• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ କିଛି ଲୋକ ରାସ୍ତାରେ ପୋଷା କୁକୁର ଧରି ଠିଆ ହୋଇଥିବା ବ୍ୟକ୍ତିଙ୍କୁ ବାଡ଼ିରେ ପିଟୁଛନ୍ତି । କେବଳ ଏତିକି ନୁହେଁ, ଏହି ଲୋକମାନେ ତାଙ୍କ ସ୍ୱାମୀଙ୍କୁ ବଞ୍ଚାଇବାକୁ ଆସିଥିବା ପତ୍ନୀଙ୍କୁ ମଧ୍ୟ ଛାଡ଼ି ନଥିଲେ । ତାଙ୍କୁ ମଧ୍ୟ ମାଡ଼ ମାରୁଥିବା ସେହି ଭିଡିଓରେ ଦେଖିବାକୁ ମିଳୁଛି । କୁହାଯାଉଛି ଯେ, ପଡ଼ୋଶୀ ସେମାନଙ୍କ ପୋଷା କୁକୁରକୁ ନେଇ ଚିନ୍ତିତ ଥିଲେ ।

ଏହି ଘଟଣା ହାଇଦ୍ରାବାଦର ରହମତ ନାଗର ଅଞ୍ଚଳର। ​​ଯେଉଁଠାରେ ସ୍ୱାମୀ-ସ୍ତ୍ରୀଙ୍କୁ ଅତି ନିର୍ମମ ଭାବେ ମାଡ଼ ମରାଯାଇଛି । କୁହାଯାଉଛି ଯେ ତାଙ୍କ ପୋଷା କୁକୁର ପଡୋଶୀଙ୍କ ଘରେ ପ୍ରବେଶ କରୁଥିଲା ଏବଂ ରାସ୍ତାରେ ଯାଉଥିବା ଲୋକଙ୍କୁ କାମୁଡ଼ିବା ପାଇଁ ଗୋଡାଉଥିଲା । ଏହି ଘଟଣା ପରେ ମଧ୍ୟ କୁକୁରର ମାଲିକ କୌଣସି ପଦକ୍ଷେପ ଗ୍ରହଣ କରୁନଥିଲେ । ଏହି କାରଣରୁ, ପଡ଼ୋଶୀମାନେ ଧୌର୍ଯ୍ୟ ହରାଇଥିଲେ ଏବଂ ଶେଷରେ ରାଗରେ ରାସ୍ତା ମଝିରେ ସେମାନେ କୁକୁର ଏବଂ ଏହାର ମାଲିକ ଦମ୍ପତିଙ୍କୁ ନିର୍ଦ୍ଧୁମ ପିଟିଥିଲେ ।

ଅଧିକ ପଢ଼ନ୍ତୁ: ଆଶ୍ଚର୍ଯ୍ୟ ! ପ୍ରବଳ ଝଡ଼ ତୋଫାନ ପରେ ଆକାଶରୁ ମାଛ ବର୍ଷା...! ଦେଖନ୍ତୁ ଭିଡିଓ...

ସୂଚନା ଅନୁଯାୟୀ, ଶ୍ରୀନଥ ନାମକ ଜଣେ ବ୍ୟକ୍ତିଙ୍କ ପୋଷା କୁକୁର ଦିନେ ଧନଞ୍ଜୟ ନାମକ ଜଣେ ପଡ଼ୋଶୀଙ୍କ ଘରକୁ ଯାଇଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ଝଗଡା ଏତେ ବଢ଼ିଯାଇଥିଲା ଯେ କ୍ରୋଧିତ ପଡ଼ୋଶୀ ତାଙ୍କ ଦୁଇ ସାଙ୍ଗଙ୍କ ସହ ଶ୍ରୀନାଥ, ତାଙ୍କ ପତ୍ନୀ ଏବଂ ପୋଷା କୁକୁରକୁ ବାଡ଼ିରେ ଆକ୍ରମଣ କରିଥିଲେ। ଏହି ମାଡ ଯୋଗୁଁ ଶ୍ରୀନଥ ଏବଂ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଥିଲେ ।

ସୋସିଅଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଶ୍ରୀନଥ କୁକୁର ଧରି ଘର ବାହାରେ ଠିଆ ହୋଇଛନ୍ତି । ଏହି ସମୟ ମଧ୍ୟରେ, କୁକୁର ସେହି ବାଟ ଦେଇ ଯାଉଥିବା ଲୋକଙ୍କୁ ଭୁକିବା ସହ ସେମାନଙ୍କୁ କାମୁଡ଼ିବାକୁ ଚେଷ୍ଟା କରୁଛି। ଏହି ସମୟରେ ଅନ୍ୟ ପାର୍ଶ୍ୱରୁ କିଛି ଲୋକ ବାଡ଼ି ଧରି ଶ୍ରୀନାଥ ଏବଂ ତାଙ୍କ କୁକୁର ଉପରେ ଆକ୍ରମଣ କରିଥିଲେ । ତାଙ୍କୁ ଏପରି ମାଡ ଦିଆଯାଉଥିବା ଦେଖି ତାଙ୍କ ପତ୍ନୀ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଏହା ବ୍ୟତୀତ ଭିଡିଓରେ ଅନ୍ୟ ଜଣେ ମହିଳା ନଜର ଆସିଛନ୍ତି, ସେ ମଧ୍ୟ ସେହି ଯୁବକମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଆକ୍ରମଣକାରୀମାନେ ଅଟକି ନଥିଲେ । ରାସ୍ତା ମଝିରେ ସେମାନଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ । ତେବେ ଏହି ଘଟଣା ପରେ ପୋଲିସ୍‌ ତଦନ୍ତ ଜାରି ରଖିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now