Advertisment

Huma Qureshi at Indo-Pak Border: ଭାରତ-ପାକ୍ ସୀମାରେ ହୁମା କୁରେଶି; ବଢାଇଲେ BSF ଯବାନଙ୍କ ମନୋବଳ

ଭାରତ ପାକିସ୍ତାନ ସୀମା ନିକଟବର୍ତ୍ତୀ ଜମ୍ମୁ ଗସ୍ତ କରି ଅକ୍ଟ୍ରୋଇ ପୋଷ୍ଟରେ ଆୟୋଜିତ ହୋଇଥିବା ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ମହିଳା BSF ଯବାନଙ୍କୁ ଭେଟି ସେମାନଙ୍କ ମନୋବଳ ବଢାଇଛନ୍ତି । ସେନା ଯବାନଙ୍କ ସାହସିକତା ଓ ଦେଶର ସେବା ପାଇଁ ସମର୍ପଣ ଭାବନା ପାଇଁ ସାଲ୍ୟୁଟ ଜଣାଇଛନ୍ତି ।

ଅଦ୍ୟତନ ହୋଇଛି
Huma Qureshi

Huma Qureshi

Advertisment

BSF ମହିଳା ଯବାନଙ୍କ ଗହଣରେ ବଲିଉଡ ଅଭିନେତ୍ରୀ ହୁମା କୁରେଶି । ଜମ୍ମୁ ନିକଟ ଭାରତ ପାକିସ୍ତାନ ସୀମାରେ ଭାରତ-ପାକ ଅସ୍ତ୍ରବିରତି ଉଲ୍ଲଂଘନ ବେଳେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଭେଟି ସେମାନଙ୍କ ଭଲ ମନ୍ଦ ପଚାରି ବୁଝିଛନ୍ତି । ଏହା ସହ ଜମ୍ମୁ-କାଶ୍ମୀରରେ ଶାନ୍ତି ଓ ଏକତା ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି । 

Advertisment

ଜମ୍ମୁ-କାଶ୍ମୀରର ପର୍ଯ୍ୟଟନ ବିଭାଗ ଓ ସୀମା ସୁରକ୍ଷା ବଳର ମିଳିତ ଆନୁକୂଲ୍ୟରେ ଅକ୍ଟ୍ରୋଇ ପୋଷ୍ଟରେ ଆୟୋଜିତ ହୋଇଥିବା ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କହିଛନ୍ତି ଯେ, ଘୃଣାକୁ ଜିତିବାକୁ ଦିଅନ୍ତୁ ନାହିଁ । ଜମ୍ମୁ ଓ କାଶ୍ମୀର ଆସନ୍ତୁ । ଭ୍ରମଣକାରୀ ଭାବେ ଆସନ୍ତୁ ଏବଂ ବିଶ୍ୱାସୀ ହୋଇ ଫେରନ୍ତୁ । 

ଏହି ଗସ୍ତ ସମୟରେ କୁରେଶି ଅପରେସନ ସିନ୍ଦୂର ସମୟରେ ସୀମା ନିକଟବର୍ତ୍ତୀ ଅଞ୍ଚଳର ସୁରକ୍ଷା ପାଇଁ ଭାରତୀୟ ସେନା ଓ BSF ଯବାନଙ୍କ କାର୍ଯ୍ୟକୁ ଭୂୟଂସୀ ପ୍ରଶଂସା କରିଥିଲେ ।  ସେ କୃତଜ୍ଞତା ଜ୍ଞାପନ କରି କହିଥିଲେ ଯେ, ମୋତେ ଏଠାକୁ ଆସିବାକୁ ଏବଂ ଆପଣମାନଙ୍କ ଗହଣରେ ସମୟ ବିତାଇବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଉଛି, ବିଶେଷ କରି ମହିଳା ଯବାନ ଯେଉଁମାନେ ନିଜ ଜୀବନକୁ ଖାତିର ନ କରି ଦିନ ରାତି ୨୪ ଘଣ୍ଟା ଆମ ସୀମା ସୁରକ୍ଷା ପାଇଁ କାର୍ଯ୍ୟ କରିଛନ୍ତି । ଆମ ପାଦ ତଳେ ଥିବା ମାଟି ଆମ ଦେଶର ସୈନ୍ୟଙ୍କ ସାହସିକତା ଓ ସମର୍ପଣର ପ୍ରତୀକ, ଯିଏ ଆମ ଦେଶକୁ ସୁରକ୍ଷା ଦେଉଛନ୍ତି । ଆପଣମାନଙ୍କ ସାହସିକତା ଦ୍ୱାରା ସୀମା ଅଞ୍ଚଳରେ ଶାନ୍ତି ବଜାୟ ରହିଛି ବୋଲି କୁରେଶି କହିବା ସହ ବିଏସଏଫ ଯବାନଙ୍କ ମନୋବଳ ବଢାଇଥିଲେ ।

