Advertisment

Tata Group Loss: କ୍ରାସ ହେଲା ଡ୍ରିମ ଲାଇନର, ଜାଣନ୍ତୁ କେତେ କୋଟି ହରାଇବ ଟାଟା ଗ୍ରୁପ

ଏହି ଦୁର୍ଘଟଣାରେ ବିମାନର ୨୪୧ ଯାତ୍ରୀଙ୍କ ସମେତ ସମୁଦାୟ ୨୬୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାରକୁ ୧ କୋଟି ଲେଖାଏ ଆର୍ଥିକ ସାହାଯ୍ୟ ପାଇଁ ଘୋଷଣା କରିଛି ଟାଟା ଗ୍ରୁପ। ଏହା ବ୍ୟତୀତ ଦୁର୍ଘଟଣାରେ କ୍ରାସ ହୋଇଥିବା ଡ୍ରିମଲାଇନରର ମୂଲ୍ୟ ବର୍ତ୍ତମାନର ବଜାର ମୂଲ୍ୟ ୨୦୧୮ କୋଟି ଟଙ୍କା।

ଅଦ୍ୟତନ ହୋଇଛି
boeing

boeing

Advertisment

ଅହମ୍ମଦାବାଦ ଛାତିଥରା ବିମାନ ଦୁର୍ଘଟଣାରେ କେବଳ ଜଣଙ୍କୁ ଛାଡି ଅନ୍ୟ ସମସ୍ତେ ମୃତ। ବିମାନରେ ଥିବା କ୍ର୍ୟୁ ମେମ୍ବରଙ୍କୁ ମିଶାଇ ମୋଟ ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ଏୟାର ଇଣ୍ଡିଆ । ସୌଭାଗ୍ୟବଶତଃ ଦୁର୍ଘଟଣାରୁ ବର୍ତ୍ତିଥିବା ରମେଶ ବିଶ୍ବାସ କୁମାରଙ୍କ ହସପିଟାଲରେ ଚିକିତ୍ସା ଜାରି ରହିଛି। ଭୟଙ୍କର ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କର ମଧ୍ୟ ମୃତ୍ୟୁ ହୋଇଛି। ସେପଟେ କାହିଁକି ଏବଂ କେଉଁ ପରିସ୍ଥିତିରେ ଏତେ ବଡ ଦୁର୍ଘଟଣା ଘଟିଲା, ତାର ତଦନ୍ତ ଜାରି ରହିଛି।

Advertisment

ଅଧିକ ପଢ଼ନ୍ତୁ: ବିମାନ ଦୁର୍ଘଟଣାରେ ଜୀବନ ଗଲା, ପରିବାରର ସ୍ୱପ୍ନ ବି ଧୂଳିସାତ ହୋଇଗଲା

ଏହି ଦୁର୍ଘଟଣାରେ ବିମାନର ୨୪୧ ଯାତ୍ରୀଙ୍କ ସମେତ ସମୁଦାୟ ୨୬୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାରକୁ ୧ କୋଟି ଲେଖାଏ ଆର୍ଥିକ ସାହାଯ୍ୟ ପାଇଁ ଘୋଷଣା କରିଛି ଟାଟା ଗ୍ରୁପ। ଏହା ବ୍ୟତୀତ ଦୁର୍ଘଟଣାରେ କ୍ରାସ ହୋଇଥିବା ବୋଇଂ ଡ୍ରିମଲାଇନରର ମୂଲ୍ୟ ବର୍ତ୍ତମାନର ବଜାର ମୂଲ୍ୟ ୨୦୧୮ କୋଟି ଟଙ୍କା ରହିଥାଏ । ଏହା ବ୍ୟତୀତ ପ୍ରତ୍ୟୋକ ମୃତ ବ୍ୟକ୍ତିଙ୍କ ପରିବାରକୁ ୧ କୋଟି ଟଙ୍କା ପ୍ରଦାନ କରିବ ଟାଟା ଗ୍ରୁପ।

Advertisment

ତେବେ ବାସ୍ତବରେ ଟାଟା ଗ୍ରୁପକୁ କୌଣସି କ୍ଷତି ସହିବାକୁ ପଡିବ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ପ୍ରତ୍ୟେକ ବିମାନ ଜେନେରାଲ ଇନସୁକରାନ୍ସ କର୍ପୋରେସନ ଅଫ ଇଣ୍ଡିଆ(ଜିଆଇସି) ଅଧୀନରେ ପଞ୍ଜୀକୃତ ହୋଇଥାଏ। ବିମାନର କୌଣସି ପ୍ରକାରର କ୍ଷତି ହେଲେ କିମ୍ବା ଦୁର୍ଘଟଣା ହେଲେ ବିମାନ କମ୍ପାନୀ ଏହା ଉପରେ ବୀମା ପାଇଁ ଆବେଦନ କରିଥାଏ। ଏହା ସହିତ ଜୀବନ ହାନି ଓ ପାରି ପାର୍ଶ୍ବିକ କ୍ଷତିକୁ ନେଇ ମଧ୍ୟ ଆବେଦନ କରାଯାଇଥାଏ।

ଜିଆଇସି ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ରାମସ୍ବାମୀ ନାରାୟଣନଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଟାଟା ଗ୍ରୁପକୁ ୨୧୧ ମିଲିୟନ ଡଲାରରୁ ୨୮୦ ମିଲିୟନ ଡଲାର ମଧ୍ୟରେ କ୍ଷତିପୂରଣ ମିଳିବ। ଅର୍ଥାତ ଭାରତୀୟ ମୁଦ୍ରାରେ ୨୪୦୦ କୋଟି ପର୍ଯ୍ୟନ୍ତ କ୍ଷତିପୂରଣ ଟାଟା ଗ୍ରୁପକୁ ଜିଆଇସି ପ୍ରଦାନ କରିବ। ଭାରତୀୟ ବିମାନ ସେବା ଇତିହାସରେ ଏହା ସବୁଠାରୁ ମହଙ୍ଗା ବୀମା କ୍ଷତିପୂରଣ ଭାବେ ରେକର୍ଡ କରିବାକୁ ଯାଉଛି।

Advertisment

ଅଧିକ ପଢ଼ନ୍ତୁ: ଏବେ ବି ଖୋଜା ଚାଲିଛି ଏୟାର ଇଣ୍ଡିଆ ବିମାନର ‘ବ୍ଲାକ୍‌ ବକ୍ସ’

Air India Tata Group Plane Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