• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଖୁବ୍‌ ସୁନ୍ଦର ଆମ ହିନ୍ଦୁ ପରମ୍ପରା । ଏଠି ମଣିଷକୁ ଯେତିକି ସମ୍ମାନ ମିଳେ, ମେସିନକୁ ବି ସେତିକି ଗୁରୁତ୍ୱ ଦିଆଯାଏ । ଖାଲିସେତିକି ନୁହେଁ ଘରକୁ ଯଦି କିଛି ଗାଡ଼ି ମଟର କିମ୍ବା ସାଇକେଲ କିଣାଯାଏ ତେବେ ତାକୁ ମଧ୍ୟ ଘରର ସଦସ୍ୟ ବୋଲି ଧରାଯାଏ । ଗାଡ଼ି ହେଉ କି ସାଇକେଲ କିମ୍ବା କୌଣସି ଇଲେକ୍ଟ୍ରୋନିକ ଜିନିଷ, ଯାହା ବି କିଣିଲେ ପ୍ରଥମେ ପୂଜାର୍ଚ୍ଚନା କରି ଘରକୁ ଅଣାଯାଇଥାଏ । ଏମିତିକି ବନ୍ଦାପନା ମଧ୍ୟ କରାଯାଏ ।

ଆପଣ ଯଦି ମଧ୍ୟବିତ ଶ୍ରେଣୀର ଲୋକ ତେବେ ଏଭଳି ପୂଜାର୍ଚ୍ଚନା ଆପଣଙ୍କ ପାଇଁ ସାଧାରଣ କଥା । କିନ୍ତୁ ଆପଣ କେବେ ଦେଖିନଥିବେ କୌଣସି ଲୋକ ହେଲିକପ୍ଟର କିଣିବା ପରେ ତାକୁ ମନ୍ଦିର ନେଇ ପୂଜା କରୁଛନ୍ତି । ଆଜ୍ଞା ହଁ । ଘଟଣାଟି ପୁରା ସତ । ଜଣେ ବ୍ୟବସାୟୀ ନିଜ ପାଇଁ ଏକ ହେଲିକପ୍ଟର କିଣିଲେ । ଆଉ ତାକୁ ପୂଜା କରିବା ପାଇଁ ମନ୍ଦିରକୁ ନେଲେ । ମନ୍ଦିର ପାଖରେ ଥିବା ଏକ ପଡ଼ିଆରେ ହେଲିକପ୍ଟରକୁ ଓହ୍ଲାଇଥିଲେ । ସେଠାରେ ଦୁଇ ଜଣ ପୁଜାରୀ ଆସି ହେଲିକପ୍ଟରକୁ ପୂଜା କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆ ରେ ଖୁବ୍‌ ଭାଇରାଲ ହେଉଛି ।

ଭାରତରେ ଏଭଳି ଘଟଣା ନିହାତି ଭାବେ ବିରଳ । ତେଲେଙ୍ଗାନାର ଜଣେ ବ୍ୟବସାୟୀ ଶ୍ରୀନିବାସ ରାଓ ଏହି ହେଲିକପ୍ଟର କିଣିଛନ୍ତି । ଶ୍ରୀନିବାସ ରାଓ ହେଉଛନ୍ତି, ପ୍ରାଥିମା ଗ୍ରୁପର ମାଲିକ । ଏହି କମ୍ପାନୀ ବଡ଼ ବଡ଼ ଇନ୍‌ଫ୍ରାଷ୍ଟ୍ରକ୍ଚର ତିଆରି କରିଥାଏ ।

ଶ୍ରୀ ରାଓ ପ୍ରାୟ ଶହେ କିଲୋମିଟର ଧରି ହେଲିକପ୍ଟରକୁ ଉଡ଼ାଇ ଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରରେ ପ୍ରାଗଣରେ ଅବତରଣ କରାଇଥିଲେ । ହେଲିକପ୍ଟରରେ ପରିବାର ଲୋକଙ୍କ ସହ ସେ ଆସିଥିଲେ । ଏହି ହେଲିକପ୍ଟରର ମୂଲ୍ୟ ପ୍ରାୟ ୫.୭ ମିଲିୟନ୍‌ ଡଲାର ବୋଲି ଜଣାପଡ଼ିଛି ।