Advertisment

ଅଧିକ ପଢ଼ନ୍ତୁ: ଦେଶ ଭକ୍ତି ପାଇଁ ବାଧା ଦିଏନି ବୟସ; ପ୍ରମାଣିତ କଲେ କୁନି ଯୋଦ୍ଧା

ହୁମା କୁରେଶିଙ୍କ ମାଆ ଜମ୍ମୁ-କାଶ୍ମୀରର ହୋଇଥିବାରୁ ତାଙ୍କର ଜମ୍ମୁ-କାଶ୍ମୀର ସହିତ ଏକ ସ୍ୱତନ୍ତ୍ର ସମ୍ପର୍କ ଥିବା କହିଛନ୍ତି । ଯାହା ବି କିଛି ନିକଟରେ ଘଟିଛି, ଦେଶ ପ୍ରତି ଆପଣମାନଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆମକୁ ବୁଝାଇ ଦେଇଛି । ଜମ୍ମୁ-କାଶ୍ମୀର ହେଉଛି ଭାରତର ମେରୁଦଣ୍ଡ । ଆପଣମାନେ ଯେପରି ଏକତାର ସହିତ ଦେଶର ସୁରକ୍ଷା ପାଇଁ ଛିଡା ହୋଇଛନ୍ତି, ସେଥିପାଇଁ ମୁଁ ଆପଣମାନଙ୍କୁ ଓ ଆପଣଙ୍କ ପରିବାରକୁ ସାଲ୍ୟୁଟ କରୁଛି । ଜମ୍ମୁ-କାଶ୍ମୀର ପ୍ରକୃତରେ ପୃଥିବୀର ସ୍ୱର୍ଗ ଅଟେ ବୋଲି କହିଛନ୍ତି ହୁମା କୁରେଶୀ ।

ଉଲ୍ଲେଖଯୋଗ୍ୟ, ଅକ୍ଟୋରୀ ପୋଷ୍ଟରେ ବିଏସଏଫ ଯବାନଙ୍କ ଦ୍ୱାରା ପ୍ରତି ସପ୍ତାହର ଶେଷ ଦିନରେ ୱାଘା ଶୈଳୀରେ ବିଟିଂ ରିଟ୍ରିଟ ସମାରୋହର ଆୟୋଜନ କରାଯାଇଥାଏ । ଜମ୍ମୁ-କାଶ୍ମୀର ସୀମାରେ ପର୍ଯ୍ୟଟନ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ବିଟିଂ ରିଟ୍ରିଟ ସେରିମନି ପହଲଗାମ ଆତଙ୍କବାଦୀ ହମଲା ପରେ ବନ୍ଦ ହୋଇଯାଇଥିଲା । ପରିସ୍ଥିତି ଶାନ୍ତ ପଡିବା ପରେ ଗତ ସପ୍ତାହରେ ଏହା ପୁନଃ ଆରମ୍ଭ ହୋଇଥିଲା । 

Advertisment

ଅଧିକ ପଢ଼ନ୍ତୁ: ଜାତିସଂଘରେ ପାକିସ୍ତାନକୁ ଭାରତର ଶକ୍ତ ଚାପୁଡା; ଖୋଲିଲା ପାକିସ୍ତାନର ଅସଲ ମୁଖା

BSF Jawans Jammu Kashmir Bollywood Actress Huma Qureshi Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