• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଧାର କାର୍ଡ ଏବେ ଆମ ପାଇଁ ସବୁଠୁ ଅଧିକ ଜରୁରୀ । ଆଧାର କାର୍ଡ ଆମ ଭାରତୀଙ୍କର ଏକ ସ୍ୱତନ୍ତ୍ର ପରିଚୟ ପତ୍ର । ଏଥିରେ ଏକ ୟୁନିକ୍ ନମ୍ବର ରହିଛି । ଯାହାଦ୍ୱାରା ଆମେ ସରକାରଙ୍କ ଦ୍ୱାରା ଜନହିତକର ଯୋଜନାର ଫାଇଦା ନେଇପାରିବା । ତେବେ ବିଭିନ୍ନ କ୍ଷେତ୍ରରେ ଏବେ ଆଧାର କାର୍ଡ ବ୍ୟବହାର କରାଯାଉଛି । ସବୁଠୁ ପ୍ରଥମେ ପରିଚୟ ପତ୍ର ହିସାବରେ ଆଧାର କାର୍ଡ ହିଁ ଖୋଜୁଛନ୍ତି ।

ଅଧିକ ପଢ଼ନ୍ତୁ: ଆଧାର ସହ ମୋବାଇଲ୍ ନମ୍ବର ଲିଙ୍କ୍‌ କରିବାର ସହଜ ଉପାୟ

ତେବେ ଆମେ ଦେଖିଛନ୍ତି, ଆଧାର କାର୍ଡରେ ଅନେକ ଭୁଲ ଭଟକା ରହିଯାଏ । କେତେବେଳେ ଲିଙ୍ଗ ଭୁଲ ଥାଏ ତ କେତେବେଳେ ଘର ଠିକଣା ଭୁଲ ଥାଏ । ଏମିତିକି ନାଁ- ଗାଁ- ବୟସ- ଜନ୍ମ ତାରିଖ ଆଦି ଭୁଲ ରହିଥିବା ଆମେ ଦେଖିଛନ୍ତି । ଏହି ଭୁଲ ପାଇଁ ସାଧାରଣ ଲୋକଟିଏ ଅନେକ ସମସ୍ୟାରେ ମଧ୍ୟ ପଡ଼ିଥାଏ । ସରକାରୀ ଯୋଜନାର ଫାଇଦା ନେବାରୁ ସେ ବଞ୍ଚିତ ହୋଇଥାଏ । ବ୍ୟାଙ୍କ୍‌ରୁ ଲୋନ ନେବା ବି ଏହି ସମସ୍ୟା ଦେଖାଦେଇଥାଏ ।

ଅନ୍ୟପଟେ ଏହି ଭୁଲକୁ ସୁଧାରିବା ପାଇଁ ଆମକୁ କୌଣସି ସାଇବର କାଫେ କିମ୍ବା ଆଧାର ସେଣ୍ଟରକୁ ଯିବାକୁ ପଡ଼ିଥାଏ । ଏହି ସମୟରେ ଲୋକଙ୍କୁ ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ିଥାଏ । ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ । ତେବେ ଆମେ ଆଜି ଆପଣଙ୍କୁ ଯେଉଁ କଥା କହିବୁ ତାହା ଜାଣିବା ପରେ ଆପଣ ଘରେ ବସି ଆଧାର କାର୍ଡ ଅପ୍‌ଡେଟ୍‌ କରିପାରିବେ । ଭୁଲ ଥିଲେ ତାକୁ ସମଧାନ କରି ପାରିବେ । 

ଆଧାର କାର୍ଡ ତ୍ରୁଟି ସୁଧାରିବାକୁ ହେଲେ, ପ୍ରଥମେ ଆପଣଙ୍କୁ UIDAIର ଅଫିସିଆଲ ୱେବ୍‌ସାଇଟ୍‌ uidai.gov.in କୁ ଯିବାକୁ ପଡ଼ିବ । ସେଠାରେ ମାଇଁ ଆଧାର ମେନ୍ୟୁ ଅଧିନରେ ଥିବା ଅପ୍‌ଡେଟ୍‌ ୟୋର ଆଧାର ଉପରେ କ୍ଲିକ୍‌ କରିବାକୁ ହେବ ।

