Advertisment

ଆଧାର ସହ ମୋବାଇଲ୍ ନମ୍ବର ଲିଙ୍କ୍‌ କରିବାର ସହଜ ଉପାୟ

ଆଜିର ଦିନରେ ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ହୋଇଯାଇଛି। ନିଜ ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ୍ କରିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ଆପଣ ଏହା ଯଦି କରି ନାହାନ୍ତି ତେବେ ଜାଣନ୍ତୁ କେମିତି କରିବେ…

author-image
Pramod Behera
ଅଦ୍ୟତନ ହୋଇଛି
How to add or update phone number in aadhaar

How to add or update phone number in aadhaar

ଭାରତର ନାଗରିକଙ୍କ ପାଇଁ ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ହୋଇଯାଇଛି। ଭାରତ ସରକାର ସମସ୍ତଙ୍କ ପାଇଁ ଆଧାର ନମ୍ବରକୁ ନିଜ ମୋବାଇଲ୍ ନମ୍ବର ସହିତ ଲିଙ୍କ୍ କରିବା ବାଧ୍ୟତାମୂଳକ କରିଛନ୍ତି। ଏହା କରିବା ପ୍ରକ୍ରିୟା ବହୁତ ସରଳ। ଏଭଳି ପରିସ୍ଥିତିରେ, ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ମୋବାଇଲ୍ ନମ୍ବର ସହିତ ଆଧାର ସଂଯୋଗ କରିନାହାଁନ୍ତି, ତେବେ ଆଜି ଆମେ ଆପଣଙ୍କ ପାଇଁ ସହଜ ପ୍ରକ୍ରିୟା ଜଣେଇବୁ। ଆହୁରି ମଧ୍ୟ, ଯଦି ଆପଣ ଏକ ନୂଆ ନମ୍ବର ନେଇଛନ୍ତି, ଏବଂ ଆଧାର ସହିତ ଲିଙ୍କ୍ ହୋଇଥିବା ଫୋନ୍ ନମ୍ବରକୁ ଅପ୍‌ଡେଟ୍ କରିବା ପାଇଁ ଚାହୁଁଛନ୍ତି ତେବେ ଆମେ ସେ ପ୍ରକ୍ରିୟା ମଧ୍ୟ କହିବୁ। ଜାଣନ୍ତୁ କେମିତି କରିବେ?

Advertisment

ଏମିତି କରନ୍ତୁ ଆଧାର କାର୍ଡରେ ମୋବାଇଲ୍ ନମ୍ବର ପଞ୍ଜିକରଣ:

  • ଆପଣଙ୍କର ନିକଟତମ ସ୍ଥାୟୀ ନାମାଙ୍କନ କେନ୍ଦ୍ରକୁ ଯାଆନ୍ତୁ। ଏହାକୁ ଆପଣ ଘରେ ବସି ଅନ୍‌ଲାଇନ୍‌ରେ କରିପାରିବେ ନାହିଁ।
  • ଆଧାର ନାମଲେଖା ଫର୍ମ ପୂରଣ କରନ୍ତୁ।
  • ଯେଉଁ ମୋବାଇଲ୍ ନମ୍ବରକୁ ଆପଣ ଆଧାର ସହିତ ଲିଙ୍କ୍ କରିବାକୁ ଚାହୁଁଛନ୍ତି ତାହା ଫର୍ମରେ ଲେଖନ୍ତୁ।
  • ଆଧାର କାର୍ଯ୍ୟନିର୍ବାହୀଙ୍କ ପାଖରେ ଫର୍ମ ଦାଖଲ କରନ୍ତୁ।
  • କାର୍ଯ୍ୟନିର୍ବାହୀ ବାୟୋମେଟ୍ରିକ୍ସରେ ଯୋଡି ଆପଣଙ୍କର ତଥ୍ୟକୁ ଯାଞ୍ଚ କରିବେ।
  • ଏହି ସେବା ପାଇଁ ଆପଣକୁ ୫୦ ଟଙ୍କା ଦେବାକୁ ପଡିବ।

