/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707652167.jpg)
High security number plate
ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍କୁ ନେଇ ଆପଣ ଚିନ୍ତିତ କି ? ବିଶେଷକରି ଆପଣଙ୍କ ଗାଡ଼ିରେ ଲାଗିଥିବା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନଷ୍ଟ ହୋଇଯାଇଛି କି ? ଯଦି ଆପଣ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍କୁ ନେଇ କୌଣସି କାରଣରୁ ଚିନ୍ତିତ ଥିବେ । ତେବେ ଆଦୌ ଚିନ୍ତା କରନ୍ତୁନାହିଁ । ଯଦି ଆପଣଙ୍କ ଗାଡ଼ି ନମ୍ବର ପ୍ଲେଟ୍ ନଷ୍ଟ ହୋଇଯାଇଛି । ତେବେ ଆପଣ ଘରେ ବସି ମଧ୍ୟ ମଗାଇ ପାରିବେ । ତେବେ କିପରି ଆବେଦନ କରିବେ ଆସନ୍ତୁ ଜାଣିବା. . .
ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ଆବେଦନ କରିବାକୁ ହେଲେ ପ୍ରଥମେ ଆପଣଙ୍କୁ ୱେବ୍ସାଇଟ୍ bookmyhsrp.comକୁ ଯିବାକୁ ହେବ । ପରେ ଆପଣ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବିକଳ୍ପ ଉପରେ କ୍ଲିକ୍ କରିବେ । ଏହି ଅପ୍ସନ୍ ଉପରେ କ୍ଲିକ୍ କରିବା ପରେ ଆପଣଙ୍କୁ ସମସ୍ତ ଡକ୍ୟୁମେଣ୍ଟ ଦେବାକୁ ହେବ ।
ଯେପରିକି, ଆପଣ କେଉଁ ରାଜ୍ୟର, ଆପଣଙ୍କ ଗାଡ଼ି ନମ୍ବର ଏବଂ ଚେଚିସ ନମ୍ବର ଭଳି ସମସ୍ତ ତଥ୍ୟ ଦେବାକୁ ପଡ଼ିବ । ପରେ ଆପଣ ଅନ୍ୟକିଛି ବିକଳ୍ପ ଦେଖିବାକୁ ପାଇବେ । ସେଠାରେ ଆପଣ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍କୁ ଘରେ କିମ୍ବା ସୋ’ ରୁମ୍କୁ ମଗାଇବାର ଅପ୍ସନ୍ ପାଇବେ । ଆପଣଙ୍କ ଇଚ୍ଛା ଅନୁସାରେ ଆପଣ ଏହି ବିକଳ୍ପ ବାଛିପାରିବେ ।
ଆପଣଙ୍କ ବାଛିଥିବା ବିକଳ୍ପ ଅନୁସାରେ ସେଠି ଠିକଣାରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପହଞ୍ଚିଯିବ । ସେହିପରି ଆବେଦନର ଶେଷରେ ଆପଣଙ୍କୁ ପେମେଣ୍ଟ କରିବାକୁ ହେବ । ଆପଣ ପେମେଣ୍ଟ କରିବା ପରେ ସମସ୍ତ ତଥ୍ୟ ସମିଟ୍ କରିବେ ।
ଗତ କିଛିମାସ ତଳେ ରାଜ୍ୟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍କୁ ନେଇ ଟେନ୍ସନ୍ ଦେଖାଦେଇଥିଲା । ଚିନ୍ତାରେ ପଡ଼ିଥିଲେ ଗାଡ଼ି ମାଲିକ ଓ ଚାଳକ । ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନଲଗାଇବା କାରଣରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)