କେମିତି ହେବ ଆଧାର ଅପଡେଟ୍ ଷ୍ଟେପ୍‌ ବାଇ ଷ୍ଟେପ୍‌ ଜାଣନ୍ତୁ

୧. ପ୍ରଥମେ ଅଫିସିଆଲ ୱେବ୍‌ସାଇଟ୍‌ https://uidai.gov.in/ କୁ ଯାଆନ୍ତୁ ।

୨. ପରେ ‘ମାଇଁ ଆଧାର’ ଅପ୍‌ସନ୍‌ ଉପରେ କ୍ଲିକ୍‌ କରନ୍ତୁ ।

୩. ଏବେ ‘ଅପ୍‌ଡେଟ୍‌ ୟୋର ଆଧାର’ ଅଧିନରେ ଥିବା ‘ଅପ୍‌ଡେଟ୍‌ ଆଡ୍‌ରେସ୍‌ ଇନ୍ ୟୋର ଆଧାର’ ଉପରେ କ୍ଲିକ୍‌ କରନ୍ତୁ ।

୪. ଏହା ଆପଣଙ୍କୁ ଲଗ୍‌ ଇନ୍‌ ପେଜ୍‌କୁ ନେଇଯିବ । ସେଠାରେ ଆପଣଙ୍କୁ ଆଧାର କାର୍ଡ ନମ୍ବର ଦେବାକୁ ପଡ଼ିବ । ଏହାସହ ବକ୍ସରେ ଥିବା କ୍ୟାପ୍ଚକୁ ଲେଖିବାକୁ ହେବ ।

୫. ପରେ ସେହି ଆଧାର କାର୍ଡରେ ରେଜିଷ୍ଟର ଥିବା ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ । ସେହି ଓଟିପିକୁ ଆପଣ UIDAI ସିଷ୍ଟମରେ ଦେବାକୁ ହେବ ।

୬. ଏହାପରେ ଲଗ୍‌ ଇନ୍‌ ଉପରେ କ୍ଲିକ୍‌ କରିବେ । ତାପରେ ଆପଣ ଆଡ୍‌ରେସ୍‌ ଚେଞ୍ଜ କରିବା ପାଇଁ ଡାସବୋର୍ଡ ଦେଖିବାକୁ ପାଇବେ । ସେଠାରେ ‘ଅପ୍‌ଡେଟ୍‌ ଆଧାର ଅନ୍‌ଲାଇନ୍‌’ ଅପ୍‌ସନ୍‌ରେ କ୍ଲିକ୍‌ କରନ୍ତୁ ।

୭. ଏହାପରେ ଆଧାର ଡାଟା ଫାଇଲ୍‌ସ ଅଧିନରେ ଥିବା ‘ଆଡ୍‌ରେସ୍‌’ ଉପରେ କ୍ଲିକ୍‌ କରନ୍ତୁ ।

୮. ଏହାପରେ ପୁରା ତଥ୍ୟ ଦେବେ ଏବଂ ପ୍ରୋସିଡ୍ ଉପରେ କ୍ଲିକ୍‌ କରିବେ । ଆପଣଙ୍କ ଆଧାର କାର୍ଡ ଅପ୍‌ଡେଟ୍‌ ହୋଇଯିବ  ।

ତେବେ ସବୁଠାରୁ ବଡ଼ କଥା ହେଲା, ଆପଣଙ୍କୁ ଆଡ୍‌ରେସ୍‌ ଚେଞ୍ଜ କରିବାକୁ ଥିଲେ ନୂଆ ଆଡ୍‌ରେସ୍‌ର ପ୍ରମାଣପତ୍ର ମଧ୍ୟ ସେଥିରେ ଆଟାଚ୍ କରିବାକୁ ହେବ ।