କିପରି କରିବେ ଆଧାର ଅପ୍‌ଡେଟ୍:

  • ଆଧାର କାର୍ଡରେ ଆପଣଙ୍କର ମୋବାଇଲ୍ ନମ୍ବର ପରିବର୍ତ୍ତନ କରିବାକୁ, ଆପଣଙ୍କୁ ନିକଟସ୍ଥ ଆଧାର କେନ୍ଦ୍ରକୁ ଯିବାକୁ ପଡିବ। ଏହାକୁ ଆପଣ ଘରେ ବସି ଅନ୍‌ଲାଇନ୍‌ରେ କରିପାରିବେ ନାହିଁ।
  • ସେଠାରେ ଆଧାର ଅପ୍‌ଡେଟ୍ / ସଂଶୋଧନ ଫର୍ମ ପୂରଣ କରନ୍ତୁ।
  • ଆଧାର କାର୍ଯ୍ୟନିର୍ବାହୀଙ୍କ ପାଖରେ ଆପଣଙ୍କର ଫର୍ମ ଆଉଥରେ ଯାଞ୍ଚ କରେଇ ଦାଖଲ କରନ୍ତୁ।
  • ସେବା ପାଇଁ ଆପଣଙ୍କୁ ସର୍ବନିମ୍ନ ୫୦ ଟଙ୍କା ଶୁଳ୍କ ଦେବାକୁ ପଡିବ।
  • ଆଧାର କାର୍ଯ୍ୟନିର୍ବାହୀ ଅପ୍‌ଡେଟ୍ ଅନୁରୋଧ ନମ୍ବର (URN) ଯୁକ୍ତ ଏକ ସ୍ୱୀକୃତି ସ୍ଲିପ୍ ଦେବେ।
  • ଆବେଦନକୁ ଯାଞ୍ଚ କରିବାକୁ ଦିଆଯାଇଥିବା URN କୁ ଆପଣ ବ୍ୟବହାର କରିପାରିବେ।
  • UIDAI ଡାଟାବେସ୍‌ରେ ଥିବା ମୋବାଇଲ୍ ନମ୍ବର ୯୦ ଦିନ ମଧ୍ୟରେ ଅପଡେଟ୍ ହେଇଯିବ।
Advertisment

କିପରି ଆଧାର କାର୍ଡକୁ ସୁରକ୍ଷିତ ରଖିବେ:

ଉଲ୍ଲେଖଯୋଗ୍ୟ, ଆଧାରକୁ ଆପଣଙ୍କର ମୋବାଇଲ୍ ନମ୍ବର ସହିତ ଲିଙ୍କ୍ କରିବା ପରେ, ଆପଣ UIDAI ଦ୍ୱାରା ଆରମ୍ଭ ହୋଇଥିବା ଅନ୍‌ଲାଇନ୍ ସେବାର ଲାଭ ନେଇପାରିବେ। ଏଥିରେ mAadhaar ଆପ୍, ସମସ୍ତ ଅନ୍‌ଲାଇନ୍ ଆଧାର ସୁବିଧା, ପାନ୍ କାର୍ଡ ଆପ୍ଲିକେସନ୍ (ନୂଆ / ପୁନଃମୁଦ୍ରଣ), ଡିଜିଲକର୍, ମୋବାଇଲ୍ ପୁନଃ ଯାଞ୍ଚ, ମ୍ୟୁଚୁଆଲ୍ ଫଣ୍ଡ୍‌କୁ ଆଧାର ସହ ଲିଙ୍କ୍, UMANG ଆପ୍ ଏବଂ ଅନ୍‌ଲାଇନ୍ ଇପିଏଫ୍ ଦାବି ଏବଂ ପ୍ରତ୍ୟାହାରକୁ ଯୋଡିବା ସାମିଲ ରହିଛି।

Aadhar Linking Aadhaar Card Update
Advertisment
Advertisment