ ବ୍ୟାନ୍‌ ହୋଇଥିବା cocaine ଓ weed ମିଳିଥିବା ସୂଚନା ମିଳିଛି। 

Advertisment

ଅଟକ ୧୪୨ ଜଣଙ୍କ ମଧ୍ୟରେ ଖାଲି ଭିଆଇପିଙ୍କ ପିଲା ନଥିଲେ ବରଂ ସେମାନଙ୍କ ମଧ୍ୟରେ ଅନେକ ଅଭିନେତା ଓ ରାଜନେତା ମଧ୍ୟ ଥିବା ସୂଚନା ମିଳିଛି। ଅଟକଙ୍କ ମଧ୍ୟରେ ଅଭିନେତା ନାଗା ବାବୁଙ୍କ ଝିଅ ତଥା ମେଗାଷ୍ଟାର ଚିରଞ୍ଜୀବଙ୍କ ଭାଣିଜୀ ନିହାରିକା, ତେଲୁଗୁ ରିଅଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌-୩ର ବିଜେତା ରାହୁଲ ସିପ୍‌ଲିଗୁଞ୍ଜ ଥିଲେ ବୋଲି ଜଣାପଡ଼ିଛି। ହାଇଦ୍ରାବାଦ ପୋଲିସ୍‌ ପକ୍ଷରୁ ଲଞ୍ଚ୍‌ ହୋଇଥିବା ଡ୍ରଗ୍ସ ବିରୋଧୀ ଅଭିଯାନର ଥିମ୍‌ ଗୀତ ରାହୁଲ ଗାଇଥିଲେ। 

ସେହିପରି ଅଟକଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ ପୋଲିସ୍‌ର ଜଣେ ଟପ୍‌ ପୋଲିସ୍‌ ଅଧିକାରୀଙ୍କ ଝିଅ, ତେଲୁଗୁ ଦେଶମ ପାର୍ଟିର ଜଣେ ସାଂସଦଙ୍କ ପୁଅ, ତେଲେଙ୍ଗାନାର ଜଣେ କଂଗ୍ରେସ ନେତାଙ୍କ ପୁଅ ରହିଛନ୍ତି। ଘଟଣା ଜଣାପଡ଼ିବା ପରେ ନାଗା ବାବୁ ଏକ ଭିଡିଓ ଜାରି କରି କହିଛନ୍ତି, ଡ୍ରଗ୍ସ ଲିଙ୍କ୍‌ ନେଇ ତାଙ୍କ ଝିଅର କୌଣସି ସମ୍ପର୍କ ନାହିଁ। 

Advertisment

ଅନ୍ୟପକ୍ଷେ, କାର୍ଯ୍ୟରେ ଅବହେଳା ପାଇଁ ବଞ୍ଜାରା ହିଲ୍ସ ଷ୍ଟେସନ ହାଉସ୍‌ ଅଫିସରଙ୍କୁ ନିଲମ୍ବିତ କରାଯାଇଛି। ସେପଟେ ରେଡ୍‌ ହୋଇଥିବା ପାଇଭ୍‌ ଷ୍ଟାର୍‌ ହୋଟେଲ୍‌ Radisson Bluର ମାଲିକ ଜଣେ ପୂର୍ବତନ ସାଂସଦଙ୍କ ଝିଅ ବୋଲି ଜଣାପଡ଼ିଛି। ନିକଟରେ ଅତ୍ୟଧିକ ଡ୍ରଗ୍ସ ସେବନ ଯୋଗୁ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା।

ସୂଚନାଥାଉ କି, ଗତବର୍ଷ ମୁମ୍ବାଇରେ ଏକ ହାଇ ପ୍ରୋଫାଇଲ୍‌ ଡ୍ରଗ୍ସ ପାର୍ଟି ଉପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) ରେଡ୍‌ କରିଥିଲା। ମୁମ୍ବାଇରେ ମଝି ସମୁଦ୍ରରେ ଥିବା ଏକ କ୍ରୁଜ୍‌ରେ ରେଭ୍ ପାର୍ଟି ଚାଲିଥିବା ଖବର ପାଇ ଏନ୍‌ସିବି ଅଚାନକ ଚଢ଼ଉ କରିଥିଲା। ଏହି ସମୟରେ କ୍ରୁଜ୍‌ ଜାହାଜରୁ ବହୁ ପରିମାଣର ବ୍ୟାନ୍‌ ହୋଇଥିବା ଗଞ୍ଜେଇ, କୋକେନ୍, ଏମ୍‌ଡି ଇତ୍ୟାଦି ଜବତ ହୋଇଥିଲା। ଘଟଣାରେ ଏନ୍‌ସିବି କିଛି ବ୍ୟକ୍ତିଙ୍କୁ ଅଟକ ରଖିଥିଲା। ସେମାନଙ୍କ ମଧ୍ୟରେ ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ ଥିଲେ।

Rave Party Hyderabad Rave Party
Advertisment
Advertisment