• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସଂସଦରେ କେମିତି ହେଲା ସ୍ମୋକ୍‌ ଆଟାକ୍‌ । ସିନ୍‌ ରି-କ୍ରିଏସନ୍‌ କରିବ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍‌ । ସଂସଦ ସୁରକ୍ଷାରେ ତ୍ରୁଟି ମାମଲାରେ ଆଉ ୨ ସନ୍ଦିଗ୍ଧ ଅଟକ । ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଏମାନଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି । ଅଟକ ଦୁଇ ଜଣ ହେଲେ ମହେଶ ଓ କୈଳାସ । ଗିରଫ ଅଭିଯୁକ୍ତମାନଙ୍କ ସହ ଏହି ୨ ସନ୍ଦିଗ୍ଧଙ୍କ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି ।

ସେପଟେ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଘଟଣାର ସିନ୍ ରିକ୍ରିଏସନ୍ କରିପାରେ ବୋଲି ସୂଚନା ମିଳିଛି । ଅଭିଯୁକ୍ତମାନଙ୍କୁ ପାର୍ଲାମେଣ୍ଟ ପରିସରକୁ ନେଇ ସେମାନେ କିଭଳି ଭିତରକୁ ପ୍ରବେଶ କଲେ ସେନେଇ ସିନ୍ ରିକ୍ରିଏସନ୍ କରିବ । ସଂସଦର ଅଧିବେଶନ ଚାଲୁଥିବାରୁ ଶନିବାର କିମ୍ବା ରବିବାର ଏହି ସିନ୍ ରିକ୍ରିଏସନ୍ କରାଯାଇପାରେ ବୋଲି ସୂଚନା ମିଳିଛି ।

ତେବେ ଏହି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଲଳିତ ଝାକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ସେ ନିଜ ଆଡ଼ୁ ଦିଲ୍ଲୀର କର୍ତ୍ତବ୍ୟପଥ ଥାନାରେ ଆତ୍ମସମର୍ପଣ କରିଥିଲା। ଘଟଣା ପରଠୁ ଫେରାର୍ ଥିଲା ଲଳିତ ଝା । ତାକୁ ଧରିବା ପାଇଁ ବ୍ୟାପକ ଖୋଳତାଡ଼ ଚଲାଇଥିଲା ଦିଲ୍ଲୀ ପୋଲିସ ସ୍ପେଶାଲ୍ ସେଲ୍ । ତା ବିରୋଧରେ UAPA ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ, ସେ ହିଁ ୨୦୦୧ ପାର୍ଲାମେଣ୍ଟ ଆଟାକ୍ ବର୍ଷପୂର୍ତ୍ତିରେ ଏଭଳି କାଣ୍ଡ ଭିଆଇବାକୁ ଯୋଜନା କରିଥିଲା ବୋଲି
କୁହାଯାଉଛି।

ଖାଲି ଏତିକି ନୁହେଁ ସଂସଦ ଭବନ ପରିସରରୁ ଧରାପଡ଼ିଥିବା ମୋଟ ୪ ଅଭିଯୁକ୍ତଙ୍କ ଫୋନ୍ ମଧ୍ୟ ସେ ନିଜ ପାଖରେ ରଖିଥିଲା । ସେଥିରୁ ସେ ସମସ୍ତ ତଥ୍ୟ ନଷ୍ଟ କରିଦେଇଥିବା ଆଶଙ୍କା କରାଯାଉଛି । ଲଳିତ ଝା ହିଁ ଅନ୍ୟ ୫ ସହଯୋଗୀଙ୍କୁ ଭେଟିବା ପାଇଁ ଗୁରୁଗ୍ରାମ ଡକାଇଥିଲା ।