Advertisment

ଫ୍ଲାଇଟ୍‌ରେ ବନ୍ଦ ହୋଇଗଲା କୁନି ଝିଅର ହାର୍ଟ, ଜୀବନ ବଞ୍ଚାଇଦେଲେ ଡାକ୍ତର ଯାତ୍ରୀ

୫ ଜଣ ଡାକ୍ତରଙ୍କ ମଧ୍ୟରେ ଥିଲେ ଡାକ୍ତର ଦାମନଦୀପ୍ ସିଂ ଏବଂ ଡାକ୍ତର ଅଭିଚଲା ତକ୍ଷକ। ଉଭୟେ ଦିଲ୍ଲୀ ଏମ୍ସର ହୃଦରୋଗ ବିଭାଗର ଜଣେ ଜଣେ ରେଡିଓଲୋଜିଷ୍ଟ।

author-image
Satyendu Shekher Mishra
AIIMS DOCTOR

AIIMS DOCTOR

ଉଡ଼ନ୍ତା ବିମାନରେ ହୃଦ୍ ସ୍ପନ୍ଦନ ବନ୍ଦ ହୋଇଯାଇଥିବା ଟିକି ଝିଅଟିର ଜୀବନ ବଞ୍ଚାଇ ଏବେ ଚର୍ଚ୍ଚାରେ ଦିଲ୍ଲୀ ଏମ୍ସର ଡାକ୍ତର। ବିମାନରେ ଥିବା ଦିଲ୍ଲୀ ଏମ୍ସର ୫ ଜଣ ଡାକ୍ତର ଦେବଦୂତ ସାଜି ମୃତ୍ୟୁମୁଖରୁ ଶିଶୁଟିକୁ ଟାଣି ଆଣିଛନ୍ତି। ବେଙ୍ଗାଳୁରୁରୁ ଦିଲ୍ଲୀ ଯାଉଥିବା ଭିସ୍ତାରା ଏୟାରଲାଇନ୍ସର ଯାତ୍ରୀବାହୀ ବିମାନରେ ଘଟିଛି ଏହି ଘଟଣା। ଏନେଇ ଏମ୍ସ ପକ୍ଷରୁ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପକ୍ଷରୁ ଟୁଇଟ୍ କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ବେଙ୍ଗାଳୁରୁରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା ଭିସ୍ତାରା ଏୟାରଲାଇନ୍ସ । ଏହି ବିମାନରେ ଥିଲା ହୃଦରୋଗରେ ପୀଡ଼ିତ ଜଣେ ୨ ବର୍ଷର ଟିକି ଝିଅଟି। କିନ୍ତୁ ଯାତ୍ରା ସମୟରେ ଅକ୍ସିଜେନ ଅଭାବରୁ ହଠାତ ବନ୍ଦ ହୋଇଯାଇଥିଲା ହୃଦ୍ ସ୍ପନ୍ଦନ। ସୌଭାଗ୍ୟକୁ ଏହି ଫ୍ଲାଇଟରେ ଯାତ୍ରା କରୁଥିଲେ ଏମ୍ସର ୫ ଜଣ ଡାକ୍ତର। ୫ ଜଣ ଡାକ୍ତରଙ୍କ ମଧ୍ୟରେ ଥିଲେ ଡାକ୍ତର ଦାମନଦୀପ୍ ସିଂ ଏବଂ ଡାକ୍ତର ଅଭିଚଲା ତକ୍ଷକ। ଉଭୟେ ଦିଲ୍ଲୀ ଏମ୍ସର ହୃଦରୋଗ ବିଭାଗର ଜଣେ ଜଣେ ରେଡିଓଲୋଜିଷ୍ଟ।

ହୃଦସ୍ପନ୍ଦନ ବନ୍ଦ ହେବା କ୍ଷଣି ଏହି ଶିଶୁକନ୍ୟାଟିର ତୁରନ୍ତ ସିପିଆର କରାଯାଇଥିଲା ଉଡ଼ନ୍ତା ବିମାନରେ। ଆଉ ଦିଲ୍ଲୀ ମୁହାଁ ବିମାନଟିକୁ ହେଲଥ ଇମର୍ଜେନ୍ସୀ ଘୋଷଣା କରାଯାଇ ଲ୍ୟାଣ୍ଡିଂ କରାଯାଇଥିଲା ନାଗପୁରରେ। ଆଉ ନାଗପୁରକୁ ନିଆଯାଇ ସେଠାରେ ସଫଳତାର ସହ ଅସ୍ତ୍ରୋପଚାର କରାଯାଇଥିଲା ଶିଶୁଟିର। ଏହାପରେ ଶିଶୁଟିକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏ ସଂପର୍କରେ ଦିଲ୍ଲୀ ଏମ୍ସ ପକ୍ଷରୁ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡଭିୟ ଟୁଇଟ୍ କରି ଏହି ଡାକ୍ତରୀ ଟିମକୁ ସାଧୁବାଦ ଜଣାଇଛନ୍ତି ।

Advertisment
AIIMS Doctor
Advertisment
Advertisment